ETV Bharat / state

ଅକ୍ଟୋବର ୨୭ରେ OAS ପ୍ରିଲିମ୍ସ, OPSC ୱେବସାଇଟରେ ପୂରା ସୂଚନା - OPSC Prelims Date

author img

By ETV Bharat Odisha Team

Published : Sep 13, 2024, 5:44 PM IST

OPSC Prelims Exam: ଅକ୍ଟୋବର ୨୭ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୱେବ ସାଇଟରେ ରହିଛି ପରୀକ୍ଷା ସଂପର୍କିତ ସମସ୍ତ ସୂଚନା ।

OPSC PRELIMS DATE
OPSC PRELIMS DATE (ETV Bharat Odisha)

କଟକ: ଓଡିଶା ସିଭିଲ ସର୍ଭିସର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ । OAS ପାଇଁ ପ୍ରିଲିମ ପରୀକ୍ଷା । ଏହି ପରୀକ୍ଷାରେ ଯେଉଁ ମାନେ କୃତକାର୍ଯ୍ୟ ହେବେ, ବା ପାସ୍ କରିବେ, ସେମାନେ ମୁଖ୍ୟ ପରୀକ୍ଷା ବା ଲିଖିଲ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ । OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

Odisha Civil Services Prelims Exam (ETV Bharat Odisha)

Odisha Public Service Commission(OPSC) ଦ୍ବାରା କରାଯାଇଥାଏ Odisha Administrative Service(OAS) ବା ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷା । ୨୦୨୩-୨୦୨୪ ବର୍ଷ ପାଇଁ OPSC ପକ୍ଷରୁ ଘୋଷଣା ହୋଇଛି ପ୍ରିଲିମ ପରୀକ୍ଷା ସୂଚୀ । ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ହେବ ।

Odisha Civil Services Prelims Exam

କେମିତି ହେବ ପ୍ରିଲିମ ପରୀକ୍ଷା ?

ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଆସନ୍ତାମାସ (ଅକ୍ଟୋବର) ୨୭ ତାରିଖ, ରାଜ୍ୟର ବିଭିନ୍ନ କେନ୍ଦ୍ରଗୁଡ଼ିକରେ ଅନୁଷ୍ଠିତ ହେବ । ପ୍ରିଲିମ ପରୀକ୍ଷାରେ ଦୁଇଟି ପେପର ରହିବ । ସେଗୁଡ଼ିକ ହେଲା- ୧: ଜେନେରାଲ ଷ୍ଟଡିଜ ପେପର ୱାନ ଏବଂ ୨: ଜେନେରାଲ ଷ୍ଟଡିଜ ପେପର ଟୁ । ପ୍ରତି ପେପର ୨୦୦ ମାର୍କ ବିଶିଷ୍ଟ ରହିବ ଏବଂ ପ୍ରତି ପରୀକ୍ଷାର ସମୟ ଦୁଇଘଣ୍ଟା ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା +2 ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେଠୁ ଫର୍ମ ଫିଲଅପ୍‌

ନେଗେଟିଭ୍ ମାର୍କିଂ

OPSC ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷାରେ ନେଗେଟିଭ ମାର୍କିଂ ବ୍ୟବସ୍ଥା ରହିଛି । ଅର୍ଥାତ ଯଦି କୈଣସି ପରୀକ୍ଷାର୍ଥୀ ଗୋଟିଏ ପ୍ରଶ୍ନର ଉତ୍ତର ଭୁଲ ଦିଅନ୍ତି, ତେବେ ନେଗେଟିଭ ମାର୍କ ଭାବେ ଗଣାଯିବ । ପ୍ରତି ଭୁଲ ଉତ୍ତର ପାଇଁ .25 Mark(ଦଶମିକ .୨୫ ନମ୍ବର) କଟିବ । ଅର୍ଥାତ ଜଣେ ପରୀକ୍ଷାର୍ଥୀ ୪ଟି ଭୁଲ କଲେ ୧ ନମ୍ବର କଟିବ । ସେହି ଅନୁସାରେ ପରୀକ୍ଷାର୍ଥୀମାନଙ୍କର ମୋଟ ମାର୍କ ହିସାବ କରାଯିବ ।

