ETV Bharat / state

କାମ ଦେଲାନି ‘ବ୍ରାଣ୍ଡ ନବୀନ’ ଷ୍ଟ୍ରାଟେଜି, ରାଜନୈତିକ କ୍ୟାରିୟରରେ ପ୍ରଥମ ପରାଜୟ ସ୍ବାଦ ଚାଖିଲେ ଅପରାଜେୟ ନବୀନ - Naveen Patnaik loses from Kantabanji

author img

By ETV Bharat Odisha Team

Published : Jun 4, 2024, 10:03 PM IST

NAVEEN PATNAIK LOSES FROM KANTABANJI: କାମ ଦେଲାନି ବିଜେଡି ଷ୍ଟ୍ରାଟେଜି । କଣ୍ଟାବାଞ୍ଜିରୁ ନିଜ ରାଜନୈତିକ କ୍ୟାରିଅରର ପ୍ରଥମ ପରାଜୟ ଚାଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

କଣ୍ଟାବାଞ୍ଜିରୁ ହାରିଲେ ନବୀନ
କଣ୍ଟାବାଞ୍ଜିରୁ ହାରିଲେ ନବୀନ (ETV Bharat Odisha)

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶକ୍ତ ଝଟକା । ହାର କଣ ଜାଣିନଥିବା ନବୀନ ଚାଖିଛନ୍ତି ପରାଜୟର ସ୍ବାଦ । 1998ରୁ ରାଜନୈତିକ କ୍ୟାରିଅରରେ ଜିତି ଜିତି ଆସୁଥିଲେ ସୁଦ୍ଧା କଣ୍ଟାବାଞ୍ଜି ଜନତାଙ୍କ ନିକଟରେ ହାର ମାନିଛନ୍ତି ନବୀନ । ବ୍ରାଣ୍ଡ ନବୀନଙ୍କୁ ଗ୍ରହଣ କରିନାହାନ୍ତି କଣ୍ଟାବାଞ୍ଜିବାସୀ । ପୂର୍ବରୁ କଂଗ୍ରେସର ଗଡ଼ ଥିବା କଣ୍ଟାବାଞ୍ଜିରେ ଫୁଟିଛି ପଦ୍ମ । ନବୀନଙ୍କୁ ହରାଇ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ । ପ୍ରଥମ ଥର ଲାଗି ନବୀନ ରାଜନୈତିକ ମୈଦାନରେ ପରାଜିତ ହୋଇଛନ୍ତି ।

NAVEEN PATNAIK LOSES FROM KANTABANJI
NAVEEN PATNAIK LOSES FROM KANTABANJI (ETV Bharat Odisha)

କାମ ଦେଲାନି ବିଜେଡି ଷ୍ଟ୍ରାଟେଜି:- ବିଜେଡିକୁ ଅପ୍ରତ୍ୟାଶିତ ଝଟକା ଲାଗିଛି । କଣ୍ଟାବାଞ୍ଜି ବିଧାନସଭା ଆସନ ବିଜେଡି ଖାତାକୁ ଯିବା ଲାଗି ଦଳ ନିଆରା ଷ୍ଟ୍ରାଟେଜି ଆପଣେଇଥିଲା । ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିଲା । ନବୀନ ହାୱାରେ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ରହିଥିଲା ଯୋଜନା । ହେଲେ ସବୁ ଯୋଜନା ଏଠାରେ ଫେଲ‌୍‌ ମାରିଛି । କଣ୍ଟାବାଞ୍ଜିରେ ନବୀନଙ୍କୁ ଗ୍ରହଣ କରିନାହାନ୍ତି ଜନତା ଜନାର୍ଦ୍ଦନ । ଏଠାରେ କାମ ଦେଇଛି ମୋଦି ହାୱା । ବିକାଶର ନାରା ଦେଉଥିବା ବିଜେପିକୁ ଭରସା କରିଛନ୍ତି କଣ୍ଟାବାଞ୍ଜି ବାସୀ । ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟର ମୁକୁଟ ପିନ୍ଧାଇଛନ୍ତି । ବିଜେପି ପ୍ରାର୍ଥୀଙ୍କଠାରୁ 16 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଛନ୍ତି ନବୀନ ।

1998ରୁ ଜିତି ଆସୁଥିଲେ ନବୀନ:- 1998 ଠାରୁ ନବୀନ କ୍ରମାଗତ ଭାବେ ଜିତି ଆସୁଥିଲେ । ସେ ନିଜ ରାଜନୈତିକ କ୍ୟାରିଅରରେ ପରାଜୟ କଣ ଜାଣିନଥିଲେ । ହେଲେ 2024 ତାଙ୍କୁ ପରାଜୟର ସ୍ବାଦ ଚଖାଇଛି । ଗୋଟିଏ ପଟେ ଷଷ୍ଠ ପାଳି ସହିତ ଶାସନ କ୍ଷମତା ବଜାୟ ରଖିବା ଲାଗି ସ୍ବପ୍ନ ଦେଖିଥିବା ନବୀନ ଆଜି ଇତିହାସ ପାଲଟି ଯାଇଛନ୍ତି । 2024 ନିର୍ବାଚନରେ ନବୀନ ନିଜର ପାରମ୍ପରିକ ଆସନ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ବଲାଙ୍ଗୀର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିଥିଲେ । ନିଜ ଜୀବନର ପ୍ରଥମ ନିର୍ବାଚନ ଆସିକାରୁ ଲଢିଥିଲେ ନବୀନ । ସେଠାରୁ ବିଜୟୀ ହୋଇ 1998 ଓ 1999ରେ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । 2000ରୁ 2024 ପର୍ଯ୍ୟନ୍ତ ହିଞ୍ଜିଳିରୁ ବିଜୟୀ ହୋଇଆସିଛନ୍ତି । ଏହାସହିତ ଚଳିତ ଥରକୁ ମିଶାଇ ନବୀନ 6ଥର ହିଞ୍ଜିଳିରୁ ବିଜୟୀ ହୋଇଛନ୍ତି ।

ଏହା ବି ପଢନ୍ତୁ- ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ, 24 ବର୍ଷ ପରେ ରାଜ୍ୟ ଦେଖିଲା କ୍ଷମତା ପରିବର୍ତ୍ତନ: କିଏ ନେବ ନବୀନଙ୍କ ଗାଦି

କଣ୍ଟାବାଞ୍ଜିରେ ବିଜୟୀ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ 90 ହଜାର 594 ଭୋଟ୍‌ ମିଳିଛି । 16 ହଜାର 321 ଆସନ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଲକ୍ଷ୍ମଣ । ସେହିପରି ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ 74 ହଜାର 273ଟି ଆସନ ମିଳିଛି । କଂଗ୍ରେସ ଖାତାକୁ ଯାଇଛି ମାତ୍ର 26 ହଜାର 746 ଭୋଟ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.