ETV Bharat / state

ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କୁ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ - BJP workers attacked in Salepur

BJP workers attacked in Salepur: ସାଲେପୁରରେ ନିର୍ବାଚନୀ ହିଂସା । ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଦୁଇ ଗୁରୁତର ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 1, 2024, 7:44 PM IST

BJP workers attacked in Salepur
BJP workers attacked in Salepur (ETV Bharat Odisha)

କଟକ: ସାଲେପୁରରେ ନିର୍ବାଚନୀ ହିଂସା । ଭୋଟିଂ ସମୟରେ ସାଲେପୁର ନିର୍ବାଚନ ମଣ୍ଡଳୀ ମାଳଶାସନ ପଞ୍ଚାୟତ ସ୍ଥିତ ମାଳଶାସନ ବିଦ୍ୟାଳୟର ୧୮୪ ଓ ୧୮୫ ନଂ ବୁଥରେ ନିର୍ବାଚନୀ ହିଂସା ଦେଖା ଦେଇଛି । ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ଏଥିପାଇଁ ବିଜେଡି କର୍ମୀଙ୍କୁ ଦାୟୀ କରିଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ । ଦୁଇ ଆହତଙ୍କ ମଧ୍ୟରେ ଜଣେ ଅରିନ୍ଦମ ରାୟଙ୍କ ଏଜେଣ୍ଟ ରହିଥିବାବେଳେ ଅନ୍ୟଜଣେ ବିଜେପି କର୍ମୀ ବୋଲି ଜଣାପଡିଛି ।

ତେବେ ଦୁଇ ଆହତଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଭିଯୋଗ ମୁତାବକ ମଳଶାସନ ବୁଥରେ ମତଦାନ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖି ବିଜେପି କର୍ମୀ ପ୍ରତିବାଦ କରିଥିଲେ । ଏହାକୁ ନେଇ ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟମାନେ ସଙ୍ଘବଧ ଭାବେ ସେମାନଙ୍କୁ ଧକ୍କା ମାରି ବୁଥରୁ ବାହାର କରିଥିଲେ ଏବଂ ପନିକିରେ ଆକ୍ରମଣ କରିଥିଲେ । ବିଜେପି ଏଜେଣ୍ଟ ଓ କର୍ମୀଙ୍କର ମୁଣ୍ଡରେ ଆଘାତ ଲାଗିଛି । ଆକ୍ରମଣର ଶିକାର ହୋଇ ବିଜେପି କର୍ମୀ ଅଭିଷେକ ପଣ୍ଡା ଓ ଏଜେଣ୍ଟ ସଞ୍ଜୟ ରାଉତ ରକ୍ତାକ୍ତ ହୋଇଛନ୍ତି । ଉଭୟ ଏବେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହିଂସାତ୍ମକ ରାଜନୀତି ନେଇ BJDର ପ୍ରତିବାଦ, ରଥଖଳାରେ BJP ଉପରେ ଗର୍ଜିଲା ଦଳ - BJD Workers Protest In Bhubaneswar

ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ସେ କହିଛନ୍ତି, "ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମେଶ ଜେନା ଓ ତାଙ୍କ ସମର୍ଥକ ଏଭଳି ମୋ ଏଜେଣ୍ଟ ଓ ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ହେଲେ ସେଠାରେ ଉପସ୍ଥିତ ପୋଲିସ ଓ ସୁରକ୍ଷାକର୍ମୀ ଗାଡ଼ିରୁ ଓହ୍ଲାଇନଥିଲେ । ସେମାନଙ୍କ ଉପସ୍ଥିତିରେ ଏଭଳି ଘଟଣାକୁ ମୁଁ ନିନ୍ଦା କରୁଛି । ତୁରନ୍ତ ଏହି ଘଟଣାରେ ସଂପୃକ୍ତ ବିଜେଡି ଗୁଣ୍ଡାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ଅନୁରୋଧ କରୁଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.