ETV Bharat / state

ପ୍ରଚାର ଆରମ୍ଭ କଲେ ସୁବାସିନୀ, କହିଲେ ଅସନ୍ତୋଷ ନୁହେଁ ଅଭିମାନ କରିଛନ୍ତି ନେତା - simulia assembly constituency

author img

By ETV Bharat Odisha Team

Published : Apr 27, 2024, 8:47 PM IST

SIMULIA ASSEMBLY CONSTITUENCY: ଚଳିତ ଥର ସିମୁଳିଆରେ ମହିଳା କାର୍ଡ ଖେଳି କ୍ଷମତା ହାସଲ ପାଇଁ ଜୋରଦାର ପ୍ରୟାସ କରିଛି ବିଜେଡି । ସେପଟେ ଅସନ୍ତୁଷ୍ଟଙ୍କ ଅଭିମାନ ଭାଙ୍ଗି ତାଙ୍କ ହାତ ଧରି ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇବେ ବୋଲି କହିଲେ ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁ । ଅଧିକ ପଢନ୍ତୁୁ

ପ୍ରଚାର ଆରମ୍ଭ କଲେ ସୁବାସିନୀ,କହିଲେ ଅସନ୍ତୋଷ ନୁହେଁ ଅଭିମାନ କରିଛନ୍ତି ନେତା

ବାଲେଶ୍ବର: ଜିଲ୍ଲା ସିମୁଳିଆ ବିଧାନସଭା ଆସନରେ ବିଜେଡି ଏଥର ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ବିଜେପି ପଦ୍ମଲୋଚନ ପଣ୍ଡା ଏବଂ କଂଗ୍ରେସ ହିମାଂଶୁ ଶେଖର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ କରିଛି । ଗତ ଦୁଇଟି ନିର୍ବାଚନରେ ବାଜି ମାରିଥିବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପରେ ଏଥର ଦଳ ଆସ୍ଥା ପ୍ରକଟ ନ କରି ସୁବାସିନୀଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଜ୍ୟୋତି ପ୍ରକାଶ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି ।

ସୁବାସିନୀ ଏଥର ନୂଆ ମୁହଁ ହୋଇଥିବା ବେଳେ ଆଜି ଖଇରା ଧୋବାଗଢିଆ ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ତାଙ୍କର ପ୍ରଥମ ନିର୍ବାଚନୀ ପ୍ରଚାର ଏବଂ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କଥା କହିଛନ୍ତି । ପ୍ରଥମ ନିର୍ବାଚନୀ ସଭାରେ ଖଇରା ଏବଂ ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡି ନେତା ଓ କର୍ମୀମାନେ ଯୋଗଦେଇଥିଲେ । ନେତା ଓ କର୍ମୀମାନଙ୍କ ମଧ୍ୟରେ ସୁବାସିନୀ ନିଜର ପରିଚୟ ପ୍ରଦାନ କରି ଭୋଟ ଆଶୀର୍ବାଦ କେମିତି ମିଳିବ ସେନେଇ ଆଲୋଚନା କରିଥିଲେ ।

ଏହି ଅବସରରେ ସୁବାସିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନୂଆ କରି ରାଜନୈତିକ ମଇଦାନରେ ଓହ୍ଲାଇଥିବାରୁ ଆଜି ସମସ୍ତଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ଅନେକ ନେତା ଏବଂ କର୍ମୀଙ୍କ ମଧ୍ୟରେ ଅଭିମାନ ଥିବାରୁ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଠାରୁ ଆଶୀର୍ବାଦ ନେବାସହ ଆଗାମୀ ଦିନରେ ଦଳ ସହ ରହି କେମିତି କାମ କରିହେବ ସେନେଇ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....3 ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେଡି: ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ - BJD MLA Candidates List

ସେହିପରି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପାଖକୁ ପ୍ରଥମ ଦିନ ଯାଇ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କ ଦେଖା ହୋଇ ପାରିନଥିବା କହିଛନ୍ତି ସେ । ଜ୍ୟୋତି ତାଙ୍କର ବଡଭାଇ ବୋଲି ସମ୍ବୋଧନ କରିବା ସହ ତାଙ୍କ ଅଭିମାନ ନିଶ୍ଚୟ ଭାଙ୍ଗି ତାଙ୍କ ହାତ ଧରି ନିର୍ବାଚନ ରଣାଙ୍ଗନାରେ ସେ ଅବତୀର୍ଣ୍ଣ ହେବେ ବୋଲି ସୁବାସିନୀ କହିଛନ୍ତି । ତେବେ ଆଗାମୀ ଦିନରେ ଜ୍ୟୋତି ସୁବାସୀଙ୍କ ପାଇଁ କଣ୍ଟା ସାଜିବେ ନେ ଫୁଲ ହୋଇ ସହଯୋଗ କରିବେ ତାହା ସମୟ କହିବ । ଚଳିତଥର ମଧ୍ୟ ସିମୁଳିଆ ବିଧାନସଭା ଆସନରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ ହେଲେ କିଏ ବାଜି ମାରି ତାହା ଫଳାଫଳ ହିଁ କହିବ ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.