ETV Bharat / state

ନିଆଳିରେ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ, ହାତ ଛାଡ଼ି ପଦ୍ମ ଧରିଲେ ଶଶିକାନ୍ତ - bjp campaign in niali

author img

By ETV Bharat Odisha Team

Published : May 30, 2024, 8:06 PM IST

BJP CAMPAIGN IN NIALI: ପ୍ରଚାରର ଶେଷ ଦିନରେ ବଳ ଗୋଟାଇଲା ନିଆଳି ବିଜେପି । ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଅଧିକ ପଢନ୍ତୁ

BJP CAMPAIGN IN NIALI
BJP CAMPAIGN IN NIALI (ETV Bharat Odisha)

ନିଆଳି: ନିର୍ବାଚନର ଶେଷ ପ୍ରଚାରରେ କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ବିଭୂ ପ୍ରସାଦ ତରାଇ ଏବଂ ନିଆଳି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କ ପାଇଁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ସେପଟେ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ହାତ ଛାଡି ଧରିଛନ୍ତି ପଦ୍ମ । ଆଜିର ମିଶ୍ରଣ ପର୍ବ ପରେ ନିଆଳିରେ ରାଜନୀତି ସମୀକରଣରେ ବିରାଟ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି ।

ନିଆଳି ବିଜେପି ଶକ୍ତିଶାଳୀ ହୋଇଛି । ବିଜେପିରେ ହଜାର ହଜାର କଂଗ୍ରେସ ସମର୍ଥକଙ୍କ ସମର୍ଥନ ଯୋଗୁଁ ନିଆଳିରେ ରାଜନୀତି ଏବେ ଭିନ୍ନ ମୋଡ଼ ନେଇଛି । ନିଆଳି ସପ୍ତମୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବରେ ଜନସମୁଦ୍ର ଦେଖିବାକୁ ମିଳିଛି । ବିଜେପିର ଶେଷ ପ୍ରଚାର ଓ ସମାବେଶ ସଫଳ ହୋଇଥିବା ନେଇ କହିଛନ୍ତି ବିଜେପି ନେତା ।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓଡିଶାରେ ଦୁର୍ନୀତି ବିଜେଡି ବିରୋଧରେ ବିଷ ଓଗାଳିବା ସହିତ ଭ୍ରଷ୍ଟାଚାର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହାସହ ନିଆଳିରେ ପରିବର୍ତ୍ତନ କରିବା ପାଇଁ ପିସି ବିଧାୟକଙ୍କୁ ତଡିବା ପାଇଁ ଆହ୍ଵାନ ଦେଇଥିଲେ ।‌ ସେହିପରି ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଓଡିଶା ସରକାର ଉପରେ ପ୍ରର୍ବଳ ବର୍ଷିବା ସହି ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚୋରକୁ ଜେଲରେ ଭର୍ତ୍ତି କରିବା ଏବଂ ଅଣ ଓଡ଼ିଆକୁ ବିଦା କରିବା ପାଇଁ ନିଆଳିବାସୀଙ୍କୁ ଆହ୍ବାନ ଦେଇଥିଲେ ।

ସେପଟେ ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, ‘ନିଆଳିରେ ବିଜେଡି ଯାଉଛି ବିଜେପି ଆସୁଛି । ଓଡିଶାରେ ପରିବର୍ତ୍ତନ ସ୍ବର ଆରମ୍ଭ ହୋଇଛି ତା'ର ପ୍ରଭାବ ନିଆଳିରେ ପ୍ରଭାବ ପଡ଼ିଛି । ନିଆଳି ଲୋକେ ଅସହ୍ୟ ହେଲେଣି ଆଉ ପରିବର୍ତ୍ତନ ମୁହାଁ ହୋଇଛନ୍ତି ।’ ଶଶିକାନ୍ତ ଲେଙ୍କା ଆରମ୍ଭରୁ ବର୍ଷିବା ସହିତ ନିଆଳିର ୧୫ ବର୍ଷର ଦୁର୍ନୀତି ଗସ୍ତ ବିଧାୟକଙ୍କୁ ତଡିପାର କରିବା ପାଇଁ ଆହ୍ବାନ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ମନମୋହନଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର - Bjp Campaign In Chandabali

ଜଗତସିଂହପୁର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ଏବଂ ନିଆଳି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ ଉପସ୍ଥିତ କର୍ମୀ ଏବଂ ଉପସ୍ଥିତ ଜନତାଙ୍କୁ ଭୋଟ ଭିକ୍ଷା କରିଛନ୍ତି । ନିଆଳିର ବିକାଶ ପାଇଁ ମୋଦି ଏବଂ ଓଡ଼ିଶାରେ ବିଜେପି ସରକାର ଆବଶ୍ୟକ ବୋଲି କହିଛନ୍ତି ଉଭୟ ପ୍ରାର୍ଥୀ । ନିଆଳି ଆଜି ଦୁର୍ନୀତି, ଭ୍ରଷ୍ଟାଚାରରେ ବୁଡି ରହିଛି । ଅଯୋଗ୍ୟ ପ୍ରାର୍ଥୀଙ୍କୁ ନିଆଳି ଲୋକେ ଓଫାଡି ଫୋପାଡି ଦେବା ପାଇଁ ବିଭୂ ପ୍ରସାଦ ତରାଇ ଏବଂ ଛବି ମଲ୍ଲିକ ନିଆଳି ଲୋକଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.