ETV Bharat / state

ଆରମ୍ଭ ହେଲା 'ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା - Bhubaneswar news

Odia language conference: ଆରମ୍ଭ ହେଲା 'ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା । ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କରାଯାଉଛି ଉଦ୍ୟମ । ଅଧିକ ପଢ଼ନ୍ତୁ,

ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା
ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା
author img

By ETV Bharat Odisha Team

Published : Feb 2, 2024, 10:39 PM IST

ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା

ଭୁବନେଶ୍ବର : ଆରମ୍ଭ ହେଲା 'ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା । ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କରାଯାଉଛି ଉଦ୍ୟମ । ଭାଷା ସମ୍ମିଳନୀକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି । ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆ ଭାଷା ଅନ୍ୟତମ। ଓଡିଆ ଭାଷା ଏବଂ ସାହିତ୍ୟର ଇତିହାସ ସମୟ ସହିତ ଏକ ଆକର୍ଷଣୀୟ ଯାତ୍ରା ମଧ୍ୟ ରହିଛି । ଏହି ଯାତ୍ରା ମାଧ୍ୟମରେ ଭୁବନେଶ୍ୱର ମନ୍ଦିରରେ ଥିବା କୀର୍ତ୍ତିରାଜି, ଓଡ଼ିଶାର ଅତୀତ ଇତିହାସ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିବାକୁ ପାଇବେ।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆରମ୍ଭ ହେଉଛି ଏକାମ୍ର ଉତ୍ସବ। ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ କରାଯାଉଛି ଉଦ୍ୟମ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ୩ରୁ ୯ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଆଧାରରେ ଜାନୁଆରୀରୁ ଆରମ୍ଭ ହୋଇଥିଲା ଏକାମ୍ର ୱାକ୍ସ । ଯେଉଁଥିରେ ନୂଆ କରି ଭାଷା ସମ୍ମିଳନୀ ପାଇଁ ' ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା ଯୋଡ଼ି ହୋଇଛି। ଆଜି ଏହି ପଦଯାତ୍ରା ପାଇଁ ଏକାମ୍ର ହାଟ ଠାରୁ ପର୍ଯ୍ୟଟକ ବାହାରି ଥିଲେ । ଭାଷାର ଉତ୍ପତି ଏବଂ ଲୋକକଥା ମାଧ୍ୟମରେ କିଭଳି ଭାଷାର ଉନ୍ନତି କରାଯଉଛି ସେ ବିଷୟ ଲୋକଙ୍କ ପାଖରେ ପହଞ୍ଚାଇବା । ତେବେ ଏହି କାର୍ଯ୍ୟକ୍ରମ ଚାରିଦିନ ହେବାକୁ ଥିବା ବେଳେ ଅପରାହ୍ନ 2:30ରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ.... ସହରରେ ବୁଲୁଛି ଶିକ୍ଷା ରଥ, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ରାଜଧାନୀ ପ୍ରସ୍ତୁତ

କେଦାରନାଥ ଗବେଷଣା ପ୍ରତିଷ୍ଠାନଠାରୁ ଏହି ପଦଯାତ୍ରା ଆରମ୍ଭ ହେବ । ତାଳପତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଯାତ୍ରୀମାନେ ଜାଣିବେ । ଏଥିସହ ଓଡ଼ିଶାର ପୁରୁଣା ଖବରକାଗଜ ବିଷୟମରେ ମଧ୍ୟ ଜାଣିବାର ସୁଯୋଗ ପାଇବେ । ଏହା ପରେ ବିନ୍ଦୁସାଗର କୂଳରେ ଏକ ଚିତ୍ତାକର୍ଷକ ପାଲା ପ୍ରଦର୍ଶନ ହେବ । ପାଲା ଗାୟକଙ୍କ ନେତୃତ୍ୱରେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଓଡିଆ ସାହିତ୍ୟର ପ୍ରମୁଖ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତାକୁ ଶୁଣିବାକୁ ମିଳିବ । ସୋନପୁରର ସାଧୁ-କବି ଭୀମ ଭୋଇଙ୍କ ଦ୍ୱାରା ପ୍ରଚାରିତ ମହିମା ଖଞ୍ଜଣି ଭଜନ ଅନୁଷ୍ଠିତ ହେବ । ଏହା ପରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯାତ୍ରୀମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୁ ଶୁଣିବାକୁ ପାଇବେ । ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ପାରମ୍ପାରିକ ବାଦ୍ୟଯନ୍ତ୍ର ମର୍ଦ୍ଦଳ ସହ ସଙ୍ଗୀତ ପରିବେଷଣ ହେବ । ଓଡ଼ିଶୀ ନୃତ୍ୟଶୀଳ୍ପିଙ୍କ ନୃତ୍ୟ ତାଳେ ତାଳେ କାର୍ଯ୍ୟକ୍ରମ ସମାପ୍ତ ହେବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.