ETV Bharat / state

ଖଡ଼ିଆଳରେ ଆଦିବାସୀ ମେଳି, ୮ ଦଫା ଦାବି ନେଇ ବିଡିଓଙ୍କୁ ଦେଲେ ଦାବିପତ୍ର

author img

By ETV Bharat Odisha Team

Published : Mar 11, 2024, 10:41 AM IST

Tribal Welfare Association Protest: ୮ ଦଫା ଦାବି ପୂରଣ ନେଇ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଜିଲ୍ଲା ଆଦିବାସୀ ସଂଘ । ଅଧିକ ପଢନ୍ତୁ

Tribal Welfare Association Protest
Tribal Welfare Association Protest
Tribal Welfare Association Protest

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳଠାରେ ଆଦିବାସୀ ମେଳି । ୮ ଦଫା ଦାବି ପୂରଣ ନେଇ ସଭାପତି ବାଳକୃଷ୍ଣ ଶବରଙ୍କ ନେତୃତ୍ୱରେ ଗତକାଲି (ରବିବାର) ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲା ଜିଲ୍ଲା ଆଦିବାସୀ ସଂଘ । ପ୍ରଥମେ ଖଡ଼ିଆଳ ଅଧିଷ୍ଠାତ୍ରୀ ଦେବୀ ଠାକୁରାଣୀ ମନ୍ଦିରଠାରେ ପୂଜାର୍ଚ୍ଚନା କରି ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିଶାଳ ରାଲି ବାହାରିଥିଲା । ଏଥିରେ ଶତାଧିକ ଆଦିବାସୀ ଯୋଗ ଦେଇ ସହର ପରିକ୍ରମା କରିବା ପରେ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ତେବେ ଦିବଂଗତ ଆଦିବାସୀ ନେତା ସ୍ବର୍ଗୀୟ ଘାସିରାମ ମାଝୀ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ 7 ଥର ବିଧାୟକ ଭାବରେ ବିଜୟୀ ହୋଇଥିଲେ । ସେହିଭଳି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ସ୍ବର୍ଗୀୟ ଦୁର୍ଯ୍ୟୋଧନ ମାଝୀ 5 ଥର ବିଧାୟକ ହୋଇଥିଲେ । ନୂଆପଡା ଓ ଖଡ଼ିଆଳ ଉଭୟ ନିର୍ବାଚନ ମଣ୍ଡଳୀର ଆଦିବାସୀମାନଙ୍କର ଏକତା ରହିଛି । ତେଣୁ ଏଠାରେ ସରକାରୀ ଦଳ ତଥା ବିଜୁ ଜନତା ଦଳ ଆଦିବାସୀ ବିଧାୟକ ପ୍ରାର୍ଥୀ ଚୟନ କରି ଟିକେଟ ଦେବାକୁ ଆଦିବାସୀ ସଂଘ ଦାବି କରିଛି । ନିଶ୍ଚୟ ଆଦିବାସୀ ନେତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବେ ବୋଲି ଆଦିବାସୀ ସଂଘ କହିଛି ।

ଏହା ମଧ୍ୟ ପଢନ୍ତୁ- ରାଜରାସ୍ତାକୁ ଓଲ୍ଲାଇଲେ ଆଶା କର୍ମୀ, ଦାବି ପୁରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଏହା ସହିତ ଖଡ଼ିଆଳକୁ ସବ୍‌ଡିଭିଜନ ମାନ୍ୟତା ତୁରନ୍ତ ଦେବାକୁ ଦାବି ହୋଇଛି । ନୂଆପଡା ଜିଲ୍ଲାରୁ 10 ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ବନବାସୀମାନଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ଗାଁ ଝାଙ୍କର ଦିହାରି ମାନଙ୍କୁ ମାସିକ 5 ହଜାର ଟଙ୍କା ଲେଖାଏଁ ପେନସନ ପ୍ରଦାନ କରିବା ଏବଂ ଅହେତୁକ ବିଜୁଳି ଦରକୁ କମ କରାଯିବା ନେଇ ଦାବି କରିଛି ଜିଲ୍ଲା ଆଦିବାସୀ ସଂଘ । ସେହିପରି ବୋଡେନ ବ୍ଲକ ନାଗପଡା, ଝରଣାମାଲ, କିରେଝୋଲା, କରଲାକୋର୍ଟ, ଖାଇରା, ସୁନାପୁର ଆଦି ଗ୍ରାମ ଗୁଡିକର ଚାଷ ଜମିକୁ ମେଗା ଲିଫ୍ଟ ଦ୍ୱାରା ତିଖାଲି ଡ୍ୟାମ ପାଣି ଯୋଗାଇ ଦେବା ଭଳି 8 ଦଫା ଦାବି ପୂରଣ ନେଇ ଗତକାଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖଡ଼ିଆଳ ବିଡିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ସର୍ବୋପରି ରାଜନୀତିରେ ଆଦିବାସୀ ନେତାଙ୍କୁ ଦଳୀୟ ଟିକେଟ ଦେବା ପାଇଁ ଦାବି କରି ଏକ ଦାବିପତ୍ର ଖଡ଼ିଆଳ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିଛି ଆଦିବାସୀ ସଂଘ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.