ETV Bharat / state

ବାଚସ୍ପତିଙ୍କ ଆସନ ପଛରେ ଐତିହ୍ୟ ଓ ଗୁରୁତ୍ବ, ଖଲ୍ଲିକୋଟ ମହାରାଜା କରିଥିଲେ ଦାନ - Assembly Speaker Chair

Odisha Assembly Speaker Chair: ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତତ୍କାଳୀନ ଖଲ୍ଲିକୋଟ ରାଜବଂଶ । ଓଡିଶା ବିଧାନସଭାରେ ବାଚସ୍ପତି ବସୁଥିବା ଚେୟାର ଖଲ୍ଲିକୋଟ ମହାରାଜାଙ୍କ ଦ୍ବାରା ପ୍ରଦତ୍ତ । ଅଧିକ ପଢନ୍ତୁ

ବାଚସ୍ପତିଙ୍କ ଆସନ ପଛରେ ଐତିହ୍ୟ ଓ ଗୁରୁତ୍ବ , ଖଲ୍ଲିକୋଟ ମହାରାଜା କରିଥିଲେ ଦାନ

author img

By ETV Bharat Odisha Team

Published : Feb 17, 2024, 8:11 PM IST

ବାଚସ୍ପତିଙ୍କ ଆସନ ପଛରେ ଐତିହ୍ୟ ଓ ଗୁରୁତ୍ବ , ଖଲ୍ଲିକୋଟ ମହାରାଜା କରିଥିଲେ ଦାନ

ବ୍ରହ୍ମପୁର: ଉଡି ଯାଇଛି କର୍ପୂର ହେଲେ ପଡି ରହିଛି କନା । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତତ୍କାଳୀନ ଖଲ୍ଲିକୋଟ ରାଜବଂଶ । ଏପରିକି ସ୍ବାଧୀନତା ପରେ ରାଜ୍ୟ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ରାଜବଂଶର ଦାୟାଦ ମାନେ । ତେବେ ଓଡିଶା ବିଧାନସଭାରେ ବାଚସ୍ପତି ବସୁଥିବା ଚେୟାର ସହିତ ରହିଛି ଖଲ୍ଲିକୋଟ ରାଜବଂଶର ସିଧାସଳଖ ସମ୍ପର୍କ । କାରଣ ସେହି ଚେୟାରଟିର ଅସଲ ଉତ୍ତରାଧିକାରୀ ହେଉଛନ୍ତି ଖଲ୍ଲିକୋଟ ମହାରାଜା, ଯାହାକୁ ସେ ବିଧାନସଭାକୁ ଦାନ କରିଥିଲେ ।

ଏ ସମ୍ପର୍କରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ବିଧାନସଭାରେ ବାଚସ୍ପତି ବସୁଥିବା ଚେୟାର ଖଲ୍ଲିକୋଟ ମହାରାଜାଙ୍କ । ଯାହାକୁ ନେଇ ପ୍ରତେକ ଗର୍ବ କରିବା କଥା । ମୁଖ୍ୟତଃ ଓଡିଶା ଗଠନରେ ଖଲ୍ଲିକୋଟ ରାଜବଂଶର ଅତୁଳନୀୟ ଭୂମିକା ରହିଥିବା ବେଳେ ବିଶେଷ କରି ରାଜ୍ୟର ଶିକ୍ଷା, ଜଳସେଚନ, ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ଖଲ୍ଲିକୋଟ ରାଜ ପରିବାରର ରାଜାମାନଙ୍କ କାର୍ଯ୍ୟ ଏକ ପ୍ରମୁଖ ଭୂମିକା ରହିଥିବା ବେଳେ ଏହା ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

ଏହା ମଧ୍ୟ ପଢନ୍ତୁ ... ଆରପାରିରେ ଖଲ୍ଲିକୋଟ ରାଣୀ, ଦେଖନ୍ତୁ ତାଙ୍କର କିଛି ବିଶେଷ ମୂହୁର୍ତ୍ତର ଫଟୋ

