ETV Bharat / state

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ; ବହୁଛି ବିଧାୟକ ବିରୋଧୀ ହାୱା ! କିଏ ମାରିବ ମୌକାରେ ଚୌକା - ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ

Odisha Assembly Election 2024: ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପୁଣି ସୁବ୍ରତ ନା ଆଉ କିଏ ? ଏଥର ହେବ ତ୍ରିମୁଖୀ ଲଢେଇ ଚାଲିଛି ଅଙ୍କକାଷା । ଅଧିକ ପଢନ୍ତୁ

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ; ବହୁଛି ବିଧାୟକ ବିରୋଧୀ ହାୱା ! କିଏ ମାରିବ ମୌକାରେ ଚୌକା

author img

By ETV Bharat Odisha Team

Published : Mar 4, 2024, 10:24 PM IST

Updated : Mar 4, 2024, 10:31 PM IST

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ; ବହୁଛି ବିଧାୟକ ବିରୋଧୀ ହାୱା ! କିଏ ମାରିବ ମୌକାରେ ଚୌକା

ରାଉରକେଲା: ରାଜ୍ୟରେ ବଢୁଛି ନିର୍ବାଚନୀ ତାତି । ଛିଡ଼ୁନି ନେତାଙ୍କ ଅଙ୍କକାଷା । ବିଭିନ୍ନ ଦଳୀୟ ଟିକେଟ ଦୈଡ଼ରେ ଆଶାୟୀ । କାହାକୁ ମିଳିବ ଟିକେଟ । କିଏ ପିନ୍ଧିବ ବିଜୟର ମୁକୁଟ । ତାହା ଉପରେ ସମସ୍ତଙ୍କ ନଜର । ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଛାତି ସେତିକି ଧଡ଼ ଧଡ଼ ହେଉଛି । ଏହାରି ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ନିର୍ବାଚନୀ ହାୱା ଦେଖିବାକୁ ମିଳିଛି । ବର୍ତ୍ତମାନ ଜିଲ୍ଲାର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଥିବା ବେଳେ ଏଥର କିଏ ମାରିବ ବାଜି ସେନେଇ ଚାଲିଛି ଅଙ୍କକଷା । ଏଠାରୁ ଗତ ତିନି ଥର ବିଜେଡ଼ିର ସୁବ୍ରତ ତରାଇ ବାଜିମାତ କରୁ ଥିବାବେଳେ ପୁଣି ରିପିଟ ହେବାକୁ ଅଣ୍ଟା ଭଡ଼ିଛି ଦଳ । ସେପଟେ ବିରୋଧୀ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ହେବ ତ୍ରିମୁଖୀ ଲଢେଇ ।

ପୂର୍ବ ନିର୍ବାଚନ ଫଳାଫଳ:-

2009 ନିର୍ବାଚନ ଫଳାଫଳ: 2009 ନିର୍ବାଚନରେ ପ୍ରଥମ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ସୁବ୍ରତ ତରାଇ । ଏହି ନିର୍ବାଚନରେ ଏକ ପାଖିଆ ବିଜୟୀ ହୋଇଥିଲା ବିଜେଡି । ବିଜେଡି ସୁବ୍ରତ ତରାଇ ୩୫ ହଜାରରୁ ଉର୍ଦ୍ଧ୍ବ ଭୋଟ ନିଜର ପ୍ରଥମ ପାଳିରେ ପାଇଥିବା ବେଳେ କଂଗ୍ରେସର ପ୍ରଫୁଲ୍ଲ ସୁନାନୀ ଦ୍ୱିତୀୟ ସ୍ଥାନରେ 16 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇଥିଲେ ।ସେପଟେ ବିଜେପିର ସନ୍ତୋଷ ବେହେରା ଶୋଚନୀୟ ଭାବରେ କେବଳ ୧୧ ହଜାର ଭୋଟ ପାଇଥିଲେ । ତେବେ ଏହି ନିର୍ବାଚନରେ ବିଜେଡି ପ୍ରଥମ ଥର ବିଜୟୀ ହୋଇଥିଲା ।

