ETV Bharat / state

ରାଜ୍ୟରେ କଟିବ ୧୬ ଲକ୍ଷରୁ ଅଧିକ ରାସନ କାର୍ଡ ! ଘରେ ଚାଉଳ ପହଞ୍ଚାଇବେ ମୋହନ ସରକାର - Ghost ration card holders in Odisha

author img

By ETV Bharat Odisha Team

Published : Jul 31, 2024, 2:10 PM IST

Updated : Jul 31, 2024, 7:17 PM IST

Ghost ration card holders in Odisha: ରାଜ୍ୟରେ ଅଛନ୍ତି ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନକାର୍ଡଧାରୀ । ଭୂତ ହିତାଧିକାରୀଙ୍କୁ ରାସନକାର୍ଡରୁ ବାଦ୍ ଦିଆଯିବ । ଅଧିକ ପଢନ୍ତୁ

ରାଜ୍ୟରେ କଟିବ ୧୬ ଲକ୍ଷ ପରିବାରର ରାସନ କାର୍ଡ; ଏଣିକି ଘରେ ପହଞ୍ଚିବ ଚାଉଳ
ରାଜ୍ୟରେ କଟିବ ୧୬ ଲକ୍ଷ ପରିବାରର ରାସନ କାର୍ଡ; ଏଣିକି ଘରେ ପହଞ୍ଚିବ ଚାଉଳ (ETV Bharat Odisha)

ଭୁବନେଶ୍ବର: କଟିବ ଭୂତ ହିତାଧିକାରୀଙ୍କ ରାସନ କାର୍ଡ । କେବଳ ପ୍ରକୃତ ଗରିବ ପରିବାରକୁ ମିଳିବ ମାଗଣା ଚାଉଳ । ରାଜ୍ୟରେ ବର୍ତ୍ତମାନ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି । ଭୂତ ହିତାଧିକାରୀଙ୍କୁ ରାସନକାର୍ଡରୁ ବାଦ୍ ଦିଆଯିବ । ଏନେଇ ସରକାର ଆଧାରଭିତ୍ତିକ E-KYC ଲାଗୁ କରିଛନ୍ତି । ଏହାଦ୍ବାରା ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଯିବ । ଏବେ ରାଜ୍ୟରେ ୭୮ ପ୍ରତିଶତ ଲୋକ ମାଗଣା ଚାଉଳ ପାଉଛନ୍ତି ବୋଲି ଗୃହରେ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାଜ୍ୟରେ କଟିବ ୧୬ ଲକ୍ଷରୁ ଅଧିକ ରାସନ କାର୍ଡ ! ଘରେ ଚାଉଳ ପହଞ୍ଚାଇବେ ମୋହନ ସରକାର (ETV Bharat Odisha)

ଧନୀ ହାତେଇଛନ୍ତି ରାସନ କାର୍ଡ:

ଯୋଗାଣ ମନ୍ତ୍ରୀ ଗୃହରେ ତତ୍କାଳୀନ ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ କହିଛନ୍ତି, ବହୁ ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ରାସନ କାର୍ଡ ହାତେଇଛନ୍ତି । ପୂର୍ବ ସରକାର ସମୟରେ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି । ବର୍ତ୍ତମାନ ଯଦି ସେମିତି କେହି କରନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମ ସରକାର ଧନୀ ଲୋକଙ୍କୁ ଚିହ୍ନଟ କରି ରାସନକାର୍ଡରୁ ବାଦ୍ ଦେଉଛନ୍ତି । କୌଣସି ଗରିବ ଲୋକଙ୍କର କାର୍ଡ କଟାଯିବ ନାହିଁ । ବାପା, ପୁଅ ଅଲଗା ରହୁଥିଲେ ଉଭୟ ରାସନ କାର୍ଡ ଦେବାର ବ୍ୟବସ୍ଥା ହେବ ।

ଲୋକଙ୍କ ଘରେ ପହଞ୍ଚିବ ଚାଉଳ:

କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଲୋକମାନଙ୍କୁ ଚାଉଳ ଦୀର୍ଘ କିଲୋମିଟର ଯିବାକୁ ପଡୁଛି । ସେମାନଙ୍କ ଯିବାଆସିବାରେ ବହୁ ଟଙ୍କା ଖର୍ଚ୍ଚ ହେଉଛି । ଅନେକ ଲୋକ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି । ତେଣୁ ଯେଉଁ ଉପାନ୍ତ ଅଞ୍ଚଳରେ ଲୋକେ ଦୂରକୁ ଯାଇ ଚାଉଳ ଆଣୁଛନ୍ତି କିମ୍ବା ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି, ସେଠାରେ ହିତାଧିକାରୀମାନଙ୍କ ଘରକୁ ଯାଇ ଚାଉଳ ଦିଆଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଯେଉଁମାନେ ବୟସାଧିକ୍ୟ କାରଣରୁ ଟିପ ଚିହ୍ନ ଦେଇପାରୁନାହାନ୍ତି ସେମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଆପ୍ ଆଣିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲାଣି ରାସନକାର୍ଡ ଧରପଗଡ଼; ଜାଣନ୍ତୁ କାହାକୁ ମିଳିବ, କାହାର କଟିବ ? ଜାଲି ହିତାଧିକାରୀ ଛାନିଆ - Ration card holders in fear

କାହାର କଟିବ, କାହାର ରହିବ ?

ଚାରି ଚକିଆ ଯାନ କିମ୍ବା ଭାରିଯାନ ରଖିଥିବା ବ୍ୟକ୍ତି ସବୁଠୁ ଆଗରେ ରାସନକାର୍ଡ ତାଲିକାରୁ ବାଦ୍ ପଡିବେ । ତିନି ବଖୁରିଆ ପକ୍କା ଘର ଥିବା ପରିବାରର ରାସନ କାର୍ଡ କଟିବ । ସେହିପରି ଟିକସ ଦେଉଥିବା ବ୍ୟକ୍ତି, ସହରାଞ୍ଚଳରେ ମାସିକ ୧୫ ହଜାର ଓ ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଆୟ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ତାଲିକାରୁ କଟିବ । ଏମିତିକ ୨ କିଲୋୱାଟ କିମ୍ବା ତା'ଠୁ ଅଧିକ ବିଜୁଳି ସଂଯୋଗ ନେଇଥିବା ମଧ୍ୟ ରାସନକାର୍ଡ ତାଲିକାରୁ ବାଦ୍ ପଡିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 31, 2024, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.