ETV Bharat / state

ନୂଆ ସରକାର ଶପଥ ଗ୍ରହଣ ସମାରୋହ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - Odisha Chief Secretary

author img

By ETV Bharat Odisha Team

Published : Jun 7, 2024, 10:28 PM IST

Odisha Chief Secretary: ରାଜ୍ୟରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ସମାରୋହ ସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଅଧିକ ପଢ଼ନ୍ତୁ

ନୂଆ ସରକାର ଶପଥ ଗ୍ରହଣ ସମାରୋହ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ନୂଆ ସରକାର ଶପଥ ଗ୍ରହଣ ସମାରୋହ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ନୂଆ ସରକାର ହେବ । ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ସମାରୋହ । ତେବେ ସମାରୋହର ଆୟୋଜନ ନେଇ ବ୍ୟପକ ପ୍ରସ୍ତୁତି ଚାଲିଛି । ରାଜଧାନୀର ଜନତା ମଇଦାନରେ ହେବାକୁ ଥିବା ସମାରୋହ ସ୍ଥଳର ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ରାଜ୍ୟରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ । ଏନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ କାର୍ଯ୍ୟକ୍ରମ ଜନତା ମଇଦାନରେ ହେବାକୁ ଥିବାବେଳେ ପୋଲିସ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପଦାଧିକାରୀ ସମାରୋହ ସ୍ଥଳ ପରିଦର୍ଶନ କରିଛନ୍ତି । କିଭଳି ଆୟୋଜନ ହେଉଛି ସେନେଇ ସମୀକ୍ଷା କରିଛନ୍ତି । ଏନେଇ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, "ଶପଥ ଗ୍ରହଣ ସମାରୋହ ହେବାର କାର୍ଯ୍ୟକ୍ରମ ଅଛି । ଏନେଇ ଧାର୍ଯ୍ୟ ତାରିଖ ଆମେ ପାଇନାହୁଁ । ଯେହେତୁ କାର୍ଯ୍ୟକ୍ରମ ହେବର ସମ୍ଭାବନା ରହିଛି, ନୂଆ ସରକାର ଗଠନ ହେବ ତେଣୁ ଲୋକଙ୍କ ଭିତରେ ଅନେକ ଆଶା ଓ ଉତ୍ସାହ ଅଛି । ବହୁ ସଂଖ୍ୟାରେ ଲୋକ ଆସିବେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଭିଆଇପି ଓ ରାଜ୍ୟ ବାହାରୁ ନେତା ଆସିବେ । ଏସବୁକୁ ଆଖି ଆଗରେ ରଖି ଆମେ ପ୍ରସ୍ତୁତି କରୁଛୁ । କାଲି ସନ୍ଧ୍ୟା ସୁଦ୍ଧା ନଚେତ ଏହା ପରଦିନ ସକାଳ ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିବ ।"ଏହା ମଧ୍ୟ ପଢ଼ନ୍ତୁ...ନୂଆ ସରକାର ଗଠନ ଓ ଶପଥ ଲାଗି ପ୍ରଶାସନିକ ପ୍ରସ୍ତୁତି ଜୋରଦାର; ଶତାଧିକ ଅଧିକାରୀଙ୍କୁ ଦାୟିତ୍ୱ - Swearing In Of New Bjp Govt

ଅନ୍ୟପଟେ ଏସପିଜିର ବରିଷ୍ଠ ଅଧିକାରୀ ମଧ୍ୟ ପୋଲିସ କମିଶନରଙ୍କୁ ଭେଟିଛନ୍ତି । ‌ଯେହେତୁ ବିଜେପି ସରକାରର ନୂଆ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ସେ ଦୃଷ୍ଟିରୁ କିଭଳି ଏସପିଜି ସୁରକ୍ଷା ଦିଆଯିବ ସେନେଇ ମଧ୍ୟ ଆଗୁଆ ପ୍ରସ୍ତୁତି ରହିଛି । ଏନେଇ ପଡ଼ିଆ ଭିତରେ ହେଲିପ୍ୟାଡ ସହ ଆୟୋଜନ ସ୍ଥଳି ପାଇଁ ପ୍ରସ୍ତୁତି ଚାଲିଛି । ସେପଟେ ଏଭଳି ଖରାରେ କିଭିଳ ଅତିଥିଙ୍କ ପାଇଁ ଏକ ଉତ୍ତମମାନ ସଭାସ୍ଥଳର ଆୟୋଜନ ସହ ନିମନ୍ତ୍ରିତ ଅତିଥିଙ୍କ ସହ ନୂଆ ସରକାର ଶପଥ ଗ୍ରହଣ ଉତ୍ସବ ପାଇଁ କିଭଳି ଭବ୍ୟ ଆହୋଜନ ହେବ ସେନେଇ ଆଗୁଆ ପ୍ରସ୍ତୁତି ଜାରି ରହିଛି । ପଡ଼ିଆ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ସହ ଭିଭିଆଇପି ଓ ଉତ୍ସବ ସ୍ଥଳକୁ ଆସିବାକୁ ଥିବା ନିମନ୍ତ୍ରିତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାଧାରଣ ଲୋକଙ୍କ ଟ୍ରାଫିକ ପରିଚାଳନା, ଗାଡି ପାର୍କିଂ ସହ ଖରାର ଦାଉରୁ ରକ୍ଷା ପାଇବା ପାଇଁ ସେମାନଙ୍କ ବସିବା ବ୍ୟବସ୍ଥା ସହ ପାନୀୟ ଜଳ ଓ ଅନ୍ୟାନ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି ।

ତେବେ ନିକଟରେ ରାଜ୍ୟରେ ହୋଇଥିବା ସାଧାରଣ ନାର୍ବାଚନରେ ଏକକ ସଖ୍ୟା ଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟି । ଦୀର୍ଘ ୨୪ ବର୍ଷର ସରକାରକୁ ପରାଜୟ କରିଛି ବିଜେପି । ବିଜେପି ପ୍ରତି ଜନସମର୍ଥନରେ ଦଳ 78ଟି ବିଧାନସଭା ଆସନରେ ବିଜୟୀ ହୋଇ ଏକ ସ୍ଥିର ସରକାର ଗଠନ କରିବାକୁ ଯାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦୀର୍ଘ ୨୪ ବର୍ଷ ଧରି ଶାସନ କରିଆସୁଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେଇ ସାରିଥିବା ବେଳେ ନୂତନ ସରକାର ଉପରେ ଲୋକଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.