ETV Bharat / state

ମିଶନ 24 ପାଇଁ ମାନସ ମନ୍ଥନ: ଆଜିଠୁ ବିଜେପିର 2 ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ରାଜ୍ୟ ବିଜେପି ନେତୃବୃନ୍ଦ ସାମିଲ

author img

By ETV Bharat Odisha Team

Published : Feb 17, 2024, 5:37 PM IST

BJP National Council meeting: ଆଜିଠୁ ଦିଲ୍ଲୀରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ନେତୃବୃନ୍ଦ । ଅଧିକ ପଢନ୍ତୁ

BJP National Council meeting
BJP National Council meeting

ଭୁବନେଶ୍ବର: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆଜି (ଶନିବାର)ଠାରୁ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହୋଇଛି । ଆଗାମୀ ନିର୍ବାଚନ ପାଇଁ ହେବ କାର୍ଯ୍ୟ ଖସଡା ପ୍ରସ୍ତୁତ । ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେବା ପାଇଁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଦିଲ୍ଲୀରେ ଡେରା ପକାଇଛନ୍ତି । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବାକୁ ଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତାଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ।

ବୈଠକରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍‌ଘାଟନ କରିଛନ୍ତି । ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେଇଛନ୍ତି ।

ଏହା ବି ପଢନ୍ତୁ- ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ, ସାଧାରଣ ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ମନ୍ତ୍ର ଦେବେ ମୋଦି

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିବେ । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତା ମାନଙ୍କୁ ଗୁରୁ ମନ୍ତ୍ର ଦିଆଯିବ । ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନେତା ଓ କାର୍ଯ୍ୟକତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ବଙ୍କ ଗୁରୁ ମନ୍ତ୍ର ବିଜେପିକୁ ତୃଣମୂଳ ସ୍ତରରେ ସାହାଯ୍ୟ କରିବାରେ ସହାୟକ ହେବ । ସାରାଦେଶରୁ ନେତା ଓ କର୍ମକର୍ତ୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହେଉଛନ୍ତି । କେମିତି ଲୋକମାନଙ୍କ ପାଖରେ କେନ୍ଦ୍ର ସରକାରଙ୍କ ସହାୟତା ପହଞ୍ଚିଛି କି ନାହିଁ ଗାଁ ଗାଁ ବୁଲି ନେତାମାନେ ତାର ମଧ୍ୟ ତଦାରଖ କରିବେ । ନିର୍ବାଚନ ପାଖେଇ ଆସୁଥିବାରୁ ଦିଲ୍ଲୀରୁ ଗୁରୁ ମନ୍ତ୍ର ନେଇ ତାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ରାଜ୍ୟ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.