ETV Bharat / state

ଆଜି ସରିବ ରଜ ମଉଜ, ଶେଷ ରଜରେ ଉତ୍ସବମୁଖର ଗାଁଠୁ ସହର - bhumi dahana - BHUMI DAHANA

RAJA FESTIVAL: ଆଜି ଶେଷ ରଜ ବା ଭୂମି ଦହନ । ରଜ ମଉଜର ଶେଷ ଦିନ । ଉତ୍ସବମୁଖର ଗାଁଠୁ ସହର । ଅଧିକ ପଢନ୍ତୁ

BHUMI DAHANA
BHUMI DAHANA (ETV BHARAT ODISHA)
author img

By ETV Bharat Odisha Team

Published : Jun 16, 2024, 7:47 AM IST

ହାଇଦ୍ରାବାଦ: ଆଜି ସରିବ ରଜ ମଉଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ହେଉଛି ରଜର ତୃତୀୟ ଦିନ ତଥା ଶେଷ ରଜ । ଏହାକୁ ଭୂମି ଦହନ ବୋଲି ମଧ୍ୟ କୁହାଯାଏ । ଶେଷ ରଜରେ ଉତ୍ସବ ମୁଖର ଗାଁଠୁ ସହର । ପୂର୍ବ ଦୁଇ ଦିନ ପରି ଆଜି ମଧ୍ୟ ରଜ ଦୋଳି ସାଙ୍ଗକୁ ପୁଚି ଖେଳ, ପିଠା ମିଠା ଓ ପାନ ଖିଆ ସହ ଭଳିକି ଭଳି ଖେଳ ନାଚ ଗୀତର ଆସରରେ ଜମୁଛି ରଜ ପର୍ବରେ । ତରୁଣୀ ମାନେ ରଜ ପର୍ବର ମଜା ଉଠାଉଛନ୍ତି ।

BHUMI DAHANA
BHUMI DAHANA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଜି ରଜ ସଂକ୍ରାନ୍ତି; ଦୋଳିଖେଳ ସହ ଜମୁଛି ରଜ ମଉଜ, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି - RAJA SANKRANTI 2024

ଓଡିଶା ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ପ୍ରତି ବର୍ଷ ଏହି ପର୍ବ ପାଳନ ପାଇଁ ଚାହିଁ ବସିଥିବା ରାଜ୍ୟବାସୀ । ଆଜି ଶେଷ ରଜର ସକାଳକୁ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ସହ ସ୍ବାଗତ କରିଛନ୍ତି । ପୂର୍ବ ଦୁଇଦିନ ପରି ସମାନ ଭାବରେ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇ ଉଠିଛି । ଝିଅ-ବୋହୂମାନେ ଗାଧେଇ, ପାଦରେ ଅଳତା ନାଇ, ନୂଆ ବସ୍ତ୍ରରେ ନୂଆ ନୂଆ ବେଶରେ ସଜବାଜ ହେଇଛନ୍ତି । ଆମ୍ବତୋଟାରୁ ଶୁଣିବାକୁ ମିଳୁଛି ରଜ ଗୀତ ।

BHUMI DAHANA
BHUMI DAHANA (ETV BHARAT ODISHA)

ତରୁଣୀମାନେ ସଜବାଜ ହୋଇ ଶେଷ ରଜକୁ ପାଳନ କରୁଛନ୍ତି । ମାଟି ଓ ମୌସୁମୀର ମିଳନ ପର୍ବ ହେଉଛି ରଜ । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ରଜସ୍ବଳା ହୁଅନ୍ତି । ଏହି ତିନିଦିନ ଚଷା ପୁଅ କୌଣସି ଚାଷ କାମ କରନ୍ତି ନାହିଁ । ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଛନ୍ତି କୃଷକ ଭାଇ ।

BHUMI DAHANA
BHUMI DAHANA (ETV BHARAT ODISHA)

ଗାଁର ଗଳି କନ୍ଦିରେ ରଜ ଦୋଳି ଓ ଛକ ଛକରେ ରଜପାନ ପସରା, ଘରେ ଘରେ ପିଠା ମିଠାର ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ । ରଜ ଗୀତର ତାଳେ ତାଳେ ଏହି ଦିନିଦିନିଆ ପର୍ବକୁ ସମସ୍ତେ ପାଳନ କରିଛନ୍ତି । ପ୍ରତିବର୍ଷ ଏହି ପର୍ବକୁ ଚାହିଁ ବସିଥାନ୍ତି ରାଜ୍ୟବାସୀ । ଆଜି ଏହି ପର୍ବରେ ଶେଷ ଦିନ । ପୁଣି ଏହି ତିନି ଦିନ ପାଇଁ ପୁଣି ଆର ବର୍ଷକୁ ଅପେକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.