ETV Bharat / state

ମୟୂରଭଞ୍ଜରେ ବିଜେପିର ଐତିହାସିକ ବିଜୟ, ୯ ଆସନରେ କଲା ବାଜିମାତ୍ - Bjp Wins In Mayurbhanj

author img

By ETV Bharat Odisha Team

Published : Jun 5, 2024, 4:24 PM IST

BJP Wins In Mayurbhanj: ମୟୂରଭଞ୍ଜ ଜିଲ୍ଲାରେ ଐତିହାସିକ ବିଜୟ ଲାଭ କଲା ବିଜେପି । ଜିଲ୍ଲାର ସମସ୍ତ ୯ଟି ବିଧାନସଭା ଆସନରୁ ୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ମୟୂରଭଞ୍ଜ ଲୋକସଭା ଆସନରେ ମଧ୍ୟ ଐତିହାସିକ ବିଜୟ ଲାଭ କରିଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ବିଜେପି ଶିବିରରେ ସେଲିବ୍ରେସନର ମାହୋଲ ରହିଛି । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ବିଜେପିର ଐତିହାସିକ ବିଜୟ, ୯ ଆସନରେ କଲା ବାଜିମାତ୍
ମୟୂରଭଞ୍ଜରେ ବିଜେପିର ଐତିହାସିକ ବିଜୟ, ୯ ଆସନରେ କଲା ବାଜିମାତ୍ (ETV Bharat Odisha)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଫୁଟିଲା ପଦ୍ମ । ଜିଲ୍ଲାରେ ବିଜେପି ଐତିହାସିକ ବିଜୟ ହାସଲ କରିଛି । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ଆସନରୁ ୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ମୟୂରଭଞ୍ଜ ଲୋକସଭା ଆସନରେ ମଧ୍ୟ ଐତିହାସିକ ବିଜୟ ଲାଭ କରିଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ଏବେ ବିଜେପି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତେବେ ଏହି ବିଜୟର ଶ୍ରେୟ ମୟୂରଭଞ୍ଜ ବାସୀଙ୍କୁ ଦେଇଛନ୍ତି ବିଜେପି ବିଜୟୀ ପ୍ରାର୍ଥୀମାନେ ଏବଂ ଧର୍ମର ଜୟ ହୋଇଛି ବୋଲି ମତ ଦେଇଛନ୍ତି ।

ମୟୂରଭଞ୍ଜ ଲୋକସଭା ଆସନରେ ସୁଦାମ ମାରାଣ୍ଡିକୁ ପରାସ୍ତ କଲେ ନବଚରଣ

ବିଜେପି ଜିଲ୍ଲାର ୯ଟି ବିଧାନସଭା ଆସନ ହାତେଇଛି । କେବଳ ସେତିକି ନୁହେଁ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ୫୮୫୯୭୧ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ୩୬,୬୬୩୭ ଖଣ୍ଡ ଭୋଟ ପାଇଛନ୍ତି । ତେବେ ନବଚରଣ ମାଝୀ ୨୧୯୩୩୪ ଖଣ୍ଡ ଭୋଟରେ ସୁଦାମଙ୍କ ଠାରୁ ବିଜୟୀ ହୋଇଥିବା ସହ ୨ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ଆଗୁଆ ରହି ମୟୂରଭଞ୍ଜ ଜିଲ୍ଲାରେ ଇତିହାସ ସୃଷ୍ଟି କରିଛନ୍ତି ।

ଯଶିପୁର-କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ପଦ୍ମଚରଣ- ଗଣେଶ ରାମସିଂ

କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ପଦ୍ମଚରଣ ହାଇବୁରୁ ୬୫,୩୫୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଯଶିପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆ ୮୫,୩୮୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ପଦ୍ମଚରଣ ହାଇବୁରୁ ୬୫,୩୫୭ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦ୍ୱୀ ବିଜେଡ଼ି ଚକ୍ରଧର ହେମ୍ବ୍ରମ ୫୦,୭୧୭ ଖଣ୍ଡ ଭୋଟ ପାଇଥିଲେ । ତେବେ ଗଣେଶ ରାମସିଂ ଖୁଣ୍ଟିଆ ୩୪, ୬୬୭ ଖଣ୍ଡ ଭୋଟ ବ୍ୟବଧାନରେ ଚକ୍ରଧରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ୬୫, ୩୫୭ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ୩୫,୮୫୮ ଖଣ୍ଡ ଭୋଟ ପାଇଥିଲେ। ତେବେ ପଦ୍ମଚରଣ ୨୯, ୪୯୯ ଖଣ୍ଡ ଭୋଟରେ ତାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏନେଇ ଉଭୟ ବିଜେପି କର୍ମୀ ମହଲରେ ବେଶ ଖୁସି ଓ ଉତ୍ସାହ ଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁର-ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜୟୀ ବିଜେପି ପ୍ରାର୍ଥୀ ଜୋଲେନ-ଭାଦବ

ସେପଟେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି ଉଭୟ ବିଜେପି ପ୍ରାର୍ଥୀ ଜୋଲେନ ନାଏକ ଏବଂ ଭାଦବ ହାଁସଦା । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ନାଏକ ୬୨,୭୨୪ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡ଼ିର ରାଇସେନ ମୁର୍ମୁ ୫,୦୩୧ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଜୋଲେନ ନାଏକ ୭,୬୯୩ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ୫୮,୭୩୦ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ୪୫,୩୩୬ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଭାଦବ ହାଁସଦା ୧୩,୩୯୪ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ।

ବାଙ୍ଗିରିପୋଷି-ମୋରୋଡାେ-ବଡସାହି ନିର୍ବାଚନ ମଣ୍ଡଳୀରେ ବିଜୟୀ ବିଜେପି ପ୍ରାର୍ଥୀ ସଞ୍ଜଲୀ-କୃଷ୍ଣଚନ୍ଦ୍ର-ସନାତନ

ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ହେଭିୱେଟ ନେତା ସୁଦାମ ମାରାଣ୍ଡିଙ୍କ ସ୍ତ୍ରୀ ରଞ୍ଜିତା ମାରାଣ୍ଡିଙ୍କୁ ପରାସ୍ତ କରିଛି ବିଜେପି । ସେଠାରେ ବିଜେପି ବିଧାୟିକା ପ୍ରାର୍ଥୀନୀ ସଞ୍ଜଲୀ ମୁର୍ମୁ ୮୭, ୮୦୧ ଖଣ୍ଡ ଭୋଟ ପାଇ ରଞ୍ଜିତା ମାରାଣ୍ଡିଙ୍କୁ ହରାଇଥିବା ବେଳେ ମୋରୋଡା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ୭୭,୬୯୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ବଡସାହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି ୮୩,୨୭୬ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡ଼ି ପ୍ରାର୍ଥୀ ଅନୁସୟା ପାତ୍ର ୪୫,୮୮୯ ଖଣ୍ଡ ଭୋଟ ପାଇଥିଲେ । ତେବେ ସନାତନ ବିଜୁଳି ୩୭,୩୮୭ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ।

ବାରିପଦା-ଉଦଳା ନିର୍ବାଚନ ମଣ୍ଡଳୀରେ ବିଜୟୀ ବିଜେପି ପ୍ରାର୍ଥୀ ପ୍ରକାଶ-ଭାସ୍କର

ତେବେ ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ମଧ୍ୟ ପୂର୍ବତନ ଉପବାଚସ୍ପତି ତଥା ବିଜେଡ଼ି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ପରାସ୍ତ କରିବା ସହ ୭୬୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ଉଦଳା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମୋଢେଇ ୬୫୫୦୩ ଖଣ୍ଡ ଭୋଟ ପାଇ ଉଭୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.