2014 ନିର୍ବାଚନ ଫଳାଫଳ: 2014 ନିର୍ବାଚନରେ ମଧ୍ୟ ବିଜେଡି ଦଳ ବିଧାୟକ ସୁବ୍ରତ ତରାଇଙ୍କ ଉପରେ ଭରସା କରିଥିଲା । ଏହି ନିର୍ବାଚନରେ ଦଳକୁ ଆହୁରି ଜନ ସମର୍ଥନ ମିଳିଥିଲା । ବିଜେଡ଼ିକୁ 49 ହଜାର ଭୋଟ ମିଳିଥିଲା ଏବଂ ବିଜେପିର ଜଗବନ୍ଧୁ ବେହେରାଙ୍କୁ 33 ହଜାର ଭୋଟ ମିଳିଥିଲା ଏବଂ କଂଗ୍ରେସର ଗଜେନ୍ଦ୍ର ତନ୍ତିଙ୍କୁ 14 ହଜାର ଭୋଟ ମିଳିଥିଲା ।

2019 ନିର୍ବାଚନ ଫଳାଫଳ: 2019 ନିର୍ବାଚନରେ ପ୍ରଥମ ଥର ଲାଗି ବିଜେଡି ବିପକ୍ଷରେ ବିଜେପି ଟକ୍କର ଦେଇଥିଲା । ଏହି ନିର୍ବାଚନରେ ଦ୍ବି ମୁଖୀ ଲଢେଇ ହୋଇଥିଲା । ବିଜେଡିର ବିଧାୟକ ସୁବ୍ରତଙ୍କୁ 44 ହାଜର ଭୋଟ ମିଳିଥିବା ବେଳେ ବିଜେପିର ଜଗବନ୍ଧୁ ବେହେରାଙ୍କୁ 40 ହଜାରରୁ ଉର୍ଦ୍ଧ୍ବ ଭୋଟ ମିଳିଥିଲା । ସେହିପରି କଂଗ୍ରେସର ପ୍ରଶାନ୍ତ ସେଠୀଙ୍କୁ 20 ହଜାର ଭୋଟ ମିଳିଥିଲା ।

ପୂର୍ବ ନିର୍ବାଚନ ଫଳାଫଳ
ପୂର୍ବ ନିର୍ବାଚନ ଫଳାଫଳ

ଏହା ମଧ୍ୟ ପଢନ୍ତୁ.... ନିମାପଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି, ପୁଣି ସମୀର ନା ହେବ ପରିବର୍ତ୍ତନ ?

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ 1974ରେ ପ୍ରଥମ ଥର ନିର୍ବାଚନ ହୋଇଥିଲା । ଏଥରେ କଂଗ୍ରେସ ବାଜିମତ କରିଥିଲା । ଏହାପରେ କଂଗ୍ରେସ ,ଜନତା ଦଳ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ,ବିଜେପି ଏବଂ ବିଜେଡି ସଭିଏଁ ଏହି ଆସନରେ ବିଜୟୀ ହୋଇଛନ୍ତି । କଂଗ୍ରେସ ତିନି ଥର 1974,1980 ଏବଂ 1985ରେ ବିଜୟୀ ହୋଇଥିବା ବେଳେ, JMM ଦଳ ମଧ୍ୟ ଦୁଇ ଥର 1995 ଏବଂ 2004ରେ ବିଜୟୀ ହୋଇଛି । ସେହପରି ବିଜେପି କେବଳ ଥରେ 2000 ମସିହାରେ ବିଜୟୀ ହୋଇଥିବା ବେଳେ ବିଜେଡି 2009, 2014ଏବଂ 2019ରେ ନିଜର ପତିଆରା ଜାହିର କରିଛି । ତେବେ ଏହି ନିର୍ବାଚନ ମଣ୍ଡଳୀରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକ ସ୍ଥାନ ରହିଛି ।

