ETV Bharat / state

ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି - SURAMA PADHY NEW SPEAKER

author img

By ETV Bharat Odisha Team

Published : Jun 20, 2024, 12:09 PM IST

Updated : Jun 20, 2024, 12:52 PM IST

Surama padhy take charge of Speaker: ନିର୍ବାଚିତ ହେବା ପରେ କାମଚଳା ବାଚସ୍ପତି ରାଜା ସ୍ବାଇଁଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସୁରମା ପାଢୀ । ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢ଼ୀ ଦ୍ବିତୀୟ ମହିଳା ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦରେ ଅଧିଷ୍ଠିତ ହୋଇଛନ୍ତି । ଅଧିକ ପଢନ୍ତୁ

ସୁରମା ପାଢୀ ବାଚସ୍ପତି ନିର୍ବାଚିତ, କାମଚଳା ବାଚସ୍ପତିଙ୍କ ଠାରୁ ଗ୍ରହଣ କଲେ କାର୍ଯ୍ୟଭାର
ସୁରମା ପାଢୀ ବାଚସ୍ପତି ନିର୍ବାଚିତ, କାମଚଳା ବାଚସ୍ପତିଙ୍କ ଠାରୁ ଗ୍ରହଣ କଲେ କାର୍ଯ୍ୟଭାର (ETV Bharat Odisha)

ଭୁବନେଶ୍ବର: ବାଚସ୍ପତି ଭାବେ ନିର୍ବାଚିତ ହେବା ସହ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା ନୟାଗଡ ଜିଲ୍ଲା ରଣପୁରର ବିଧାୟିକା ସୁରମା ପାଢୀ । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନର ଅନ୍ତିମ କାର୍ଯ୍ୟଦିବସ ଆରମ୍ଭ ହେବା ପରେ ସେ ସର୍ବସମ୍ମିତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ପରେ କାମଚଳା ବାଚସ୍ପତି ରାଜା ସ୍ବାଇଁଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛି । ସଂସଦୀୟ ପ୍ରକ୍ରିୟା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁରମାଙ୍କୁ ବାଚସ୍ପତିଙ୍କ ପୋଡିୟମ ପର୍ଯ୍ୟନ୍ତ ପାଛେଟି ନେଇଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ହେଉଛନ୍ତି ରାଜ୍ୟର ଦ୍ବିତୀୟ ମହିଳା ବାଚସ୍ପତି ।

ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି (ETV Bharat Odisha)

ଏହା ବି ପଢନ୍ତୁ- ସୁରମା ପାଢ଼ୀ ବାଚସ୍ପତି, ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ

ଏହା ପରେ ଏକ ସ୍ବଳ୍ପଅବଧିର ଗୃହକାର୍ଯ୍ୟ ମଧ୍ୟ ହୋଇଥିଲା । ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ଅନ୍ୟ ଦଳର ବିଧାୟକମାନେ ନିଜ ବିବୃତ୍ତିରେ ନବନିର୍ବାଚିତ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁରମାଙ୍କର ବିଭିନ୍ନ ରାଜନୈତିକ ପଦପଦବୀ ଓ ଦାୟିତ୍ବରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ସେ ବେଶ ଭଲ ଭାବେ ଗୃହ ପରିଚାଳନା କରିବେ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏହାସହ ଆଜି 18 ତାରିଖରୁ ଆରମ୍ଭ ହୋଇଥିବା 3 ଦିନିଆ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ଶେଷ ହୋଇଛି ।

ସୁରମାଙ୍କ ରାଜନୈତିକ କ୍ୟାରିୟର:-

1988 ମସିହାରେ ସୁରମା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । 1998 ରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । 2000 ମସିହାରେ ଦଳ ତାଙ୍କୁ ସଂଗଠନର ରାଷ୍ଟ୍ରୀୟ ଦାୟିତ୍ବ ମଧ୍ୟ ଦେଇଥିଲା । ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଥିଲେ ସୁରମା । 2004 ମସିହାରେ ସୁରମା ବିଜେପି ଟିକଟରେ ନୟାଗଡ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ 13ଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିବା ସହ ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରିମଣ୍ଡଳରେ ସମବାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ନବୀନ ହେବେ କି ବିରୋଧୀ ଦଳ ନେତା ? ଆଜି ବିଜେଡି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି - Leader of Opposition for BJD

କ୍ରମାଗତ 3 ନିର୍ବାଚନ ହାରିଥିଲେ ସୁରମା:-

ପ୍ରଥମ ବିଜୟରେ ମନ୍ତ୍ରୀ ହୋଇଥିବା ସୁରମାଙ୍କୁ ପରବର୍ତ୍ତୀ ସମୟରେ ସିରିଜ ପରାଜର ସାମ୍ନ କରିବାକୁ ପଡିଥିଲା । 2009, 2014 ଓ 2019 ବିଧାନସଭା ନିର୍ବାଚନରେ ସେ କ୍ରମାଗତ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ ସୁରମା । ପ୍ରଥମ ବିଜୟରେ ମନ୍ତ୍ରୀ ପଦ ପାଇଥିବା ସୁରମା ଏଥର ଦ୍ବିତୀୟ ବିଜୟରେ ବାଚସ୍ପତି ପରି ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 20, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.