ETV Bharat / state

ନାମାଙ୍କନ ଭରିଲେ ଢେଙ୍କାନାଳର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର - krushna chandra files nomination - KRUSHNA CHANDRA FILES NOMINATION

KRUSHNA CHANDRA FILES NOMINATION: ଢେଙ୍କାନାଳ ପାଇଁ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର । କହିଲେ ପରିବର୍ତ୍ତନର ସ୍ୱର ଓ ମୋଦିଙ୍କ ଗ୍ୟାରେଣ୍ଟି ହିଁ ତାଙ୍କୁ ବିଜୟୀ କରାଇବ । ଅଧିକ ପଢନ୍ତୁ

ODISHA ASSEMBLY ELECTION
ODISHA ASSEMBLY ELECTION (ETV BHARAT ODISHA)
author img

By ETV Bharat Odisha Team

Published : May 2, 2024, 4:56 PM IST

ODISHA ASSEMBLY ELECTION (ETV BHARAT ODISHA)

ଢେଙ୍କାନାଳ: ସରଗରମ ଢେଙ୍କାନାଳ ରାଜନୀତି । ନାମାଙ୍କନ ଭରିଲେ ଢେଙ୍କାନାଳ ବିଧାନସଭା ଆସନର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର । ନିଜର ଶହ ଶହ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉପରେ ବିଜେପି ଭରସା କରିଛି । ଆଜି ଦଳୀୟ କର୍ମୀଙ୍କ ସହିତ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ସେ ନିଶ୍ଚୟ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଥମେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲେ କୃଷ୍ଣଚନ୍ଦ୍ର । ଚଳିତ ନିର୍ବାଚନରେ ପରିବର୍ତ୍ତନର ସ୍ୱର ଓ ମୋଦିଙ୍କ ଗ୍ୟାରେଣ୍ଟି ହିଁ ତାଙ୍କୁ ବିଜୟ କରାଇବ ବୋଲି ସେ କହିଛନ୍ତି ।ଏହି ଅବସରରେ କୃଷ୍ଣଚନ୍ଦ୍ର କହିଛନ୍ତି ଯେ, ଢେଙ୍କାନାଳରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଟ୍ରାଫିକ ସମସ୍ୟାକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରାଯିବ । ସେ ବିଜୟୀ ହେଲେ ଢେଙ୍କାନାଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମେଡିକାଲ କଲେଜ, ଶୀତଳ ଭଣ୍ଡାର ସ୍ଥାପନ ,ବନ୍ଦ ରହିଥିବା ଶିଳ୍ପ କାରଖାନା ପୁନରୁଦ୍ଧାର ସାଙ୍ଗକୁ ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ଆଦି ଦିଗରେ ସେ ଗୁରୁତ୍ୱ ଦେବେ । ଏହି ଅବସରରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଜେପିର ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ସରକାରଙ୍କ ଆଇନମନ୍ତ୍ରୀ ଜେ ଆର୍ ପଟେଲ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ ......କାକଟପୁର ବିଜେଡିରେ କନ୍ଦଳ, ଫାଇଦା ଉଠାଇବା ଲକ୍ଷ୍ୟରେ କଂଗ୍ରେସ - Kakatpur Assembly Constituency

ଏହା ମଧ୍ୟ ପଢନ୍ତୁ ......ପଶ୍ଚିମ ଓଡ଼ିଶା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ, କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ନବୀନ - Naveen Files Nomination

ଚଳିତ ଥର ମୋଦି ସରକାରଙ୍କ ବିକାଶମୂଳକ ଯୋଜନା, ଲୋକପ୍ରିୟତା ଓ ମୋଦି ଗ୍ୟାରେଣ୍ଟି ହିଁ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ପର୍ଯ୍ୟବେକ୍ଷକ ଜେ ଆର୍ ପଟେଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଢେଙ୍କାନାଲ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ନଗରପାଳ ଜୟନ୍ତୀ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଚଳିତ ଥର ଢେଙ୍କାନାଳରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳୁିଛି । ସେପଟେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ନିଜ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ନିର୍ବାଚନ ଫଳାଫଳ ଆସିଲେ ହିଁ ଜଣାପଡ଼ିବ ଢେଙ୍କାନାଳ ବିଧାନସଭା ଆସନର କାହାର ପଲ୍ଲା ଭାରି ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.