ଚଳିତ ସାଧାରଣ ନିର୍ବାଚନରେ ଏକ କଡ଼ା ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ତେବେ ବିଜେଡି ଆରମ୍ଭ କରିଛି ନିର୍ବାଚନ ପ୍ରସ୍ତୁତି । ବିଧାୟକ ସୁବ୍ରତ ତରାଇଙ୍କ ନିର୍ବାଚନ ମଣ୍ଡଳୀକୁ ଅବହେଳା ଯୋଗୁଁ ଶାସକ ଦଳକୁ ଟିକେ ଅଡ଼ୁଆରେ ପକାଇଛି । ଏଠାରେ ଦଳ ନୂଆ ମୁହଁକୁ ଆଗକୁ ଆଣିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଧାୟକ ସୁବ୍ରତ ତରାଇ କହିଛନ୍ତି, "ଲୋକଙ୍କ ସବୁବେଳେ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ବାସ ଓ ଭରସା ରହିଛି ,ଏଥିରେ କୌଣସି ସନ୍ଦେହ ନାହିଁ । ଲୋକମାନେ ମନରେ ସ୍ଥିର କରି ସାରିଛନ୍ତି । ପୁଣି ଏଠାରେ ବିଜେଡ଼ି ଆସିବ ।"

ସେହିପରି ବିଜେପି ମଧ୍ୟ ଏଠାରେ ନିଜର ରଣନୀତି ପ୍ରସ୍ତୁତ କରିଛି । ଗତ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଧାୟକ ପାର୍ଥୀ ଜଗବନ୍ଧୁ ବେହେରାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା । ହେଲେ ଦେଖିବା ବାକି ରହିଲା ବିଜେପି କାହାକୁ ଭରସା କରୁଛି ନୂଆ ମୁହଁ ନା ପୁରୁଣା ପ୍ରାର୍ଥୀ । ତେବେ ବିଜେପି ଆଶାୟୀ ପାର୍ଥୀ ଦୂର୍ଗା ତନ୍ତି କହିଛନ୍ତି,"ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଲଗାତାର ୩ଥର ସୁବ୍ରତ ତରାଇ ବିଜୟୀ ହୋଇଥିବା ବେଳେ ସେ ଏହି ନିର୍ବାଚନ ମଣ୍ଡଳୀକୁ ୫୦ବର୍ଷ ପଛକୁ ନେଇ ଯାଇଛନ୍ତି । ଏଥର ପରିବର୍ତ୍ତନ ହେବ ।"

ସେହିପରି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ଦେଖିବାକୁ ଗଲେ ଭଳ ନାହିଁ । ଗତ ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇ ଲଢ଼ିଥିବା ପ୍ରଶାନ୍ତ ସେଠୀ ବର୍ତ୍ତମାନ ଦଳ ଛାଡିଛନ୍ତି । ବର୍ତ୍ତମାନ ଏହି ଆସନ ପାଇଁ କଂଗ୍ରେସ କାହା ଉପରେ ଭରସା କରୁଛି ତାହା ଏକ ବଡ଼ ପ୍ରଶ୍ନ ? ସେପଟେ ରାହୁଲ ଗାନ୍ଧୀ ଗସ୍ତ ସମୟରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଅବହେଳା କରିଥିବା ଅଭିଯୋଗ ହୋଇଛି । କାରଣ ରାଉରକେଲାକୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଆସିଥିବା ବେଳେ ଏଠାରେ ପାଦ ପକାଇ ନଥିଲେ । ଫଳରେ କଂଗ୍ରେସ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେହିପରି କଂଗ୍ରେସରେ ଆଶାୟୀ ସଂଖ୍ୟା ସବୁଠାରରୁ ଅଧିକ ରହିଛି । ପ୍ରଗମନରେ ରଘୁନାଥପାଲ୍ଲୀରୁ 13 ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି । ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଦଳୀ ନେତାମାନେ ଦୃଢକ୍ତି ବାଢିଛନ୍ତି । ବର୍ତ୍ତମାନ ଦେଖିବାକୁ ରହିଲା କେଉଁ ଦଳ କାହାକୁ ଟିକେଟ ଦେଉଛି ଏବଂ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଲୋକମାନେ କାହକୁ ବିଜୟୀ ବିଜୟ କରୁଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Mar 4, 2024, 10:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.