ETV Bharat / state

କାଲି ଢେଙ୍କାନାଳରେ ଭୋଟ ଗ୍ରହଣ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - Odisha Assembly Election 2024

author img

By ETV Bharat Odisha Team

Published : May 24, 2024, 10:22 PM IST

Third Phase Election: ଆସନ୍ତାକାଲି ଢେଙ୍କାନାଳ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଅଧିକ ପଢନ୍ତୁ

Third Phase Election
Third Phase Election (ETV Bharat Odisha)

ଢେଙ୍କାନାଳ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅବସରରେ ଢେଙ୍କାନାଳ ଲୋକସଭା ଆସନ ଓ ଜିଲ୍ଲାର ୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଢେଙ୍କାନାଳ ଜିଲ୍ଲାରେ ଲୋକସଭା ସହିତ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ଢେଙ୍କାନାଳ ଜିଲ୍ଲାରେ ମୋଟ ୯ଲକ୍ଷ ୭୨ହଜାର ୩୩ଜଣ ଭୋଟରଙ୍କ ପାଇଁ ୧୦୨୧ଟି ବୁଥ ପ୍ରସ୍ତୁତ କରାଯାଇଛି । ୧୦୨୧ ବୁଥକୁ ପୋଲିଂ ପାର୍ଟି ସବୁ ଇଭିଏମ ଓ ମତଦାନ ଉପକରଣ ନେଇ ପହଞ୍ଚି ସାରି ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡିଛି ।

୯ ଲକ୍ଷ ୭୨ହଜାର ୩୩ଜଣ ଭୋଟରଙ୍କ ମଧ୍ୟରେ ୫ଲକ୍ଷ ୧ହଜାର ୪୪୩ ପୁରୁଷ ଭୋଟର ରହିଥିବା ବେଳେ ୪ଲକ୍ଷ ୭୦ହଜାର ୫୧୯ଜଣ ମହିଳା ଭୋଟର ଓ ୭୧ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଜିଲ୍ଲାର ଏହି ୪ଟି ବିଧାନସଭା ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନରେ ୧୦ଜଣ ସାଂସଦ ପ୍ରାର୍ଥୀଙ୍କ ସମେତ ୨୯ଜଣ ବିଧାୟକ ପ୍ରାର୍ଥୀ ମୋଟ ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ଏଥିପାଇଁ ଗତକାଲି ଠାରୁ ଜିଲ୍ଲାର ଢେଙ୍କାନାଳର ମହିଷାପାଟ ସ୍ଥିତ ଷ୍ଟ୍ରଙ୍ଗ ରୁମ, କାମାକ୍ଷାନଗର କଲେଜ ସ୍ଥିତ ଷ୍ଟ୍ରଙ୍ଗ ରୁମ ଓ ହିନ୍ଦୋଳ ହାଇସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମରୁ ପୋଲିଂ ପାର୍ଟି ମାନେ ଇଭିଏମ ଓ ଭିଭିପାଟ ସମେତ ମତଦାନ ଉପକରଣ ସବୁକୁ ଗ୍ରହଣ କରି ବୁଥ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ରାତି ପାହିଲେ ଭୋଟ ଦେବ ସମ୍ବଲପୁର, ଲାଗିଲା 144 ଧାରା - Sec 144 Imposed In Sambalpur

ଜିଲ୍ଲାରେ ମୋଟ ୧୦୨୧ଟି ବୁଥ ମଧ୍ୟରୁ ୧୨୦ଟି ସଖୀ ବୁଥ, ୩୦ଟି ଯୁବ ବୁଥ ଓ ଗୋଟିଏ ଲେଖାଏଁ ଭିନ୍ନକ୍ଷମ ଓ ଇକୋ ଫ୍ରେଣ୍ଡଲି ବୁଥ ପ୍ରସ୍ତୁତ କରାଯାଇଛି । ଅପରପକ୍ଷରେ ୧୨୬ଟି ବୁଥକୁ ଆଦର୍ଶ ମତଦାନ କେନ୍ଦ୍ର ବା ମଡେଲ ବୁଥ ଭାବେ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ୧୧୧ଟି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ସେହି ବୁଥ ମାନଙ୍କରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୋଟ ଗ୍ରହଣ କିପରି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଲୋକସଭା ମଣ୍ଡଳୀକୁ ୯୯ଟି ସେକ୍ଟରରେ ବିଭକ୍ତ କରାଯାଇଛି ।

ଏପରିକି ଦୁଇ ଜଣ ସାଧାରଣ ପର୍ଯ୍ୟବେକ୍ଷକ ବାଦ ୧୩୦ଜଣ ମାଇକ୍ରୋ ଅବଜର୍ଭର ରହିଥିବା ବେଳେ ଜିଲ୍ଲାସ୍ତରୀୟ ୧୬ଜଣ ନୋଡାଲ ଅଧିକାରୀ ରହିଛନ୍ତି । ଜିଲ୍ଲାରେ ମୋଟ ୧୧୩୧ଜଣ ପ୍ରିଜାଇଡିଂ ଅଫିସର ୫୬୫୫ଜଣ ପୁଲିଂ ଅଧିକାରୀଙ୍କୁ ମତଦାନରେ ନିୟୋଜିତ କରାଯାଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ସେମାନେ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ତେବେ ଏହି ମହାନ ପର୍ବରେ ସମସ୍ତେ ଭୋଟର ସାମିଲ ହୋଇ ନିଜ ନିଜର ମତ ସାବ୍ୟସ୍ତ କରନ୍ତୁ । ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ଭାବେ ନିଜର ସ୍ୱାଧୀନ ଚିନ୍ତାଧାରାରେ ନିଜର ମତଦାନ କରିବା ସହିତ ସହଯୋଗ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.