ETV Bharat / state

ଜନମତକୁ ବିନମ୍ରତାର ସହ ଗ୍ରହଣ କରୁଛୁ: ଧର୍ମେନ୍ଦ୍ର - Dharmendra On BJP Victory

author img

By ETV Bharat Odisha Team

Published : Jun 4, 2024, 9:42 PM IST

Dharmendra On BJP Victory: ବିଜେପିକୁ ମିଳିଛି ବହୁଳ ଜନମତ । ଦଳର ଏହି ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ଜାଣନ୍ତୁ ଦଳର ଏହି ବଡ଼ ବିଜୟକୁ ନେଇ କ'ଣ କହିଛନ୍ତି ଧର୍ମେନ୍ଦ୍ର ।

Dharmendra On BJP Victory
Dharmendra On BJP Victory (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ରଚିଲା ନୂଆ ଇତିହାସ । ବିଗତ ନିର୍ବାଚନର ଫଳାଫଳ ଠାରୁ ଚଳିତ ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ବିଜେପିକୁ ମିଳିଛି ବହୁଳ ଜନମତ । ଦଳର ଏହି ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ବିଜେପିର ବିଜୟ ପରେ ଧର୍ମେନ୍ଦ୍ର କହିଛନ୍ତି, "ଆଜି ଓଡି଼ଶାରେ ନୂଆ ଇତିହାସ ଲେଖାଗଲା । ବିଜେଡି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର ସୁଯୋଗ ମିଳିଥିଲା । ଓଡି଼ଶା ଆସି ପ୍ରଧାନମନ୍ତ୍ରୀ ବିଜେପିକୁ ଗୋଟିଏ ଥର ସୁଯୋଗ ଦେବାକୁ କହିଥିଲେ, ଜନତା ମଧ୍ୟ ସହମତି ଦେଇ ବଡ଼ ଆଶୀର୍ବାଦ ଦେଇଛନ୍ତି । ରାଜ୍ୟରେ ବିଜେପି ବହୁମତରେ ସରକାର କରିବାକୁ ଯାଉଛି ।"

"ପ୍ରଧାନମନ୍ତ୍ରୀ ଜୁନ 10 ତାରିଖରେ ବିଜେପି ସରକାର କରିବାକୁ ଶପଥ ନେବେ ବୋଲି ଯାହା କହିଥିଲେ, ଏବେ ତାହା ସତ ହୋଇଛି । ଏହା ବିଜେପିର ବିଜୟ ନୁହେଁ ଓଡିଆ ଲୋକଙ୍କ ବିଜୟ । ଏହାସହ ଓଡ଼ିଆ ଅସ୍ମିତା, ଭାଷା ଓ ଓଡ଼ିଆ ପରିଚୟର ବିଜୟ । ଓଡିଶାବାସୀଙ୍କ ଜନାଦେଶକୁ ଆମେ ସ୍ୱୀକାର କରୁଛୁ । ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଗ୍ୟାରେଣ୍ଟି ବୃଥା ଯିବନି ଏବଂ ଏହା ନିଶ୍ଚୟ ପୂରଣ ହେବ । ପ୍ରଧାନମନ୍ତ୍ରୀ ଯେତେବେଳେ ଯେଉଁ ପ୍ରତିଶୃତି ଦିଅନ୍ତି ତାକୁ ସେ ପୂରଣ କରନ୍ତି । ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛନ୍ତି ଏବଂ ବିଜେପିକୁ ଭରସା କରିଛନ୍ତି ଆମେ ନିଶ୍ଚିତ ଭାବରେ ପୂରଣ କରିବୁ" ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହା ବି ପଢନ୍ତୁ...ରାଜ୍ୟରେ ପ୍ରଥମ ଥର ବିଜେପି ସରକାର; ପାର୍ଟି ଅଫିସରେ ଜୋରଦାର ସେଲିବ୍ରେସନ - Celebration At BJP Party Office

ଏହା ବି ପଢନ୍ତୁ...ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଫୁଟିଲା ପଦ୍ମ, ପ୍ରତିକ୍ରିୟା ରଖିଲେ ବିଜୟୀ ପ୍ରାର୍ଥୀ - Saffron Party Wins In Jharsuguda

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏଥର ନିର୍ବାଚନୀ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ବିଜେପି ଶିବିରରେ ଦେଖାଦେଇଛି ଉତ୍ସାହ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ କରିଛନ୍ତି ଦଳୀୟ ନେତା ଓ କର୍ମୀ । ଏସବୁ ଭିତରେ ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମର୍ଥନ ଜଣାଇ ସେବା କରିବାର ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମୀତାର କଥାକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.