ETV Bharat / state

NUAKHAI: କଳାହାଣ୍ଡି ଆଗୁଆ ପାଳିଲା ନୂଆଁଖାଇ, ନୂଆ ଖାଇଲେ ୩ ଗାଁର 5 ହଜାର ଲୋକ - Nuakhai In Kalahandi

author img

By ETV Bharat Odisha Team

Published : Sep 5, 2024, 10:59 AM IST

Updated : Sep 5, 2024, 11:48 AM IST

NUAKHAI FESTIVAL: "ଜୁହାର ଦାଦା ଜୁହାର, ଆଏଲା ଆମର ବଡ଼ଖା ତିହାର'' ନିର୍ଦ୍ଧାରିତ ଦିନ ପୂର୍ବରୁ କଳାହାଣ୍ଡିର ତିନୋଟି ଗ୍ରାମରେ ପାଳିତ ହେଲା ନୂଆଁଖାଇ । ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକିଲା ଗାଁ ମାଟି । ଏକାଠି ନୂଆ ଖାଇଲେ 5 ହଜାର ଲୋକେ । ଅଧିକ ପଢନ୍ତୁ

NUAKHAI FESTIVAL
NUAKHAI FESTIVAL (ETV Bharat)

ଭାବନିପାଟଣା: ଦୁଇ ଦିନ ପରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ । ପାରମ୍ପରିକ ବାଦ୍ୟ, ନୃତ୍ୟ ଗୀତରେ ଦୁଲୁକିବ ପଶ୍ଚିମ ଓଡିଶା । ଉତ୍ସବ ପାଳନ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । ନୂଆଁଖାଇଠାରୁ ଆରମ୍ଭ କରି ଭେଟଘାଟ ପର୍ଯ୍ୟନ୍ତ ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିବ ମଞ୍ଚ । ରସର୍‌କଲି, ଡାଲଖାଇ, ମାଏଲାଜଡ଼, ଚୁଟୁକୁଚୁଟା ଓ ଢାପ୍ ଗୀତର ତାଳେ ତାଳେ ମତୁଆଲା ହେବେ ପିଲାଠୁ ବୃଦ୍ଧ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଁଖାଇ ବେଶ ଆଡ଼ମ୍ବର ଭାବେ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ସପ୍ତପୁରୀ ଅମବାସ୍ୟା ପରଦିନ ଅର୍ଥାତ ଗତକାଲି କଳାହାଣ୍ଡିର 3ଟି ଗ୍ରାମରେ ନୂଆଁଖାଇ ପାଳିତ ହୋଇ ଯାଇଛି । ନୂଆଁଖାଇ ପର୍ବ ପଶ୍ଟିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଗୋଟିଏ ଦିନ ପାଳନ ହେବାକୁଥିବା ବେଳେ କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ।

NUAKHAI FESTIVAL (ETV Bharat)

ଏହା ମଧ୍ୟ ପଢନ୍ତୁ-ସେପ୍ଟେମ୍ବର 9କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ- Nuakhai Holiday

ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକିଲା ଗାଁ ମାଟି :

ଗତକାଲି ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଇଥିଲା । ଏହାପରେ ଗାଁରେ ପାଳିତ ହୋଇଥିଲା ନୂଆଖାଇ । ପ୍ରଥମେ ଆରମ୍ଭ ହୋଇଥିଲା ଜୁହାର ଭେଟର ପର୍ବ । ସାନ ମାନେ ନୂଆ ଜାମା ପିନ୍ଧି ବଡ଼ମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେଇଥିଲେ । ଏହାପରେ ଜମିଥିଲା ନାଚଗୀତର ଆସର । ଢୋଲ,ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିଥିଲା ଗାଁ ମାଟି ।

ଏହା ମଧ୍ୟ ପଢନ୍ତୁ-Nuakhai Festival 2024: ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୁଆଁ ଧାନ, ନୁଆଁଖାଇ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କଠାରେ ହେବ ନବାନ୍ନ ଅର୍ପଣ - new crop reached samaleswari temple

