ETV Bharat / state

ବଂଶ ବୃଦ୍ଧି ପାଇଁ ଆସିବେ ଆଉ ୫ ବାଘ, ପୂର୍ବରୁ କାହିଁକି ଫେଲ୍ ମାରିଥିଲା ପ୍ରକଳ୍ପ? ଜାଣନ୍ତୁ

ପୂର୍ବରୁ ବିଫଳ, ଆଉ ଥରେ ସଫଳ କରିବାକୁ ଚେଷ୍ଟା । ବାଘଙ୍କ ସୁରକ୍ଷା ପରିଚାଳନା ଉପରେ ନଜର । ବାଘ ବଂଶ ବୃଦ୍ଧି ପାଇଁ ଆହୁରି ଆସିବେ ୫ ବାଘ ।

SIMILIPAL TIGER RESERVE
SIMILIPAL TIGER RESERVE (ETV Bharat Odisha)
author img

By ETV Bharat Odisha Team

Published : Nov 3, 2024, 7:52 PM IST

Updated : Nov 3, 2024, 8:01 PM IST

ଭୁବନେଶ୍ବର: ପୂର୍ବରୁ ବିଫଳ ହୋଇଥିଲା ବାଘ ବଂଶ ବୃଦ୍ଧି ଓ ସୁରକ୍ଷା ଯୋଜନା । ଏହାକୁ ପୁଣି ଥରେ ସଫଳ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳ ଆସିଥିବା ବାଘୁଣୀ ‘ଯମୁନା’ ନିଜେ ଶିକାର କରିଛି । ଗୋଟିଏ ନୁହେଁ ଦୁଇ ଥର ଶିକାର କରିଛି ବାଘୁଣୀ ଯମୁନା । ଶିମିଳିପାଳର କୋର୍‌ ଏରିଆ ମଧ୍ୟରେ ସ୍ବତନ୍ତ୍ର ଭାବରେ ଏନ୍‌କ୍ଲୋଜରରେ ରହୁଥିବା ଯମୁନା ଗତ (ଗୁରୁବାର) ଦିନ ଏକ ବାର୍‌ହା ଶିକାର କରିଥିବା ଜଣାପଡିଛି । ଏହାସହ ବାଘୁଣୀ ଧିରେ ଧିରେ ନୂଆ ପରିବେଶ ସହ ନିଜକୁ ଖାପ ଖୁଆଇଥିବା ବେଳେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବାଘ ବଂଶ ବୃଦ୍ଧି ପାଇଁ ଆହୁରି ଆସିବେ ୫ ବାଘ । ତେବେ ପୂର୍ବରୁ କାହିଁକି ବ୍ୟାଘ୍ର ପ୍ରକଳ୍ପ ଫେଲ୍ ମାରିଥିଲା ଆସନ୍ତୁ ଜାଣିବା ।

SIMILIPAL TIGER RESERVE (ETV Bharat Odisha)

ପୂର୍ବ ଯୋଜୋନା ବିଫଳ:
ଏନଟିସିଏର ପୂର୍ବତନ ମୁଖ୍ୟ ଅନୁପ କୁମାର ନାୟକ କହିଛନ୍ତି ଯେ,"୨୦୧୯ ମସିହାରେ ଓଡ଼ିଶାକୁ ବାହାର ରାଜ୍ୟରୁ ଦୁଇଟି ବାଘ ଆସିଥିଲା । ଯାହା ନୂଆ ଭାବରେ ସାତକୋଶିଆ ଜଙ୍ଗଲରେ ଆରମ୍ଭ ହୋଇଥିଲା ବ୍ୟାଘ୍ର ପ୍ରକଳ୍ପ । ଦୁଇଟି ବାଘ ମଧ୍ୟରୁ ଗୋଟିଏ ବାଘୁଣୀକୁ ଶିକାରୀ ନଅକା ପାଇଁ ମୃତ୍ୟୁ ଘଟିଥିଲା । ଅନ୍ୟଟିକୁ ବନ ବିଭାଗ ସଠିକ ଭାବରେ ସୁରକ୍ଷା ଦେଇ ପାରିନଥିଲେ । ଫଳରେ କି ବାଘୁଣୀକୁ ଏକ ବନ୍ଦୀ ଭାବରେ ରଖାଗଲା । ବାଘୁଣୀର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ଯେଉଁଠାରୁ ଆସିଥିଲା ସେହିଠାରେ ପୁଣି ଥରେ ଛାଡି ଦିଆଗଲା । ଯାହାଦ୍ଵାରା ଓଡିଶାରେ ଏହା ଫଳପ୍ରଦ ହୋଇନଥିଲା । ବର୍ତ୍ତମାନ ଏହା ଫଳପ୍ରଦ ହେବ ବୋଲି ଆଶା ରହିଛି । "

