ETV Bharat / state

ସୁବର୍ଣ୍ଣପୁରରେ ଶାନ୍ତିପୂର୍ଣ୍ଣ ନିର୍ବାଚନୀକୁ ନେଇ ଜିଲ୍ଲା ଆରକ୍ଷୀ ବିଭାଗର ପ୍ରସ୍ତୁତି - ELECTION PREPARATION IN Subarnapur - ELECTION PREPARATION IN SUBARNAPUR

Odisha Assembly Election 2024: ଆସନ୍ତା ୨୦ରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ । ଯାହା ପାଇଁ ସୁବର୍ଣ୍ଣପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକ ପଢ଼ନ୍ତୁ,

Odisha Assembly Election 2024
Odisha Assembly Election 2024 (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 10:58 PM IST

Odisha Assembly Election 2024 (ETV Bharat Odisha)

ସୁବର୍ଣ୍ଣପୁର: ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଯାହାପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅବାଧ ,ସ୍ବଚ୍ଛ ଓ ନିରପେକ୍ଷ ତଥା ଭୟମୁକ୍ତ ନିର୍ବାଚନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲଙ୍କ ନେତୃତ୍ବରେ ଗାଁରୁ ସହର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଯାହାର ସୂଚନା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଦେଇଛନ୍ତି ।

ନିର୍ବାଚନ ପାଇଁ ଜିଲ୍ଲାର ଚାରି କମ୍ପାନୀ ସଶସ୍ତ୍ର ପୋଲିସ, ତିନି କମ୍ପାନୀ ସିଆରପିଏଫ ଯବାନ, ଏକ କମ୍ପାନୀ ତ୍ରିପୁରା ସଶସ୍ତ୍ର ପୋଲିସ, ରାଜ୍ୟର ପାଞ୍ଚ କମ୍ପାନୀ ସଶସ୍ତ୍ର ପୋଲିସ ସମେତ ଜିଲ୍ଲାର 6 ଶହ ଯବାନ ନିର୍ବାଚନର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥା ପରିଦର୍ଶନ କରିବା ପାଇଁ 110 ଜଣ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ 44ଟି ମୋବାଇଲ ପେଟ୍ରୋଲିଂ ଦଳ ଗଠନ କରାଯାଇଛି । ସେହିପରି କୌଣସି ଅପ୍ରୀତିକର ଘଟଣା ନଜରକୁ ଆସିଲେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ 12 ଗୋଟି ସ୍ବତନ୍ତ୍ର ପାଟ୍ରୋଲିଂ ଦଳ ଗଠନ କରାଯାଇଛି । ତେବେ ଜିଲ୍ଲାରେ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରତିଟି ବୁଥରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ବୁଥ ମୁହାଁ ପୋଲିଂ କର୍ମଚାରୀ, କନ୍ଧମାଳ ସଂସଦୀୟ କ୍ଷେତ୍ରରେ କାଲି ପଡ଼ିବ ଭୋଟ - Election Preparation In Nayagarh

ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସେହି ଅଞ୍ଚଳର ଘଟଣା ଗୁଡିକ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେହି ଅଞ୍ଚଳର ଥାନା ଗୁଡିକର କର୍ମଚାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଜିଲ୍ଲାର ଉଲୁଣ୍ଡା ଅଞ୍ଚଳରେ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନେକ ସମୟରେ ଜିଲ୍ଲାର ଯଉଁରାଭଉଁରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ନଜରକୁ ଆସିଥିବା ବେଳେ ନିର୍ବାଚନ ସମୟରେ ଏପରି କୌଣସି ହିଂସାର ଇତିହାସ ନାହିଁ । ତଥାପି ଜିଲ୍ଲା ପୋଲିସ ସତର୍କତାର ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଜିଲ୍ଲାର ସମସ୍ତ ଜନସାଧାରଣ ଗଣତନ୍ତ୍ରର ଏହି ମହୋତ୍ସବରେ ନିଜକୁ ସାମିଲ କରି ଭୟମୁକ୍ତ ହୋଇ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଜିଲ୍ଲା ପୋଲିସ ସଜାଗ ରହିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.