ETV Bharat / state

ଖୁବଶୀଘ୍ର ଫେରିବ ଚିଟଫଣ୍ଡ୍ ଟଙ୍କା ! କ୍ଷତିଗ୍ରସ୍ତଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର - Odisha chit fund scam

author img

By ETV Bharat Odisha Team

Published : Jun 19, 2024, 3:42 PM IST

Odisha chit fund scam: ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଖୁସି ଖବର । ଖୁବଶୀଘ୍ର ଫେରିପାରେ ଟଙ୍କା । ରାଜ୍ୟ ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମାଗିବା ସହ OPIDରେ ଆଜି ଅର୍ଥ ବିଭାଗର ଦୁଇ ସଚିବ ଏସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ

Odisha chit fund scam
Odisha chit fund scam (ETV Bharat Odisha)

କଟକ: ଖୁବଶୀଘ୍ର ଫେରିବ ଚିଟଫଣ୍ଡ୍ ଟଙ୍କା ! ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି ନୂଆ ସରକାର । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ଆଜି(ବୁଧବାର) କଟକ ADMOଙ୍କ କାର୍ଯ୍ୟାଳୟରେ ଅର୍ଥ ବିଭାଗର ଦୁଇ ସଚିବ ଏହି ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ତଥ୍ୟ ସଂଗ୍ରହ କରାଯାଇଛି ।

ଚିଟଫଣ୍ଡରେ ଟଙ୍କା ଜମା କରି କ୍ଷତି ସହିଥିବା ସାଧାରଣ ଲୋକ ଖୁବଶୀଘ୍ର ସେମାନଙ୍କ ଟଙ୍କା ପାଇପାରନ୍ତି । ସାଧାରଣ ଲୋକଙ୍କ ଚିଟଫଣ୍ଡ ଟଙ୍କା କିଭଳି ତ୍ୱରିତ ଫେରସ୍ତ କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । କଟକ ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ସଂଶୋଧିତ ଅଧିନିୟମ (OPID) କାର୍ଯ୍ୟାଳୟରୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ଅନ୍ୟ ଅଧିକାରୀ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତିି ।

କଟକ OPIDରେ ୨୬ ଟି ଚିଟଫଣ୍ଡ କମ୍ପାନୀର ମାମଲା ଥିବା ବେଳେ ବର୍ତ୍ତମାନ ଦୁଇଟି ଚିଟଫଣ୍ଡ କମ୍ପାନୀ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ହାଇଟେକ ଚିଟଫଣ୍ଡ କମ୍ପାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯାଉଛି । ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସରେ ୪ ଲକ୍ଷ ୭୨ ହଜାର ହିତାଧିକାରୀ ଥିବା ବେଳେ ହାଇଟେକରେ ୧୦ ହଜାର ହିତାଧିକାରୀ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଉଭୟ କମ୍ପାନୀର ୮ ହଜାର ହିତାଧିକାରୀ ଟଙ୍କା ଫେରି ପାଇଛନ୍ତି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳୀକରଣ କରାଯିବ। ନିଜ ନିଜ ଜିଲ୍ଲାରେ ଜମାକାରୀ କ୍ଷତିଗ୍ରସ୍ତ କିପରି ଟଙ୍କା ଫେରି ପାଇବେ ସେ ନେଇ ଅଧିକ ମାନବ ସମ୍ବଳ ବୃଦ୍ଧି ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ବୋଲି କଟକ ADMO ଉମାକାନ୍ତ ରାଜ କହିଛନ୍ତି ।

ଏହା ବି ପଢନ୍ତୁ..କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; OSEPA ମେରିଟ୍‌ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ - High Court on OSEPA Merit List

ଉମାକାନ୍ତ ରାଜ ଆଉ ମଧ୍ୟ କହିଛନ୍ତି ଯେ, ଚିଟଫଣ୍ଡ ପ୍ରସଙ୍ଗରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରକ୍ରିୟା ଜାରି ରହିଛି । ତେବେ ଏହି କ୍ରମରେ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ ଅଫ କମ୍ପାନିଜ ଓ ହାଇଟେକ ଗ୍ରୁପ ଅଫ କମ୍ପାନୀଜର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ୮ ହଜାରରୁ କମ ଡିପୋଜିଟରମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିଛିି ।

ଗୋଲଡେନ ଗ୍ରୁପର ପ୍ରାୟ ୪ ଲକ୍ଷ ୭୬ ହଜାର ୧୦୨ ଜଣ ହିତାଧିକାରୀଙ୍କ ଦରଖାସ୍ତ ରହିଥିଲା ବେଳେ ସେଥିମଧ୍ୟରୁ ୨ ଲକ୍ଷ ୫୯ ହଜାର ୨୮୦ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮ ହଜାର କିମ୍ବା ଏହି ରାଶିଠାରୁ କମ ଜମା କରିଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉଛି । ରାଜ୍ୟର ପ୍ରାୟ ୩୦ଟି ଜିଲ୍ଲାର ସମ୍ପୃକ୍ତ ଥିବା ହିତାଧିକାରୀଙ୍କୁ ଏହି ରାଶି ଫେରସ୍ତ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ୩ ହଜାର ୭୩ ଜଣ ଗୋଲ୍ଡେନ ଲ୍ୟାଣ୍ଡର ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇ ସାରିଛି । ସେହିପରି ହାଇଟେକର ସର୍ବମୋଟ ୫ ହଜାର ୫ ଶହ ୭୫ ଜଣ ହିତାଧିକାରୀ ରହିଛନ୍ତି । ଏହି ଗ୍ରୁପର ପ୍ରାୟ ୪୧ କୋଟି ୯୪ ଲକ୍ଷ ୪୨ ହଜାର ୧୦୩ ଟଙ୍କା ର କ୍ଷତି ରାଶି ଜବତ କରାଯାଇଛି । ଏଯାବତ ଏହି ଗ୍ରୁପର ୭୦୫ ଜଣ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ସମସ୍ତ ହିତାଧିକାରୀଙ୍କୁ ଅନଲାଇନରେ ପେମେଣ୍ଟ କରାଯାଉଥିବା ADMO ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.