ସେହିପରି ବ୍ରହ୍ମପୁରର ଶିକ୍ଷାବିତ କୁଳମଣୀ ଓଝା କହିଛନ୍ତି,"ଇତିମଧ୍ୟରେ ବିୟୋଗ ହୋଇଥିବା ଖଲ୍ଲିକୋଟ ରାଣୀ ସାହେବା ଭି.ସୁଜ୍ଞାନ କୁମାରୀ ଦେଓ ୧୦ ଥରର ବିଧାୟିକା ହେବା ଏବଂ ଅନେକ ସରକାରଙ୍କ ମନ୍ତ୍ରୀମଣ୍ଡଳ ଗଠନ ସମୟରେ ସେ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିବା ଯେତିକି ଚର୍ଚ୍ଚାର ବିଷୟ ତା ଠାରୁ ଅଧିକ ଗର୍ବ ଓ ଗୌରବର ବିଷୟ ହେଉଛି ଖଲ୍ଲିକୋଟ ମହାରାଜା ବସୁଥିବା ଚେୟାର ଓଡିଶା ବିଧାନସଭାରେ ବାଚସ୍ପତି ବସୁଥିବା ସ୍ଥାନରେ ରଖାଯିବା । ମୁଖ୍ୟତଃ ରାଜ୍ୟରେ ସାଧାରଣ ନିର୍ବାଚନ ଶେଷ ପରେ ନୂତନ ବିଧାନସଭା ଗଠନ ପୂର୍ବରୁ ରାଣୀ ସାହେବା ଭି.ସୁଜ୍ଞାନ କୁମାରୀ ଦେଓ ପ୍ରୋଟେମ୍ ବାଚସ୍ପତି ଭାବରେ ନବନିର୍ବାଚିତ ସଦସ୍ୟ/ସଦସ୍ୟାଙ୍କୁ ଶପଥ ପାଠ କରାଇବା କାର୍ଯ୍ୟ ଅନେକଥର କରିଥିବାର ନଜର ରହିଥିବା ବେଳେ ଏଭଳି ଖଲ୍ଲିକୋଟ ରାଜପରିବାରର ଚେୟାର ବିଧାନସଭା ପରିସରରେ ବସିବା ପାଇଁ ପ୍ରଦାନ କରାଯିବା ନିହାତି ଗର୍ବର ବିଷୟ ।

ଖଲ୍ଲିକୋଟ ରାଜବଂଶର ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଜଣାପଡେ ଯେ ଓଡିଶା ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜପରିବାରର ଏକ ନିର୍ଣ୍ଣାୟକ ଭୂମିକା ରହିଥିଲା । ୧୯୦୨ ମସିହାରେ ରମ୍ଭା ସମ୍ମିଳନୀ ପରବର୍ତ୍ତୀ ସମୟରେ ଗଞ୍ଜାମ ଜାତୀୟ ସମିତି ଏବଂ ୧୯୦୩ ମସିହାରେ ଉତ୍କଳଗୌରବ ମଧୁସୂଦନଙ୍କ ଦ୍ବାରା ଉତ୍କଳ ସମ୍ମିଳନୀର ନିର୍ମାଣ ପାଇଁ ପଥ ପ୍ରଶସ୍ତ କରିଥିଲା । ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିକରଣ କରି ଭାଷାଭିତ୍ତିକ ପ୍ରଦେଶ ଗଠନ କରିବା ପାଇଁ ଖଲ୍ଲିକୋଟ ରାଜପରିବାରର ରାଜାସାହେବ ହରିହର ମର୍ଦ୍ଦରାଜ ଦେଓ ଓ ତାଙ୍କ ସୁପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅନେକ ଅବଦାନ ରହିଛି । ଏପରିକି ତୃତୀୟ ଗୋଲଟେବୁଲ ବୈଠକରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପକ୍ଷରୁ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଯୋଗ ଦେଇ ଦୃଢ ଦାବି ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ସୀମା ନିର୍ଦ୍ଧାରଣ କମିଟି ସମ୍ମୁଖରେ ସେ ମଧ୍ୟ ଦୃଢ ଦାବି ଉପସ୍ଥାପନ କରିଥିଲେ । ଯାହାଫଳରେ ଓଡିଶା ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.