ETV Bharat / state

ଟ୍ରେନ ଲାଇନରୁ ମିଳିଲା ସାମ୍ବାଦିକାଙ୍କ ମୃତଦେହ; ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭଉଣୀ, ହୃଦୟ ତରଳାଇ ଦେବ ଶେଷ ଇନଷ୍ଟା ଭିଡିଓ ! - WOMAN JOURNALIST Death

author img

By ETV Bharat Odisha Team

Published : Jul 24, 2024, 11:02 PM IST

Updated : Jul 25, 2024, 11:11 AM IST

WOMAN JOURNALIST Death: ରାଜଧାନୀ ଭୁବନେଶ୍ବରର ଏକ ଟ୍ରେନଲାଇନ କଡ଼ରେ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର । ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

A WOMAN JOURNALIST DEAD BODY FOUND IN TRAIN LINE IN BHUBANESWAR
A WOMAN JOURNALIST DEAD BODY FOUND IN TRAIN LINE IN BHUBANESWAR (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ମହିଳା ସାମ୍ବାଦିକାଙ୍କ ମୃତଦେହ ଠାବ । ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ କ୍ଷତାକ୍ତ ମୃତଦେହ ଜବତ । ମୃତ ସାମ୍ବାଦିକା ଜଣକ ହେଲେ ମଧୁମିତା ପରିଡା । ସେ ରାଜଧାନୀର ଏକ ଘରୋଇ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟରତ ଥିଲେ । ମୃତଦେହ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ । ସ୍ବାମୀଙ୍କ ପରକିୟା ସମ୍ପର୍କ ପାଇଁ ହତ୍ୟା ଅଭିଯୋଗ ଆଣିଲେ । ଦୁଇ ଜଣ ଝିଅଙ୍କ ସହିତ ତାଙ୍କ ସ୍ବାମୀ ଫେରାର ହେବା ପାଇଁ ଯୋଜନା କରିଥିବା କହିଛନ୍ତି । ଏହାସହିତ ତାଙ୍କ ଘରୁ ସୁନା ଗହଣା ଆଣିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ ।

WOMAN JOURNALIST DEATH (ETV BHARAT ODISHA)

ସୂଚନାଯୋଗ୍ୟ ଯେ, ଆଜି (ବୁଧବାର) ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର‌ ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ । ମୃତକ ଜଣଙ୍କ ଶରୀର କ୍ଷତାକ୍ତ ହୋଇଥିବା ବେଳେ ମୃତଦେହଟି ଟ୍ରେନ‌ ଦ୍ବାରା ୧୦୦ ମିଟର‌ ପର୍ଯ୍ୟନ୍ତ ଘୁଷୁଡି ହୋଇଆସିଛି । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ମୃତଦେହକୁ ଜବତ କରାଯାଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଆରପି । ଘଟଣ ସ୍ଥଳରେ ମତକଙ୍କ ସ୍ବାମୀ ଓ ତାଙ୍କର ପରିବାର ଲୋକେ ପହଞ୍ଚିଛନ୍ତି । ପରିବାର ଲୋକେ ତାଙ୍କ ସ୍ବାମୀଙ୍କୁ ଦୋଷ ଦେଇ ମାଡ଼ ମାରିଛନ୍ତି ।

ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଇନଷ୍ଟାରେ ଦେଖିବାକୁ ମିଳିଛି । ସେ ଭିଡ଼ିଓରେ ସେ ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ସମ୍ପର୍କରେ କହୁଛନ୍ତି ଏବଂ ତାଙ୍କର ଅନେକ ଯୁବତୀଙ୍କ ସହ ସମ୍ପର୍କ ଥିବା କହୁଛନ୍ତି । ଏନେଇ ସେ ମାନସିକ ଚାପରେ ରହି ବଞ୍ଚିବାର ନାହିଁ ବୋଲି କହୁଛନ୍ତି । ସେପଟେ ପୋଲିସ ସନ୍ଦେହ କରୁଛି ସେ ଆତ୍ମହତ୍ୟା କରିଥାଇ ପାରନ୍ତି । କାରଣ ମୃତଦେହଟି ଘୋଷାଡି ହୋଇ 100 ମିଟର ପର୍ଯ୍ୟନ୍ତ ଆସିଛି ।

ଏହା ମଧ୍ୟ ପଢନ୍ତୁ: ସହିପାରିଲେନି ବିରହ ! ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ

ମୃତ ମଧୁସ୍ମିତା ପରିଡାଙ୍କ ଘର ଗଞ୍ଜାମ ବେଲଗୁଣ୍ଠାରେ ବୋଲି ସୂଚନା ମିଳିଛି । ସେ ଗତ 4 ମାସ ତଳେ ବିବାହ କରି ଇନ୍ଦିରା କଲୋନୀ ନୂଆ ଗାଁରେ ରହୁଥିଲେ । ଏନେଇ ପରିବାରରେ ତାଙ୍କ ସ୍ବାମୀ ସହ ଅନେକ ତିକ୍ତତା ଥିବା ଜଣାପଡିଛି । ତେବେ କାହିଁକି ମଧୁସ୍ମିତା ଜୀବନ ହାରିଲେ ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 25, 2024, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.