ETV Bharat / state

ନିର୍ବାଚନ ଡ୍ୟୁଟିରେ ତାମିଲନାଡୁ ଯାଇଥିଲେ ଓଡ଼ିଆ କନେଷ୍ଟବଳ, ଦୁର୍ଘଟଣାରେ ଚାଲିଗଲା ଜୀବନ - Odia constable died - ODIA CONSTABLE DIED

Odia constable killed in Accident: ତାମିଲନାଡ଼ୁରେ ଓଡ଼ିଆ କନେଷ୍ଟବଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ । ନିର୍ବାଚନ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଆଖି ବୁଜିଲେ କନେଷ୍ଟବଳ ପ୍ରମୋଦ କୁମାର‌ । ଶୋକ ପାଳନ କଲା ଓଡ଼ିଶା ପୋଲିସ । ଆଗକୁ ପଢନ୍ତୁ

Odia constable killed in Accident
Odia constable killed in Accident
author img

By ETV Bharat Odisha Team

Published : Apr 9, 2024, 10:18 AM IST

ଭୁବନେଶ୍ୱର: ତାମିଲନାଡୁରେ ଓଡ଼ିଆ କନେଷ୍ଟବଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ । ମୃତକ ହେଲେ ନୂଆପଡା ଜିଲ୍ଲାର ପ୍ରମୋଦ ମାଝୀ । ତାମିଲନାଡୁର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ କନେଷ୍ଟବଳ ପ୍ରମୋଦ ମାଝୀ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କ ବିୟୋଗରେ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଶୋକ ବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ...ରାଜପଥ ପାଲଟୁଛି ମରଣଜନ୍ତା ! ଦେଶରେ ସଡକ ଦୁର୍ଘଟଣା ବୃଦ୍ଧି ଚିନ୍ତାଜନକ

ମିଳିଥିବା ସୂଚନା ଅନୁଯାୟୀ, କନେଷ୍ଟବଳ ପ୍ରମୋଦ ମାଝୀ 5ମ IRBN ବାଟାଲିୟନ ବୌଦ୍ଧଠାରେ କାର୍ଯ୍ୟରତ ଥିଲେ । ତାଙ୍କର ନିଜ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ । ସେ 2009 ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ତେବେ ତାମିଲନାଡୁରେ ନିର୍ବାଚନ ଥିବାବେଳେ ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ପୋଲିସର 30ଟି କମ୍ପାନୀ ତାମିଲନାଡୁ ଯାଇଛନ୍ତି । ଏହି ଟିମରେ ପ୍ରମୋଦ ମାଝୀ ମଧ୍ୟ ରହିଥିଲେ । ତାମିଲନାଡୁ ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ କନଷ୍ଟେବଳ ପ୍ରମୋଦ କୁମାର ମାଝୀ ।

ଏହାମଧ୍ୟ ପଢନ୍ତୁ... ସଡକ ସୁରକ୍ଷା କାଉନସିଲ ବୈଠକ; ୧୮୫ ଧାରାରେ ମଦ୍ୟପଙ୍କୁ ଧରିବାକୁ ପାଟ୍ରୋଲ ଅଧିକାରୀଙ୍କୁ କ୍ଷମତା

ଗତ ଗୁରୁବାର ଦିନ (ଏପ୍ରିଲ 4) ତାରିଖରେ ତ୍ରିଚୀଠାରେ ପ୍ରମୋଦ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ହଠାତ ଏକ ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସେଠାରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଅକାଳ ବିୟୋଗ ଖବର ଶୁଣିବା ପରେ ଶୋକ ପାଳନ କରିଛି ଓଡ଼ିଶା ପୋଲିସ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀଗଣ ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ପ୍ରମୋଦ ମାଝୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଅନ୍ୟପଟେ ତାଙ୍କ ପରିବାରରେ ମଧ୍ୟ ଏହି ଖବର ଶୁଣିବା ପରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ, ତାମିଲନାଡୁରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ 19 ତାରିଖରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । 39ଟି ସଂସଦୀୟ କ୍ଷେତ୍ର ପାଇଁ ହେବ ଭୋଟ ଗ୍ରହଣ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.