ETV Bharat / state

କେନ୍ଦ୍ରାପଡାରେ 'ନୂଆ-ଓ' ଉଦଯାପିତ; ଆସିଲେନି ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

Kendrapara Nua O Programme: କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା "#ନୂଆ ଓ - ଯୁବ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ପାଣ୍ଡିଆନ ଉକ୍ତ କାର୍ଯ୍ୟକ୍ରମକୁ ନଆସିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସୋନ୍ତୋଷ ଦେଖା ଦେଇଛି । ଅଧିକ ପଢ଼ନ୍ତୁ

ନୂଆ ଓ
ନୂଆ ଓ
author img

By ETV Bharat Odisha Team

Published : Jan 28, 2024, 8:16 PM IST

ନୂଆ ଓ

କେନ୍ଦ୍ରାପଡା: କିଛିଦିନ ଧରି ଜିଲ୍ଲାରେ ଚାଲିଥିବା "ନୂଆ ଓ - ଯୁବ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଆଜି କେନ୍ଦ୍ରାପଡାର ବାରୋ ପଡ଼ିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଖାପାଖି ୬ ହଜାର ଛାତ୍ରଛାତ୍ରୀ ନୂଆ ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେପଟେ ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେବାର ଯୋଜନା ରହିଥିଲା । କିନ୍ତୁ ପାଣ୍ଡିଆନ ଉକ୍ତ କାର୍ଯ୍ୟକ୍ରମକୁ ନଆସିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସୋନ୍ତୋଷ ଦେଖାଦେଇଛି ।

ଜିଲ୍ଲାରେ ଆୟୋଜିତ କରାଯାଇଥିବା "#ନୂଆ ଓ - ଯୁବ ଓଡ଼ିଶା ନବୀନ ଓଡିଶା" ଉଦଯାପନୀ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେବାର ଥିଲା । କିନ୍ତୁ ସେ ନଆସି କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଏକ ଭିଡିଓ ବାର୍ତ୍ତା ଜାରି କରି ଯୁବଶକ୍ତିଙ୍କ ମଧ୍ୟରେ ଥିବା ଲୁକ୍କାୟିତ କଳା, ସଂସ୍କୃତି, କ୍ରୀଡା ନୈପୁଣ୍ୟତାକୁ ଆଗକୁ ଆଣିବା ସହ ସେମାନଙ୍କୁ ଭବିଷ୍ୟତରେ ବଢିବା ପାଇଁ ପ୍ରେରଣା ଦେବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଏହା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇ ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ସମାଜରେ ପ୍ରତିଷ୍ଠିତ କରାଇବା ଏହି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମତ ରଖିଥିଲେ ପାଣ୍ଡିଆନ ।

ସେହିପରି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନ, ଅକ୍ଷୟ ମହାନ୍ତି, ସୀତାକାନ୍ତ ମହାପାତ୍ରଙ୍କ ଭଳି ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭଳି ହେବାକୁ ଉଦବୋଧନ ଦେଇଥିଲେ । ଅନ୍ୟପଟେ ଜିଲ୍ଲାର ବିଭିନ୍ନ କଲେଜରେ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଅତିଥି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର (ରାଜସ୍ୱ),ପିତାମ୍ବର ସାମଲ(ସାଧାରଣ), ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ନବରଙ୍ଗପୁରରେ 'ନୂଆ-ଓ 'କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ତେବେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲେ ମଧ୍ୟ ଆୟୋଜକଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ଅଧିକାଂଶ ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ପାଣ୍ଡିଆନ ଆସୁଛନ୍ତି କହି ଛାତ୍ରଛାତ୍ରୀଙ୍କୁ ଡକା ଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମରେ ପାଣ୍ଡିଆନ ଅନୁପସ୍ଥିତ ରହିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପାଠପଢ଼ା ଛାଡି ପାଣ୍ଡିଆନଙ୍କୁ ଦେଖିବାକୁ ଆସିଥିବା ଜଣେ ଛାତ୍ରୀ କହିଥିବା ବେଳେ ଅତିଥି ନଆସିବା ତାଙ୍କୁ ଓ ତାଙ୍କ ଭଳି ଅନେକ ଛାତ୍ରଛାତ୍ରୀଙ୍କୁ କ୍ଷୁବ୍ଧ କରିଛି ବୋଲି କହିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.