ETV Bharat / state

ବିଧାନସଭା ବଜେଟ ଅଧିବେଶନ: ପୋଲାଭରମ, ରୁଲ-ପ୍ରୋସିଡିଂ ପ୍ରସଙ୍ଗରେ ହୁଲୁସ୍ତୁଲ, ଶାସକ-ବିରୋଧୀ ମୁହାଁମୁହିଁ, ୪ ଯାଏଁ ଗୃହ ମୁଲତବୀ - Odisha budget session

author img

By ETV Bharat Odisha Team

Published : Jul 25, 2024, 1:45 PM IST

Updated : Jul 25, 2024, 2:22 PM IST

Odisha assembly budget session: ପୋଲାଭରମ, ଲୋୟର ସୁକତେଲ ପ୍ରକଳ୍ପ ଏବଂ ବିରୋଧୀ ଦଳ ନେତାଙ୍କୁ ଗିରଫ ବୟାନକୁ ଗୃହରେ ଅଚଳାବସ୍ଥା । ପୋଲାଭରମ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କଲେ କଂଗ୍ରେସ ସଦସ୍ୟ । ବାଚସ୍ପତିଙ୍କ ମାଇକ ଓପାଡିବାକୁ ଚେଷ୍ଟା କଲେ ତାରା ବାହିନୀ । ସେପଟେ ବିରୋଧୀ ଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରୋସେଡିଂରୁ ଉଠାଇବା ଦାବିରେ ବିଜେଡି ଓ ଶାସକ ମୁହାଁମୁହିଁ । ପଢନ୍ତୁ ପୁରା ଖବର

ବିଧାନସଭା ବଜେଟ ଅଧିବେଶନ: ପୋଲାଭରମ, ରୁଲ-ପ୍ରୋସିଡିଂ ପ୍ରସଙ୍ଗରେ ହୁଲୁସ୍ତୁଲ ଗୃହ
ବିଧାନସଭା ବଜେଟ ଅଧିବେଶନ: ପୋଲାଭରମ, ରୁଲ-ପ୍ରୋସିଡିଂ ପ୍ରସଙ୍ଗରେ ହୁଲୁସ୍ତୁଲ ଗୃହ (ETV Bharat Odisha)

ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନରେ ବି ଅଚଳ ଗୃହ । ପୋଲାଭରମ, ଲୋୟର ସୁକତେଲ ପ୍ରକଳ୍ପ ଏବଂ ବିରୋଧୀ ଦଳ ନେତାଙ୍କୁ ଗିରଫ ବୟାନକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାରୁ ଗୃହରେ ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କ ସୁକତେଲ ପ୍ରକଳ୍ପ ଝଡ଼ରେ ଧୋଇଗଲା ପ୍ରଶ୍ନକାଳ । ସେପଟେ ଶୂନ୍ୟକାଳରେ ମଧ୍ୟ ରୁଲ ଓ ପ୍ରୋସିଡିଂକୁ ନେଇ ମୁହାଁମୁହିଁ ହେଲେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିରୋଧୀ ଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରୋସେଡିଂରୁ ହଟାଇବାକୁ ଦାବି କଲା ବିଜେଡି । ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କଲେ କଂଗ୍ରେସ ସଦସ୍ୟ । ଏପରି ପ୍ରବଳ ହଟ୍ଟଗୋଳ ହୋ ହଲ୍ଲାକୁ ଦେଖି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ବିଧାନସଭା ବଜେଟ ଅଧିବେଶନ: ପୋଲାଭରମ, ରୁଲ-ପ୍ରୋସିଡିଂ ପ୍ରସଙ୍ଗରେ ହୁଲୁସ୍ତୁଲ (ETV Bharat Odisha)

ଶୂନ୍ୟକାଳରେ ଅରୁଣ ସାହୁ ବିଧାନସଭା ଓ ସଂସଦର ରୁଲ ପ୍ରୋସେଡିଂକୁ ନେଇ କହିଥିଲେ, ଗୋଟେ ଅସଙ୍ଗତି ହୋଇଛି । ତାକୁ ଦୂର କରିବା ଆବଶ୍ୟକ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ୨୩ ତାରିଖ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଉପରେ କିଛି ମନ୍ତବ୍ୟ ରଖାଯାଇଛି । ଯାହା ପ୍ରୋସେଡିଂରେ ରହିଛି । ବିରୋଧୀ ଦଳ ନେତାଙ୍କୁ 'ଗିରଫ କରାଯାଉ' ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ । ଏହି ବକ୍ତବ୍ୟକୁ ପ୍ରୋସେଡିଂରୁ ବାଦ ଦିଆଯାଉ । ଏହାସହ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଥିଲେ ଅରୁଣ ।

