ETV Bharat / state

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି - BJD MEETS CEO

author img

By ETV Bharat Odisha Team

Published : Apr 22, 2024, 6:34 PM IST

VIOLATION OF MODEL CODE OF CONDUCT: ଶିକ୍ଷାନୁଷ୍ଠାନରେ ରାଜନୈତିକ କାର୍ଯ୍ୟକ୍ରମ ଅଡୁଆରରେ କେନ୍ଦୁଝର ବିଧାୟକ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅଧିକ ପଢନ୍ତୁ

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

ଭୁବନେଶ୍ବର: କେନ୍ଦୁଝର ବିଧାୟକ ତଥା ବିଜେପି ନେତା ମୋହନ ଚରଣ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ । ମୋହନ ଶିକ୍ଷାନୁଷ୍ଠାନରେ ରାଜନୈତିକ କାର୍ଯ୍ୟକ୍ରମ କରିଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଆଜି(ସୋମବାର) ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜୁ ଜନତା ଦଳ । କେନ୍ଦୁଝର ମୋହନ ଚରଣ ବିଧାୟକ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ମହିକ୍ଷୀତା ମିଶ୍ର । ମହିକ୍ଷୀତା କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ବିଜେପି ପ୍ରାର୍ଥୀଙ୍କର ଅଭ୍ୟାସ ହୋଇଗଲାଣି । ଆମେ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି । ନିର୍ବାଚନ ପ୍ରକ୍ରିୟା ଓ ପ୍ରଚାରରେ ଶିଶୁଙ୍କୁ ସାମିଲ, ସରକାରୀ ଅନୁଷ୍ଠାନରେ ନିର୍ବାଚନ ସଭା କରିବା ନେଇ ଅଭିଯୋଗ କରିଛୁ । ସରକାରୀ କର୍ମଚାରୀଙ୍କୁ ଧମକ ଚମକ ନେଇ ଅଭିଯୋଗ ମଧ୍ୟ କରିଛୁ । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବାରେ ବିଜେପିର କେନ୍ଦୁଝର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ହୋଇଛନ୍ତି ।

ସେ କହିଛନ୍ତି ଯେ, ଗତ 20 ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକର ପଦ୍ମପୁର ଗ୍ରାମପଞ୍ଚାୟତରେ ସରସ୍ୱତୀ ଶିଶୁ ମନ୍ଦିରରେ ରାଜନୈତିକ କାର୍ଯ୍ୟକ୍ରମ କରିଥିଲେ । ଶିକ୍ଷାନୁଷ୍ଠାନରେ ରାଜନୈତିକ କାର୍ଯ୍ୟକ୍ରମ ଆଚରଣ ବିଧିର ଉଲ୍ଲଙ୍ଘନ । ଶିକ୍ଷାନୁଷ୍ଠାନରେ ରାଜନୈତିକ କାର୍ଯ୍ୟକ୍ରମ କରିବା ନିନ୍ଦନୀୟ ଘଟଣା । ଆମେ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛୁ । ବିଜେପିର ପ୍ରତିନିଧି ମାନେ ବାରମ୍ବାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛନ୍ତି । ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ସ୍ବୟଂ ପ୍ରକାଶ ମହାପାତ୍ରା, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ.....ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବିଜେପି, CEOଙ୍କୁ ଭେଟିଲା ବିଜେଡି - Violates Model Code Of Conduct

ପ୍ରକାଶ ଯୋଗ୍ୟ ଯେ, ସେହିପରି ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା ବିଜେଡି । ଜୟନାରାୟଣ ୪୫ ଡିଗ୍ରୀ ଖରାରେ ପ୍ରଚାର କାର୍ଯ୍ୟରେ ଛୋଟ ଛୋଟ ପିଲାଙ୍କୁ ନିୟୋଜିତ କରିଥିବା ଅଭିଯୋଗ ଆଣିଥିଲା ଦଳ । ତେବେ ବାରମ୍ବାର ବିଜେପି ନେତାମାନେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.