ETV Bharat / state

କଣ୍ଟାମାଳକୁ ହାତେଇବାକୁ ମହୀଧରଙ୍କ ମାରାଥନ ପ୍ରଚାର - bjd campaign in kantamal

BJD CAMPAIGN IN KANTAMAL: ତୃତୀୟ ଥର ପାଇଁ ନିର୍ବାଚନର ସଫଳ ହେବା ନେଇ ଦୃଢୋକ୍ତି ପ୍ରକାଶ କଲେ କଣ୍ଟାମାଳ ବିଜେଡି ପ୍ରାର୍ଥୀ ମହୀଧର ରଣା । ମହାପ୍ରସାଦ ଦେଇ କର୍ମୀକୁ ନିଜ ସପକ୍ଷରେ ମାଗିଲେ ଭୋଟ । ଅଧିକ ପଢନ୍ତୁ

କଣ୍ଟାମାଳ ଆସନ ହାତେଇବାକୁ ମହୀଧରଙ୍କ ମାରାଥନ ପ୍ରଚାର
କଣ୍ଟାମାଳ ଆସନ ହାତେଇବାକୁ ମହୀଧରଙ୍କ ମାରାଥନ ପ୍ରଚାର (ETV Bharat Odisha)
author img

By ETV Bharat Odisha Team

Published : May 12, 2024, 9:47 PM IST

କଣ୍ଟାମାଳ ଆସନ ହାତେଇବାକୁ ମହୀଧରଙ୍କ ମାରାଥନ ପ୍ରଚାର (ETV Bharat Odisha)

ବୌଦ୍ଧ: କଣ୍ଟାମାଳରେ ସରଗରମ ହୋଇଛି ରାଜନୀତି । ଗଡ ଦଖଲ ପାଇଁ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ ଆରମ୍ଭ କରିଥିବାବେଳେ ବିରେଧୀ ମଧ୍ୟ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଦୁଇ ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବିଜେଡିର ମହୀଧର ରଣା ତୃତୀୟ କ୍ଷମତା ହାସଲ ପାଇଁ ଭରପୁର ଉଦ୍ୟମ ଚଳାଇଛନ୍ତି । ଲଗାତାର ତିନିଥର ଏହି ଆସନକୁ ବିଜେଡି ହାତେଇ ଥିବାବେଳେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଉଛି ବିଜେପି ।

ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚିବା ସହିତ ଭୋଟ ଭିକ୍ଷା କରୁଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ଗଠିତ ହେବା ଠାରୁ ଏହା ବିଜେଡି ଦଳର କବଜ୍ଜାରେ ରହିଛି । ବିଜେଡି ଗଡ଼ ଭାବରେ ପରିଚିତ କଣ୍ଟାମାଳ ଆସନ ପାଇଁ ଚଳିତ ନିର୍ବାଚନରେ ଦୁଇ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ମହୀଧର ତୃତୀୟ ଥର ପାଇଁ ଦଳ ଭରସା କରି ଟିକଟ ଦେଇଛି । ସେପଟେ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ଶକ୍ତି ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ ମହୀଧର । ଆଜି (ରବିବାର) ଦିନ ବିଜେଡି ପକ୍ଷରୁ ବାଉଁଶୁଣୀ ଠାରେ ଏକ ମହିଳାଙ୍କ ସ୍ବତନ୍ତ୍ର ସମାବେଶ ସହିତ ସନ୍ଧ୍ୟାରେରେ ଛାତ୍ର ଯୁବବର୍ଗଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଥିଲା । ସେପଟେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସଭାରେ ଉପସ୍ଥିତ ଥିବା ସମସ୍ତ ସମର୍ଥକଙ୍କୁ ଶ୍ରୀଜଗନ୍ନାଥଙ୍କ ଶୁଖିଲା ଭୋଗ ପ୍ରଦାନ କରି ବିଜେଡି ସପକ୍ଷରେ ମତଦାନ ପାଇଁ ବିଧାୟକ ପ୍ରାର୍ଥୀ ଅପିଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .......ପ୍ରଥମ ପର୍ଯ୍ୟାୟରେ ୨୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ; ମଇଦାନରେ ହେଭିୱେଟ, କାହାକୁ ଭରସା କରିବେ ଭୋଟର ? - Odisha Assembly Election 2024

କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିକାଶର ଧାରା ଜାରି ରହିଥିବାରୁ ଜନମତ ବିଜେଡି ସପକ୍ଷରେ ରହିବ ବୋଲି ଦଳୀୟ ସମର୍ଥକ ଆଶା ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣା ମଧ୍ୟ ଜନ ସମର୍ଥନ ପାଇବା ନେଇ ବେଶ୍ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ ନିର୍ବାଚନର ଫଳାଫଳ ହିଁ କହିବ କଣ୍ଟାମାଳ ଜନତା କାହାଉପରେ ଭରଷା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.