ଉତ୍ତରରେ କାଉଣ୍ଟର କରି ସଂସଦୀୟ ମନ୍ତ୍ରୀ କହିଥିଲେ, ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନହାନି ହେଲା ଭଳି କିଛି କଥା କହିନି । ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଗୃହ ଏହାକୁ ବିଚାର କରୁ । ବିଜେଡ଼ି ସରକାର ଥିବାବେଳେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ପାଗଳ ଏବଂ ରାଞ୍ଚି ପଠାଇବା କଥା କହିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କୁ ଲିଖିତ ଭାବେ କହିଛନ୍ତି, ବିଧାନସଭାର ନିୟମାବଳୀରେ ରାଜ୍ୟପାଳ ଅଭିଭାଷଣ ଦେବା ବେଳେ ପଏଣ୍ଟ ଅଫ ଅର୍ଡର ମାଗିବାର ବ୍ୟବସ୍ଥା ନାହିଁ । ରାଜ୍ୟପାଳ କହିବା ବେଳେ ପଏଣ୍ଟ ଅଫ ଅର୍ଡର ଦିଆଯାଏ କି ବୋଲି ପ୍ରଶ୍ନ କଲେ ମୁକେଶ ମହାଲିଙ୍ଗ । ଏହାକୁ ନେଇ ଅରୁଣ ଓ ମୁକେଶଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ।

ଏହାପରେ ପ୍ରଶ୍ନକାଳରେ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଏକ ପ୍ରଶ୍ନକୁ ନେଇ ତାଙ୍କୁ ଘେରିଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କେଭି ସିଂହଦେଓ କହିଥିଲେ, ଲୋୟର ସୁକତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଭାବେ ଲୋକାର୍ପଣ କରାଯାଇଥିଲା । ଡିପିଆର ଅନୁଯାୟୀ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଇଞ୍ଚେ ଜମି ଜଳସେଚିତ ହୋଇନି । କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ପାଣି ନାହିଁ ବୋଲି ଦୁଇ ମନ୍ତ୍ରୀ କହିବାରୁ କଥା କଟାକଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ମୋହନ ସରକାରର ପ୍ରଥମ ବଜେଟ୍; ବଢିବ କି ବଜେଟ ପରିମାଣ, କଣ ହେବ ‘କାଳିଆ’ ଭାଗ୍ୟ, ଆସିବ କେଉଁ ନୂଆ ସ୍କିମ ? ଅପେକ୍ଷାରେ ରାଜ୍ୟବାସୀ - Odisha state budget 2024

ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଆନ୍ଧ୍ରକୁ ଟଙ୍କା ଦେବାକୁ ନେଇ କଂଗ୍ରେସ ପ୍ରବଳ ବର୍ଷିଥିଲା । ଏହି ପ୍ରକଳ୍ପ ହେଲେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ କ୍ଷତି ପହଞ୍ଚାଇଛନ୍ତି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କଂଗ୍ରେସ ସଦସ୍ୟ ତାରା ପ୍ରସାଦ କହିଥିଲେ, ପ୍ରକଳ୍ପ କ୍ଷତିର ସମୀକ୍ଷା ଲାଗି ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଗଠନ ଦାବିରେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ପ୍ରବଳ ହୋ ହଲ୍ଲା କରିଥିଲେ ।

ଏହି ସମୟରେ ରିପୋର୍ଟରେ ଟେବୁଲ ଉପରେ ଚଢି କଂଗ୍ରେସ ବିଧାୟକ ଦଳ ନେତା ପ୍ରତିବାଦ କରିଥିଲେ । ଏହି ସମୟରେ କଂଗ୍ରେସ ବିଧାୟକ ତାରାବାହିନୀ ବାଚସ୍ପତିଙ୍କ ମାଇକ ଓପାଡିବାକୁ ଚେଷ୍ଟା କରିଥିଲେ । ଏହି ସ୍ଥିତିକୁ ଦେଖି ବାଚସ୍ପତି ସୁରମା ପାଢୀ ଗୃହକୁ ୧୫ ମିନିଟ୍ ମୁଲତବୀ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 25, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.