ETV Bharat / state

ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଚଢିବେ ଓଡିଆ ଝିଅ - Odia mountaineer Biharani patr

author img

By ETV Bharat Odisha Team

Published : Aug 1, 2024, 9:14 AM IST

Odia mountaineer Biharani patra on a new Mission: ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଚଢିବେ ଓଡିଆ ଝିଅ ବିଭାରାଣୀ ପାତ୍ର । ତ୍ରିରଙ୍ଗା ପତାକା ଦେଇ ଶୁଭେଚ୍ଛା ଜଣାଇଲା ଜିଲ୍ଲା ପ୍ରଶାସନ । ପୂର୍ବରୁ ପର୍ବତାରୋହଣ କ୍ଷେତ୍ରରେ ହାସଲ କରିଛନ୍ତି ଏକାଧିକ ସଫଳତା । ଅଧିକ ପଢନ୍ତୁ

ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଚଢିବେ ଓଡିଆ ଝିଅ
ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଚଢିବେ ଓଡିଆ ଝିଅ (ETV Bharat Odisha)

ଢେଙ୍କାନାଳ: ଓଡିଆ ଯୁବ ପର୍ବତାରୋହୀ ବିଭାରାଣୀ ପାତ୍ର ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ରୁଷିଆ ସ୍ଥିତ ‘ମାଉଣ୍ଟ ଏଲବ୍ରୋସ’ ଆରୋହଣ ଅଭିଯାନରେ ବାହାରିଛନ୍ତି । ଏହା ବିଶ୍ୱର ଅନ୍ୟତମ ତଥା ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ । ଏହାର ଉଚ୍ଚତା ସମୁଦ୍ର ପତନଠାରୁ ୧୮ହଜାର ୫୧୦ଫୁଟ ରହିଛି । ଏହି ମିଶନରେ ବିଭାରାଣୀ ତାଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ପୂର୍ବରୁ ମଧ୍ୟ ସେ ପର୍ବତାରୋହଣ କ୍ଷେତ୍ରରେ ଏକାଧିକ ସଫଳତା ଅର୍ଜନ କରିସାରିଛନ୍ତି ।

ତ୍ରିରଙ୍ଗା ଦେଇ ଶୁଭେଚ୍ଛା ଜଣାଇଲା ଜିଲ୍ଲା ପ୍ରଶାସନ:-

ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ, ବିଭାରାଣୀଙ୍କୁ ପୁଷ୍ପଗୁଚ୍ଛ ଓ ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରଦାନ ପୂର୍ବକ, ତାଙ୍କର ଏହି ଆରୋହଣର ସଫଳତା କାମନା କରିଛନ୍ତି । ବିଭାରାଣୀ ଏହି ତ୍ରିରଙ୍ଗା ସାଙ୍ଗରେ ନେଇ ପର୍ବତାରୋହଣ କରିବେ ଓ ଗିରିଶୃଙ୍ଗରେ ପହଞ୍ଚିବା ପରେ ଏହାକୁ ପ୍ରଦର୍ଶିତ କରିବେ । ଏହି ଶୁଭେଚ୍ଛା କାର୍ଯ୍ୟକ୍ରମରେ ସମାଜସେବୀ ଆଶୁତୋଷ ମିଶ୍ର ଓ ରୋଟାରୀଆନ୍ ରାଜ୍ କିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ବିଭାରାଣୀ ଜିଲ୍ଳାର ଜଣେ ସଫଳ ପର୍ବତାରୋହୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମେରାମଣ୍ଡଳୀ ନନ୍ଦିନୀ କଲୋନୀରେ ବାସକରନ୍ତି । କୃଷ୍ଣ ପ୍ରସାଦ ପାତ୍ର ଓ ବିଦ୍ୟୁତପ୍ରଭା ପାତ୍ରଙ୍କ କନ୍ୟା ହେଉଛନ୍ତି ବିଭାରାଣୀ । ସେ ପିଲାଦିନରୁ ଦୁଃସାହସିକ କ୍ରୀଡାରେ ଅଂଶଗ୍ରହଣ କରିବା କ୍ଷେତ୍ରରେ ରୁଚି ରଖିଥିଲେ । ଏହା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି । ଏହା ପୂର୍ବରୁ ସେ ମଧ୍ୟ ସଫଳତାର ସହ ଏକାଧିକ ପର୍ବତାରୋହଣ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକଓ୍ୱାଡ, ଖେଳିଥିଲେ 1983 ବିଶ୍ବକପ - Anshuman Gaekwad passed away

ପୂର୍ବରୁ ମଧ୍ୟ ରହିଛି ପର୍ବତାରୋହଣର ରେକର୍ଡ:-

ବିଭାରାଣୀ ଗତବର୍ଷ 2023 ମସିହାରେ ଆଫ୍ରିକା ସ୍ଥିତ କିଲିମଞ୍ଜର ପର୍ବତ ଚଢ଼ି ସଫଳତା ହାସଲ କରିଥିଲେ । ଯାହାର ଉଚ୍ଚତା ଥିଲା ୧୯ହଜାର ୩୪୧ଫୁଟ । ତାଙ୍କର ଏହି ସଫଳତା ରାଜ୍ୟ ଓ ଜିଲ୍ଲା ପାଇ ଗୌରବ ଆଣିଥିଲା । ଏହି ଦୁଃସାହସିକ ପର୍ବତାରୋହଣରେ ବିଭାରାଣୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଉତ୍ସାହିତ କରାଯାଊଛି l ସେ ସଫଳତା ହାସଲ କରି ଦେଶ, ରାଜ୍ୟ ଓ ଜିଲ୍ଲା ପାଇ ଗୌରବ ଆଣନ୍ତୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଚା ପ୍ରକାଶ ପାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.