ETV Bharat / state

ବଢୁଛି ଜଳଭଣ୍ଡାରର ଜଳସ୍ତର ଓ ନଦୀର ଜଳପ୍ରବାହ; ସତର୍କ ହେଲେ ସରକାର, ନିର୍ଦ୍ଦେଶ ଦେଲେ ସିଏସ - Water Level Of Rivers Rise

author img

By ETV Bharat Odisha Team

Published : Jul 30, 2024, 10:44 PM IST

Water level of River rise In Odisha: ଲଘୁଚାପ ବର୍ଷାରେ ବଢୁଛି ରାଜ୍ୟର ସମସ୍ତ ଜଳଭଣ୍ଡାରର ଜଳସ୍ତର । ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଅଧିକ ପଢନ୍ତୁ

Manoj Ahuja reviews Situation
Manoj Ahuja reviews Situation (ETV Bharat Odisha)

ଭୁବନେଶ୍ବର: ଲଘୁଚାପଜନିତ ବର୍ଷା ପ୍ରଭାବରେ ହୀରାକୁଦ ସମେତ ରାଜ୍ୟର ସମସ୍ତ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜଳଭଣ୍ଡାର ସହ ବିଭିନ୍ନ ନଦୀରେ ଜଳପ୍ରବାହ ବଢୁଛି । ଜଳଭଣ୍ଡାରର ସ୍ଥିତି ଓ ଏଥିପାଇଁ ଜଳସଂପଦ ବିଭାଗ ସମେତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାପାଳଙ୍କ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଲୋକସେବା ଭବନରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ଜିଲ୍ଲାପାଳଙ୍କ ସହ ବୈଠକ
ଜିଲ୍ଲାପାଳଙ୍କ ସହ ବୈଠକ (ETV Bharat Odisha)

ରୁଲ କର୍ଭ ଅନୁସାରେ ନିଆଯାଉଛି ପଦକ୍ଷେପ:-

ବୈଠକରେ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାର ସମେତ ଅନ୍ୟ ବୃହତ ଓ ମଧ୍ୟମ ଜଳ ଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସ୍ଥିତି ବାବଦରେ ଅନୁଧ୍ୟାନ କରାଯାଇଛି । ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଲେ ରୁଲ କର୍ଭ ଅନୁସାରେ ବିଭିନ୍ନ ନଦୀ ଅବବାହିକାର ଉପର ମୁଣ୍ଡରେ ଜଳ ପ୍ରବେଶର ସୂଚନା ଏବଂ ବିଭିନ୍ନ ନଦୀରେ ଜଳ ପ୍ରବାହର କ୍ଷମତା ଆଧାରରେ ନଦୀରେ ଜଳ ଛଡା ଯାଇଥାଏ । ଏବେ ହୀରାକୁଦ ଜଳଭଣ୍ଡାରରେ ୯୮ ଗେଟ ମଧ୍ୟରୁ ୨୦ ଗେଟ ଖୋଲା ରହିଛି । ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ପୂର୍ଣ୍ଣ ସ୍ଥିତି ୬୩୦ ଫୁଟ ରହିଛି । ଏବେ ଜଳସ୍ତର ୬୧୪.୦୮ ଫୁଟ ରହିଛି । ସେହିପରି ରେଙ୍ଗାଲିରେ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ଏବେ ଜଳସ୍ତର ୧୧୧.୩୨ ମିଟର ରହିଛି ।"

ମୁଣ୍ଡଳିରେ ପ୍ରାୟ ୪.୪୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ :-
ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ସ୍ଥିତି, ନଦୀରେ ଜଳ ପ୍ରବାହ ସ୍ଥିତି ସଂପର୍କରେ ଉପସ୍ଥାପନ କରିଛନ୍ତି । ସମସ୍ତ ବୃହତ ଓ ମଧ୍ୟମ ଜଳଭଣ୍ଡାର ଓ ନଦୀରେ ଜଳ ପ୍ରବାହର ସ୍ଥିତି ଉପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନଜର ରଖାଯାଇଛି । ଜଳକା ନଦୀରେ ଗତକାଲି ଅଧିକ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ବିପଦ ସଂକୁଳ ସ୍ତର ତଳେ ପ୍ରବାହିତ ହେଉଛି । ମହାନଦୀର ମୁଣ୍ଡଳିରେ ଅଦ୍ୟାବଧି ପ୍ରାୟ ୪.୪୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଓ ରେଙ୍ଗାଲୀ ଜଳଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା କମ ରହିଛି । ଲଗାଣ ବର୍ଷା ଯୋଗୁଁ ଅନ୍ୟ ଜଳ ଭଣ୍ଡାରଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି ।