ପ୍ରିଲିମ ପାସ ପରେ:

ଯେଉଁ ପରୀକ୍ଷାର୍ଥୀ ପ୍ରିଲିମରେ କୃତକାର୍ଯ୍ୟ ହେବେ, ସେମାନେଙ୍କୁ ମେନ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ । ମୁଖ୍ୟ ଲିଖିତ ପରୀକ୍ଷା ବା MAINSରେ ମଧ୍ୟ ଦୁଇଟି ପେପର ରହିବ । ଯେଉଁ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ପାସ୍ କରିବେ, ସେମାନଙ୍କୁ ସାକ୍ଷାତକାର ବା Interview ପାଇଁ ଡକାଯିବ । ସାକ୍ଷାତକାର ପରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ । ଅର୍ଥାତ ଲିଖିତ ଏବଂ ସାକ୍ଷାତକାର ପରୀକ୍ଷାର ନମ୍ବରକୁ ମିଶାଇ, ପଦବୀକୁ ଲକ୍ଷ୍ୟରେ ରଖି, ଚୂଡ଼ାନ୍ତ କଟ୍ ଅଫ ମାର୍କ ସ୍ଥିର କରାଯିବ ଏବଂ ରେଜଲ୍ଟ ପ୍ରକାଶ ପାଇବ ।

ଏହା ମଧ୍ୟ ପଢନ୍ତୁ: ସହଜ ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଯୁକ୍ତ ଦୁଇ ପିଲା ନେବେ ମାଗଣା କୋଚିଂ

କେମିତି ଜାଣିବେ ରେଜଲ୍ଟ ?

OPSC ଦ୍ବାରା କରାଯାଉଥିବା ସମସ୍ତ ପରୀକ୍ଷା ସଂପର୍କିତ ଟିକିନିକ୍ ତଥ୍ୟ ଓପିଏସସି ୱେବ ସାଇଟରେ ଉପଲବ୍ଧ । ୱେବ ସାଇଟ ଠିକଣା ହେଉଛି- https://www.opsc.gov.in । ପରୀକ୍ଷାର୍ଥୀ ମାନେ ଏହି ୱେବ ସାଇଟରୁ ସମସ୍ତ ତଥ୍ୟ ଏବଂ ଅପଡେଟ ଜାଣିପାରିବେ ।

ଏହା ମଧ୍ୟ ପଢନ୍ତୁ: OPSC: ଓପିଏସସି OCS-୨୦୨୨ ପରୀକ୍ଷା ଫଳ ପ୍ରକାଶ; ୧୩୬୭ କୃତକାର୍ଯ୍ୟ, ଏହି ଦିନ ସାକ୍ଷାତକାର ପରୀକ୍ଷା

କେତେ ପଦବୀ ପାଇଁ ପରୀକ୍ଷା ?

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୩-୨୦୨୪ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଏଥର ୩୯୯ ପଦ ପାଇଁ ପରୀକ୍ଷା ହେବ । ଅକ୍ଟୋବର ୨୭ରେ ପ୍ରିଲିମ ପରୀକ୍ଷା ହେବାକୁ ଥିବା ବେଳେ, ଏଥିପାଇଁ ଗତ ଜାନୁଆରୀ ୧୮ ତାରିଖରେ ପଞ୍ଜିକରଣ ଆରମ୍ଭ ହୋଇ ଫେବ୍ରୁଆରୀ ୧୬ ତାରିଖରେ ଶେଷ ହୋଇଥିଲା । ସୂଚନାଯୋଗ୍ୟ ଯେ, ଏହି ପରୀକ୍ଷା ସଂପର୍କିତ ସମସ୍ତ ବିବରଣୀ/ ସୂଚନା OPSC ସରକାରୀ ୱେବସାଇଟରେ ଉପଲବ୍ଧ https://www.opsc.gov.in ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.