ETV Bharat / state

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା - Odisha hike pension

author img

By ETV Bharat Odisha Team

Published : Jul 2, 2024, 12:50 PM IST

Updated : Jul 2, 2024, 3:13 PM IST

Odisha govt hike monthly pension: ଏଣିକି ରାଜ୍ୟରେ ୩ ହଜାର ଟଙ୍କା ମିଳିବ ଭତ୍ତା । ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ରାଶି ୩ ହଜାର ଟଙ୍କାକୁ ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ମନ୍ତ୍ରୀ । ପଢନ୍ତୁ ପୁରା ଖବର

ରାଜ୍ୟରେ ୩ ହଜାର ଟଙ୍କା ବଢିବ ଭତ୍ତା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା
ରାଜ୍ୟରେ ୩ ହଜାର ଟଙ୍କା ବଢିବ ଭତ୍ତା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ୩ ହଜାର ବଢିବ ଭତ୍ତା ଟଙ୍କା । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ । ଏହି ଭତ୍ତା ରାଶି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ବୋଲି ଆଜି (ମଙ୍ଗଳବାର) ସୂଚନା ଦେଇଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି । ବଜେଟ କେତେ ଆସୁଛି ଦେଖିବୁ । ଅର୍ଥ ବିଭାଗର କ୍ଲିୟରାନ୍ସ ନେବା ପରେ ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ୩ ହଜାର ଟଙ୍କା ବଢିବ ଭତ୍ତା (ETV Bharat Odisha)

ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏନେଇ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଏଠାରେ କହିରଖୁଛୁ କି, ଓଡ଼ିଶାରେ ଭତ୍ତା ରାଶି ବୃଦ୍ଧି କରିବା ପାଇଁ ପୂର୍ବରୁ ନିର୍ବାଚନ ସମୟରେ ବିଜେପି ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ।

ରାଜ୍ୟରେ ପୂର୍ବତନ ବିଜେଡି ସରକାର ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟର ବିଭିନ୍ନ ବର୍ଗର ୫୬ ଲକ୍ଷ ୭୬ ହଜାର ୯୧୬ ଜଣଙ୍କୁ ଭତ୍ତା ଦିଆଯାଉଛି । ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ବୃଦ୍ଧି କରିଥିଲେ । ଏହାପରେ ହିତାଧିକାରୀମାନେ ସର୍ବନିମ୍ନ ଭତ୍ତା ରାଶି ୧୦୦୦ ଟଙ୍କା ପାଉଥିଲେ ।

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ରରେ ଆଜିଠୁ ମାସକୁ 4 ହଜାର ଟଙ୍କା ଭତ୍ତା, ଓଡିଶାରେ କେବେ ମିଳିବ 3 ହଜାର, ଇସ୍ତାହାରରେ କହିଥିଲା ବିଜେପି - hiked monthly welfare pension money

ସେପଟେ ଆନ୍ଧ୍ରପ୍ରଦେଶରେ ନୂତନ ନାଇଡୁ ସରକାର ଜୁଲାଇ ପହିଲାରୁ ୪ ହଜାର ଟଙ୍କା ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ ଆନ୍ଧ୍ରରେ ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା ମିଳୁଥିଲା । ଆନ୍ଧ୍ରରେ ଭତ୍ତା ବୃଦ୍ଧି ପରେ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ନିର୍ବାଚନ ବେଳେ ବିଜେପି ସରକାର ଇସ୍ତାହାରରେ ୩ ହଜାର ଟଙ୍କା ଭତ୍ତା ବୃଦ୍ଧି ପ୍ରତିଶ୍ରୁତି ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2024, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.