ବିପଦଜନକ ଭାବେ ନିଅନ୍ତୁ ନାହିଁ ସେଲ୍ଫି :-
ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂର୍ବରୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟସ୍ତରରେ ଓ ଜିଳ୍ଲାସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ କରାଯାଇଛି । ଏଥିପାଇଁ ମାନକ ସଂଚାଳନ ପଦ୍ଧତି ବା ଏସଓପି ରହିଛି । ଯାହାକୁ ଆଧାର କରି ରାଜ୍ୟ ତଥା ଜିଲ୍ଲାସ୍ତରରେ ସମ୍ଭାବ୍ୟ ବନ୍ୟା, ବାତ୍ୟା, ମରୁଡି ଆଦିର ପରିଚାଳନା କରାଯାଉଛି । ଏବେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ନଦୀରେ ଜଳ ପ୍ରବାହ ହେଉଥିବା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ପାଣି ପ୍ରବାହ ଦେଖିବାକୁ ଯାଉଥିବା ବ୍ୟକ୍ତିଙ୍କୁ ସାଥିରେ ଛୋଟପିଲାଙ୍କୁ ନଦୀ କୂଳକୁ ନ ଛାଡିବା, ଗାଈ ଗୋରୁଙ୍କୁ ନଦୀକୁ ନଛାଡିବା, ବିପଦଜନକ ଭାବେ ସେଲ୍ଫି ନେବାରୁ ନିବୃତ୍ତ ରହିବାକୁ ସଚେତନତା ପାଇଁ ଏସଆରସି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା (ETV Bharat Odisha)
ଚିଲିକାରେ ଲଞ୍ଚରେ ଯାତ୍ରୀ ପରିବହନ ଉପରେ ନଜର :- ସେହିପରି ଚିଲିକାରେ ଡଙ୍ଗା ବା ଲଞ୍ଚ ଚଳାଚଳ ବେଳେ ସଂଖ୍ୟାଧିକ ଯାତ୍ରୀ ପରିବହନ ଉପରେ ସତର୍କ ଦୃଷ୍ଟି ରଖିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଲଗାଣ ବର୍ଷା ଜନିତ ପ୍ରଭାବର ମୁକାବିଲା ସ୍ଥିତିରେ ସଂପୃକ୍ତ ଜିଲ୍ଲାମାନଙ୍କରେ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦିଆଯାଇଛି । ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ବର୍ଷା ଫଳରେ ବିଭିନ୍ନ ଜିଲ୍ଲାରେ ଚାଷ କାର୍ଯ୍ୟରେ ଆଶାଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଲେ ସେଥିପାଇଁ ସତର୍କତାମୁଳକ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳମାନେ କହିଛନ୍ତି ।ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ତଦାରଖ କାର୍ଯ୍ୟ କରାଯାଉଥିବା ସହ ଜିଲ୍ଲା ଜରୁରୀକାଳୀନ ରେସପନ୍ସ ଟିମ ପ୍ରସ୍ତୁତ ଥିବା କୁହାଯାଇଛି ।ଏସଓପି ଅନୁସାରେ ନିଅ ପଦକ୍ଷେପ :- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସୁନାମ ରହିଛି । ପୂର୍ବରୁ ରହିଥିବା ଏସଓପି ଆଧାରରେ ପୁନରୁଦ୍ଧାର ବ୍ୟବସ୍ଥା, ପ୍ରଶିକ୍ଷଣ, ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏସଓପି ଅନୁସାରେ ଲଗାଣ ବର୍ଷା ଜନିତ ପ୍ରଭାବ ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଅଧିକ କ୍ରିୟାଶୀଳ କରାଯାଇ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏସଓପି ଅନୁସରଣ ସହ କୌଣସି କ୍ଷେତ୍ରରେ ଯେପରି ଜୀବନ ହାନି ନ ଘଟେ, ସେଥିପ୍ରତି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସମ୍ଭାବ୍ୟ ସ୍ଥିତିରେ ସରକାରୀ ଗୃହ, ବିଦ୍ୟାଳୟ କୋଠା, ରାସ୍ତା, କଲଭର୍ଟ ଆଦି କ୍ଷତିଗ୍ରସ୍ତ ହେଲେ ସେସବୁକୁ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।ହସ୍ପିଟାଲରେ ଆଣ୍ଟିଭେନମ ମହଜୁଦ ଓ ରାପିଡ ଆକ୍ସନ ଟିମ ପ୍ରସ୍ତୁତ :-ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଟିମ ପ୍ରସ୍ତୁତ ଥିବା ସହ ଓଆରଏସ, ବ୍ଲିଚିଂ ପାଉଡର, ଆଣ୍ଟିଭେନମ, ଆମ୍ବୁଲାନ୍ସ ଓ ରାପିଡ ଆକ୍ସନ ଟିମ ମୁତୟନ ବ୍ୟବସ୍ଥା ରହିଥିବା ସଂପର୍କରେ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ବୈଠକରେ ସୁବର୍ଣ୍ଣପୁର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, ନୟାଗଡ଼, ପୁରୀ, କଟକ ଜିଲ୍ଲାପାଳ ଭିସି ଜରିଆରେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ମାଡ଼ିଆସିଲାଣି ବନ୍ୟା ଜଳ ! ଆତଙ୍କରେ ମହାନଦୀ କୂଳିଆ, ସ୍ଥାୟୀ ସମାଧାନ ପାଇଁ ଦାବି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.