ETV Bharat / state

ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ଚଢାଉ - Pradeep Rath in vigilance scanner - PRADEEP RATH IN VIGILANCE SCANNER

OBCC Additional chief engineer Pradeep Rath in vigilance scanner: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । ବାଲେଶ୍ଵର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ମାମଲାରେ ଯାଞ୍ଚ ଜାରି ରହିଥିବା ବେଳେ ଆଜି ଓଡ଼ିଶା ବ୍ରିଜ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟମନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ

Pradeep Rath
Pradeep Rath (ETV Bharat Odisha)
author img

By ETV Bharat Odisha Team

Published : Aug 5, 2024, 3:17 PM IST

ଭୁବନେଶ୍ୱର/ଯାଜପୁର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । ବାଲେଶ୍ଵର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ମାମଲାରେ ଯାଞ୍ଚ ଜାରି ରହିଥିବା ବେଳେ ଆଜି ଓଡ଼ିଶା ବ୍ରିଜ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟମନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ବାବୁଙ୍କ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି ।

Pradeep Rath (ETV Bharat Odisha)

8ଟି ସ୍ଥାନରେ ଚାଲିଛି ଚଢାଉ:

ଆଜି (ସୋମବାର) ସକାଳୁ ଓଡ଼ିଶା ବ୍ରିଜ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟମନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, କଟକ, ଯାଜପୁର ଓ ଭଦ୍ରକରେ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସର ୮ଟି ଟିମ୍ ଏକକାଳୀନ ଭାବେ ୮ଟି ସ୍ଥାନରେ ଚଢାଉ କରିଛନ୍ତି । ଯାଜପୁରର ବ୍ୟାସନଗର ପୌର ପରିଷଦର ବିଭିନ୍ନ ଅଞ୍ଚଳରେ ଭିଜିଲାନ୍ସର ଚଢ଼ାଉ ରହିଛି l

ଏହାମଧ୍ୟ ପଢନ୍ତୁ... ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ: ବାହାରୁଛି ପୁଳା ପୁଳା ଟଙ୍କା, ସମ୍ପତ୍ତି ଦେଖି ତାଜୁବ ଅଧିକାରୀ - Vigilance raid in Balasore

ଯନ୍ତ୍ରୀଙ୍କ 38 ପ୍ଲଟ !

ଭିଜିଲାନ୍ସ ଡିଏସପି ଅନୁଶୟା ସେନାପତିଙ୍କ ନେତୃତ୍ୱରେ ଏକ 5ଜଣିଆ ଟିମ ଯାଜପୁର ଜିଲ୍ଲାର ବ୍ୟାସନଗର ସହର ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି l ବିଶେଷ ଭାବରେ ପାଣିକୋଇଲି ଥାନା ତାଲୁଙ୍ଗା ଛକ ସ୍ଥିତ ଏକ ପ୍ଲଟ ଉପରେ ଟିମ ପକ୍ଷରୁ ଚଢ଼ାଉ କରାଯାଇ ଏହି ଜମିର ପରିମାଣ ମାପଚୁପ କରୁଥିବା ସୂଚନା ମିଳିଛି l ସେପଟେ ବ୍ୟାସନଗର ଅଞ୍ଚଳରେ ରଥଙ୍କର 38ଟି ପ୍ଲଟ ଥିବା ଭିଜିଲାନ୍ସ ଟିମ ଅନୁମାନ କରିଛନ୍ତି l

ନିକଟରେ ଜାଲରେ ପଡିଥିଲେ ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ

ନିକଟରେ ବାଲେଶ୍ଵର ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଭିଜିଲାନ୍ସ ଜାଲରେ ପଡିଥିଲେ । ତାଙ୍କ ଆଖି ଖୋସା ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ବିଭିନ୍ନ ସ୍ଥାନରେ ରେଡ ପରେ ମିଳିଥିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । 85ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଏପରିକି ରାଜ୍ୟ ବାହାରେ ମଧ୍ୟ ପ୍ଲଟ ଥିଲା ଯନ୍ତ୍ରୀ ବାବୁଙ୍କ । ଏହାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ୱର/ ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.