ETV Bharat / state

ଦୀପାଳିଙ୍କ ପାଇଁ ଭୋଟ ମାଗିଲେ ବଲିଉଡ ଷ୍ଟାର ଭାଗ୍ୟଶ୍ରୀ-ନିଲ୍‌ ନିତିନ - Bollywood Star Campaign - BOLLYWOOD STAR CAMPAIGN

Bollywood Star Campaign in Jharsuguda: ଝାରସୁଗୁଡ଼ା ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ବଲିଉଡ ଷ୍ଟାର ନିଲ ନିତିନ ଓ ଭାଗ୍ୟଶ୍ରୀ କଲେ ମାରାଥନ ପ୍ରଚାର । ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ପାଇଁ ଭୋଟ ମାଗିଲେ ଛତିଶଗଡ଼ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ହେବିୱେଟଙ୍କ ପ୍ରଚାରେ କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଭୋଟ ମାଗିରେ ବଲିଉଡ ଷ୍ଟାର
ହେବିୱେଟଙ୍କ ପ୍ରଚାରେ କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଭୋଟ ମାଗିରେ ବଲିଉଡ ଷ୍ଟାର (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 10:14 PM IST

ହେବିୱେଟଙ୍କ ପ୍ରଚାରେ କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଭୋଟ ମାଗିରେ ବଲିଉଡ ଷ୍ଟାର (ETV Bharat Odisha)

ଝାରସୁଗୁଡ଼ା: ସରଗରମ ହେଉଛି ଝାରସୁଗୁଡ଼ା ରାଜନୀତି । ବିଜୁ ଜନତା ଦଳର ଷ୍ଟାର ଶୋ ଏବଂ ବିଜେପିର ବିଜେପି ମନ୍ତ୍ରୀଙ୍କ ପ୍ରଚାର କମ୍ପୁଛି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ । ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଜୋରସୋରେ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ । ବିଜେଡି ବଲିଉଡରୁ ଷ୍ଟାର ପ୍ରଚାରକ ଆଣି ଥିବାବେଳେ ବିଜେପି ପଡ଼ୋଶୀ ରାଜ୍ୟର ମନ୍ତ୍ରୀଙ୍କୁ ଆଣି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ।

ଗତକାଲି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ବଲିଉଡ ଷ୍ଟାର ନିଲ ନିତିନ ମୁକେଶ ଓ ଭାଗ୍ୟଶ୍ରୀ ଝାରସୁଗୁଡ଼ା ବ୍ଳକ ଓ ପୌରାଞ୍ଚଳରେ ପ୍ରଚାର କରିଥିବା ବେଳେ ଆଜି ପୁଣି ଲଇକେରା ଓ କୁଲାବିରା ବ୍ଲକରେ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ଏହାସହ ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ବିକାଶ ପାଇଁ ଦୀପାଳି ଦାସ ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପରିନିତା ମିଶ୍ରଙ୍କୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ବଲିଉଡ ଷ୍ଟାର ।

ସେପଟେ ଆଜି ଲଇକେରା ବ୍ଳକର ଝିର୍ଲାପାଲି, ଭାତଲଇଡ଼ା ଓ ଭାଲୁପତ୍ରାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଛତିଶଗଡ଼ ଅର୍ଥମନ୍ତ୍ରୀ ଓମ୍ ପ୍ରକାଶ ଚୌଧୁରୀ ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ମଙ୍ଗଳକାରୀ ଯୋଜନାକୁ ନେଇ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ପରିବର୍ତ୍ତନର ଆବଶ୍ୟକ ରହିଛି ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ତଥା ଝାରସୁଗୁଡ଼ାରେ ମଧ୍ୟ ପରିବର୍ତ୍ତନ ହେବ ବୋଲି ଓମ୍ ପ୍ରକାଶ କହିଥିଲେ ।

ଏହା ମଧ୍ୟ ପଢନ୍ତୁ ......ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ମାରାଥନ ପ୍ରଚାର, ଭୋଟ ମାଗିବେ ଡ୍ରିମ ଗାର୍ଲ - BJP MARATHON CAMPAIGN

ଏହି ଅବସରରେ ଦୀପାଳି କହିଛନ୍ତି ଯେ, ଜନ ସାଧାରଣ ଜାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ରହିଛି । ବିରୋଧୀ ସାଇବେରିଏନ ପକ୍ଷୀ ନିର୍ବାଚନ ବେଳେ ଆସି ପୁଣି ଉଭେଇ ଯିବେ । ତେଣୁ ଲୋକେ ଆସନ୍ତା 20 ତାରିଖ ଡବଲ୍ ଶଙ୍ଖ ଫୁଙ୍କିବେ ଏବଂ ବିଜୁ ଜନତା ଦଳ ପ୍ରତି ବିପୁଳ ବିଜୟ ଆଣି ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଆମାନଙ୍କ ହାତମୁଠାକୁ ଟାଣ କରିଛନ୍ତି । ନବୀନ ହେଉଛନ୍ତି ବିକାଶର ପୁରୁଷ । ତାଙ୍କ ନେତୃତ୍ୱରେ ରାଜ୍ୟ ବିକାଶର ଶିଖରକୁ ପହଞ୍ଚିବ ତେଣୁ ଲୋକେ ନିଶ୍ଚିତ ଭାବରେ ବିଜୁ ଜନତା ଦଳକୁ ଭୋଟ ଦେଇ ବିଜୟୀ କରିବେ ବୋଲି ପରିନିତା କହିଛନ୍ତି । ସେପଟେ ତାମିଲ ଶାସନ କଥା ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଛତିଶଗଡ଼ ଅର୍ଥମନ୍ତ୍ରୀ ଓମ୍ ପ୍ରକାଶ ଚୌଧୁରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.