ETV Bharat / state

ନୂଆପଡ଼ାରେ ନିର୍ବାଚନୀ ପ୍ରସ୍ତୁତି, ସାମ୍ବାଦିକ ସମ୍ମିଳନୀ ଡାକିଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Mar 19, 2024, 10:27 PM IST

Nuapada Collector Press Meet Over Election: ନୂଆପଡ଼ା ଜିଲ୍ଲାରେ ନିର୍ବାଚନୀ ପ୍ରସ୍ତୁତି । ସାମ୍ବାଦିକ ସମ୍ମିଳନୀ ଡାକି ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

Nuapada Collector Press Meet Over Election
Nuapada Collector Press Meet Over Election
ନୂଆପଡ଼ାରେ ନିର୍ବାଚନୀ ପ୍ରସ୍ତୁତି, ସାମ୍ବାଦିକ ସମ୍ମିଳନୀ ଡାକିଲେ ଜିଲ୍ଲାପାଳ

ନୂଆପଡ଼ା: ସାଧାରଣ ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି (ମଙ୍ଗଳବାର) ଜିଲ୍ଲା ପ୍ରଶାସନ ସାମ୍ବାଦିକ ସମ୍ମିଳନୀ ଡାକି ସମସ୍ତ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ଜିଲ୍ଲାରେ 52 ଗୋଟି ମଡେଲ ବୁଥ ବା ସଖୀ ବୁଥର ବ୍ୟବସ୍ଥା କରାଯିବ । ଏହାସହ ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଲଗାଯିବ ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ଅନୁଗୋଳରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର, କର୍ମୀଙ୍କୁ ଦିଆଗଲା ତାଲିମ

ନୂଆପଡା ଜିଲ୍ଲା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ । ନୂଆପଡା ଜିଲ୍ଲାରେ ନୂଆପଡା 71 ଏବଂ ଖଡ଼ିଆଳ 72 ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଏହି 2 ଗୋଟି ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ ଏପ୍ରିଲ 18 ତାରିଖଠାରୁ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିପାରିବେ । ମେ 13 ତାରିଖ ଦିନ ଭୋଟ ଗ୍ରହଣ କରାଯିବ । ସେହିଭଳି ଜୁନ 4 ତାରିଖ ଭୋଟ ଗଣତି କରାଯିବ ବୋଲି ତାରିଖ ଘୋଷଣା ପରେ ଏ ନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସାଧାରଣ ଭୋଟର ସୁରକ୍ଷିତ ମତଦାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ କ୍ରିଟିକାଲ ପୋଲିସ ଷ୍ଟେସନ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ କି ମାଇକ୍ରୋ ଅବଜର୍ଭର ରହିବା ସହିତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । 85 ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନେ ଘରେ ଥାଇ ଭୋଟ ଦେଇପାରିବେ । ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ତାରିଖଠାରୁ 5 ଦିନ ଆଗରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ପଡିବ । ସେହିଭଳି ଜିଲ୍ଲାରେ 52 ଗୋଟି ମଡେଲ ବୁଥ ବା ସଖୀ ବୁଥର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ନୂଆପଡା 71 ଏବଂ ଖଡ଼ିଆଳ 72 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ହେମକାନ୍ତ ସାଏ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.