ETV Bharat / state

ରାଜ୍ୟ ବଜେଟ୍: ଫୋକସରେ ଚାଷ, କୃଷି ପାଇଁ ୩୩,୯୧୯ କୋଟି ବ୍ୟୟବରାଦ, ୮୦୦ ଟଙ୍କା ବଢିଲା ଧାନ MSP - Odisha Budget 2024

author img

By ETV Bharat Odisha Team

Published : Jul 26, 2024, 8:29 AM IST

Odisha state Budget 2024: ରାଜ୍ୟ ବଜେଟରେ କୃଷି କ୍ଷେତ୍ର ପାଇଁ ୩୩,୯୧୯ କୋଟି ବ୍ୟୟବରାଦ । ୩୧୦୦ ଟଙ୍କା ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଧାନ ଚାଷୀଙ୍କୁ ମିଳିବ ଅଧିକ ୮୦୦ ଟଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଫୋକସ୍ କରାଯାଇଛି । କୃଷି କ୍ଷେତ୍ର ପାଇଁ ୩୩ ହଜାର ୯୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହାକି ଗତବର୍ଷ ଅପେକ୍ଷା ୩୬ ପ୍ରତିଶତ ଅଧିକ । ୨୦୨୩-୨୪ରେ କୃଷି ବଜେଟ୍ ପରିମାଣ ୨୪ ହାର ୮୧୯ କୋଟି ଟଙ୍କା ଥିଲା । ଏଥର କୃଷି ବଜେଟ ପରିମାଣ ବଢାଇ କୃଷକଙ୍କ ଆୟ ବୃଦ୍ଧି ଓ ଅର୍ଥନୈତିକ ବିକାଶର ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।

କୃଷି ବଜେଟରେ ରାଜ୍ୟ ସରକାର ପିଏମ୍ କିଷାନ ଯୋଜନା, ସମୃଦ୍ଧ କୃଷକ ଯୋଜନା, ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ, ଡ୍ୟାମ ସୁରକ୍ଷା ଓ ଉନ୍ନତିକରଣ ଭଳି ନୂଆ ଯୋଜନା ଘୋଷଣା କରିଛନ୍ତି । ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ । ଯାହା ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଠାରୁ ୮୦୦ ଟଙ୍କା ଅଧିକ । ଏହି ସମୃଦ୍ଧ କୃଷକ ଯୋଜନା ପାଇଁ ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମଣ୍ଡିରେ କଟନୀ ଛଟନୀ ରୋକିବାକୁ ଆଦ୍ରତା ପରିମାପକ ଯନ୍ତ୍ର ଓ କମ୍ୟୁଟରାଇଜ ଓଜନ ଉପକରଣ ବ୍ୟବହାର କରାଯିବ । ସେହିଭଳି ସିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ଟପ୍ ଅପ୍ ଦେବେ ରାଜ୍ୟ ସରକାର ।

ଚାଷୀମାନଙ୍କ ଲାଗି ବ୍ଲକ ସ୍ତରରେ କୃଷି ସମୃଦ୍ଧ କେନ୍ଦ୍ର ପ୍ରତିଷ୍ଠା କରାଯିବ । ମିଲେଟ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ପାଇଁ କୃଷି ବଜେଟରେ ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କାର ବ୍ୟୟଅଟକଳ ହୋଇଛି । ଆଦିବାସୀ ଅଞ୍ଚଳରେ ମିଲେଟ୍ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ମିଲେଟ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ୪୦ ପ୍ରତିଶତ ସବସିଡି ଦେବେ । ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଅନୁଷ୍ଟାନରେ ମିଲେଟ୍ ଯୋଗାଇ ପୁଷ୍ଟିହୀନତାର ମୁକାବିଲା କରାଯିବ । ଉପଖଣ୍ଡ ସ୍ତରରେ ପ୍ରାଥମିକ ପର୍ଯ୍ୟାୟରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ODISHA BUDGET 2024: ମୋହନ ସରକାରରେ ହଟିଲା ବିଜୁ-ନବୀନ ଛାପ, ବଦଳିଲା ‘କାଳିଆ’ ନାଁ, ଗଲା BSKY ଆସିଲା ଗୋପବନ୍ଧୁ ଜନ ଆରୋଗ୍ୟ, ମହିଳାଙ୍କୁ ସୁଭଦ୍ରା ଭେଟି - Odisha Budget 2024

ସେହିଭଳି ବଜେଟରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୪, ୧୧୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୨୨ ପ୍ରତିଶତ ଅଧିକ । ଚାଷୀଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.