ETV Bharat / state

କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

author img

By ETV Bharat Odisha Team

Published : Jan 28, 2024, 10:29 PM IST

Nua O Programme in Keonjhar : କେନ୍ଦୁଝର ଜିଲ୍ଲାରେ ‘ନୂଆ ଓ’ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଅଧିକ ପଢନ୍ତୁ

କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ
କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ
କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

କେନ୍ଦୁଝର: ଜିଲ୍ଲାରେ ଆୟୋଜିତ ହୋଇଛି ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ‘ନୂଆ ଓ’ ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ସ୍ଥାନୀୟ ଧରଣୀଧର ମେଡ଼ିକାଲ କଲେଜ ସମ୍ମୁଖ ଅସ୍ଥାୟୀ ହେଲିପ୍ୟାଡରେ ସେ ଅଵତରଣ କରି ବିଶ୍ବବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ‘ନୂଆ ଓ’ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କର ପାଠପଢା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ କରିବାକୁ ସରକାର ମନସ୍ଥ କରିଛନ୍ତି ବୋଲି କହିଥିଲେ ।

ଏହାସହ ଧରଣୀଧର ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି । ପିଲାମାନଙ୍କ ସହ କଥା ହୋଇ ୫ଟି ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି । ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼ । କାରଣ ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ ।’

ଏହା ମଧ୍ୟ ପଢନ୍ତୁ ... କେନ୍ଦ୍ରାପଡାରେ 'ନୂଆ-ଓ' ଉଦଯାପିତ; ଆସିଲେନି ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ । ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ । ଭବିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ । ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ । ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ’

କଠିନ ପରିଶ୍ରମ ଫଳରେ କେନ୍ଦୁଝର ଜିଲ୍ଲାର ତିନିଜଣ ସଫଳ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପରେ କାର୍ଯ୍ୟକ୍ରମକୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟକୁ ଯାଇ ହାତ ମିଳାଇବା ସହ ସେଲ୍ଫି ନେଇଥିଲେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । କାର୍ଯ୍ୟକ୍ରମକୁ ଆସି ବେଶ୍ ଉତ୍ସାହିତ ହେବା ସହ ଆଗାମୀ ଦିନରେ ୫ଟି ଅଧ୍ୟକ୍ଷଙ୍କ ବାର୍ତ୍ତା ବେଶ୍ ଉପଯୋଗୀ ହେବ ବୋଲି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ପରେ ସେଠାରୁ କେନ୍ଦୁଝର ସହରରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.