କଳାହାଣ୍ଡିର ୩ ଗ୍ରାମରେ ନୂଆଁଖାଇଲେ ୫ ହଜାର ଲୋକ:

ନୂଆଁଖାଇ ସପ୍ତପୁରୀ ଅମବାସ୍ୟା ଠାରୁ ଆରମ୍ଭ ହୋଇଥିବା ବେଳେ ଦଶହରା ଦଶମୀରେ ଶେଷ ହେବ । ପ୍ରଥମେ ଗ୍ରାମରେ ସଭାହୋଇ ନବାନ୍ନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୁଏ । ଏହାପରେ କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳରେ ନୂଆଖାଇ ପାଳିତ ହୋଇଯାଇଛି । ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ଏକାଠି ବସି ନୂଆଁ ଖାଇଛନ୍ତି। ନୂଆଁଖାଇ ଆସିଲେ ଘରେ ଘରେ କୁଣିଆଙ୍କ ଭିଡ଼ ଦେଖିବାକୁ ମିଳେ । ଘର ଲିପାପୋଛା କରି ସପରିବାର ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ସ୍ବତନ୍ତ୍ର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଶାଳ ଓ କୁରେଇ ପତ୍ରରେ ଖଲି ଠୋଲା ତିଆରି କରାଯାଇ ଥାଏ । ନୂଆଖାଇରେ ଏଇ ଥିରେ ହିଁ ଖାଦ୍ୟ ପରସା ଯାଏ ।

ଏହା ମଧ୍ୟ ପଢନ୍ତୁ-ନୂଆପଡ଼ାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଯୁବରାଜ ଦେବ ଦେବ ସିଂ ଦେଓ କଲେ ଘୋଷଣା - Nuapada Nuakhai Lagna

କାହିଁକି ତିନୋଟି ଗ୍ରାମର ଲୋକେ ସର୍ବାଗ୍ରେ ନୂଆଁ ଖାଇଥାନ୍ତି ?

ଗାଁର ମୁଖ୍ୟ ଝଙ୍କାର ବା ପୂଜାରୀ ଶରତ ଚନ୍ଦ୍ର ମାଝୀଙ୍କ କହିବା ଅନୁଯାୟୀ, "କିମ୍ବଦନ୍ତୀ ରହିଛି , ''ନାଗବଂଶ ରାଜାଙ୍କ ସମୟର ଗଙ୍ଗବଂଶ ସହ ଯୁଦ୍ଧ ହୋଇଥିଲା । ଆଉ ସେହି ସମୟରେ ପଥର୍ଲା ଗାଁର ଗନ୍ତିଆ ଯୁଦ୍ଧରେ ନାଗବାଂଶ ରାଜାଙ୍କୁ ସାହାଯ୍ୟ କରିଥିଲେ। ଫଳରେ ରାଜା ଯୁଦ୍ଧରେ ବିଜୟ ଲାଭ କରିଥିଲେ । ପରେ ମହାରାଜ ଗନ୍ତିଆଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରିବା ସହ ଗନ୍ତିଆଙ୍କୁ ମନ ପସନ୍ଦର ପୁରସ୍କାର ମାଗିବା ପାଇଁ କହିଥିଲେ । ଆଉ ସେହି ସମୟରେ ଗନ୍ତିଆ ସର୍ବାଗ୍ରେ ନୂଆଁଖାଇବା ପାଇଁ ରାଜାଙ୍କୁ ବର ମାଗିଥିଲେ। ଆଉ ସେହି ଦିନ ଠାରୁ ପଥର୍ଲା, ବାହାଦୁର ପଦର, ପଲକା ପଡ଼ା ଆଦି ତିନୋଟି ଗାଁର ଲୋକେ ସର୍ବାଗ୍ରେ ନୂଆଁଖାଇ ପାଳନ କରି ଆସୁଛନ୍ତି । "

ଏହା ମଧ୍ୟ ପଢନ୍ତୁ-ବାହାରିଲା ନୂଆଖାଇ ଶୁଭଲଗ୍ନ, ଏହି ଦିନ ମା' ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ - Nuakhai Lagna Finalised

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 5, 2024, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.