ପୂର୍ବ ଯୋଜନା କାହିଁକି ହେଲା ନାହିଁ ସଫଳ:
ସେ ଆହୁରି ମଧ୍ୟ କହିଛନ୍ତି," ବ୍ୟାଘ୍ର ପ୍ରକଳ୍ପ ଫଳପ୍ରଦ ନହେବାର ମୁଖ୍ୟ କାରଣ ଅନେକ ରହିଛି । ପ୍ରଥମ ହେଉଛି ଜଙ୍ଗଲ ନିକଟରେ ଥିବା ଗାଁ ଲୋକମାନଙ୍କ ସହିତ କୌଣସି ଆଲୋଚନା ହୋଇନଥିଲା । ସେମାନଙ୍କର ସୁରକ୍ଷା ଏବଂ ମତାମତକୁ କୌଣସି ମତରେ ଗ୍ରହଣ କରାଯାଇନଥିଲା । ଗୋଟିଏ ବାଘ ଜଙ୍ଗଲକୁ ଆସିଲେ ବା ଆସିବା ପୂର୍ବରୁ କିଭଳି ରହିବ ସେନେଇ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ରହିଥିଲା । ବ୍ୟାଘ୍ର ପ୍ରକଳ୍ପକୁ ନେଇ କେନ୍ଦ୍ରରୁ ଯେଉଁ ପଇସା ଆସୁଛି ସେହି ପଇସାରେ କିଭଳି ଭାବରେ ବ୍ୟାଘ୍ର ପ୍ରକଳ୍ପ ସମେତ ନିକଟବର୍ତ୍ତୀ ଗାଁ ଲୋକଙ୍କ ପାଇଁ ଖର୍ଚ୍ଚ ହେବ । ସେନେଇ ଅଧିକ ଧ୍ୟାନ ଦେବା ଆବଶ୍ୟକ ରହିଥିଲା । ଏହାସହ ଠିକ୍ ଭାବରେ ପରିଚାଳନା କରାଯାଇନଥିଲା । ଯାହା ଫଳରେ କି ଫଳପ୍ରଦ ହୋଇନଥିଲା ।"

SIMILIPAL TIGER RESERVE
SIMILIPAL TIGER RESERVE (ETV Bharat Odisha)

ବାଘ ପାଇଁ ସଠିକ ସ୍ଥାନ ସାତକୋଶିଆ ନା ଶିମିଳିପାଳ ଜଙ୍ଗଲ:
ଏନେଇ ଅନୁପ କୁମାର ନାୟକ କହିଛନ୍ତି," ରାଜ୍ୟରେ ବାଘମାନଙ୍କ ପାଇଁ ସାତକୋଶିଆ ଏବଂ ଶିମିଳିପାଳ ଦୁଇଟି ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ଦୁଇଟି ସ୍ଥାନ ମଧ୍ୟରେ ରହିଛି ଆକାଶ ପାତାଳ ଫରକ୍ । ସାତକୋଶିଆ ଜଙ୍ଗଲ ଗୋଟେ ଛୋଟ ଅଞ୍ଚଳ । ଏହାରି ଚାରି ପାଖରେ ରହିଛି ଗାଁ । ଏହା ସଂପୂର୍ଣ୍ଣ ନୂଆ ଅଟେ । ଏଠାରେ ସଠିକ ଭାବରେ ପରିଚାଳନା ହୋଇପାରୁ ନାହିଁ । ଯାହା ଫଳରେ ଅନେକ ସମସ୍ଯା ଦେଖାଯାଉଛ । କିନ୍ତୁ ଅନ୍ୟପଟେ ଶିମିଳିପାଳ ଏକ ବଡ ବ୍ୟାଘ୍ର ଜଙ୍ଗଲ ଅଟେ । ସେଠାରେ ବନ କର୍ମଚାରୀମାନେ ଭଲ ଭାବରେ ପରିଚାଳନା କରୁଛନ୍ତି । ଗାଁ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା । ବାଘ ଆସି ରହିଲା ଭଳି ସ୍ଥାନ ରହିଛି । ଶିମିଳିପାଳରେ କୌଣସି କିଛି ଅସୁବିଧା ହେବ ନାହିଁ ।"

ନୂଆ ଜଙ୍ଗଲରେ ବାଘ କରିଥାଏ ଏକ୍ସପ୍ଲୋର:
ଏନେଇ ଅନୁପ କହିଛନ୍ତି,"ବାଘ ଗୋଟିଏ ଜଙ୍ଗଲରୁ ଅନ୍ୟ ଏକ ଜଙ୍ଗଲକୁ ବୁଲିଥାଏ । ବାଘଟିଏ ହଜାର ହାଜର କିଲୋମିଟର ଧରି ବୁଲି ନିଜର ଏକ ସୁରକ୍ଷିତ ସ୍ଥାନ ଖୋଜିଥାଏ । ଯଦି ଏକ ନୂଆ ଜଙ୍ଗଲକୁ ବାଘଟିଏ ଆସିବା ମାତ୍ରେ ସେ କିଛି ସ୍ଥାନକୁ ଏକ୍ସପ୍ଲୋର କରିଥାଏ । ଯେପରିକି କେଉଁଠାରେ ଗାଁ ରହିଛି ? କେଉଁଠାରେ ପାଣି ରହିଛି ? କେଉଁଠାରେ ଜଙ୍ଗଲ ରହିଛି ? ତାହା ବାଘଟି ସମ୍ପୂର୍ଣ୍ଣ ଭାବରେ ଏକ୍ସପ୍ଲୋର କରିବ । ଯେ ପର୍ଯ୍ୟନ୍ତ ନିଜର ବାସସ୍ଥାନ ଚିହ୍ନଟ କରିନାହିଁ, ସେ ପର୍ଯ୍ୟନ୍ତ ବାଘଟି ଏଭଳି ଏକ୍ସପ୍ଲୋର କରିବ ।"

ବାଘଙ୍କ ପସନ୍ଦରେ ଓଡିଶା ଜଙ୍ଗଲ:
ଏନଟିସିଏର ପୂର୍ବତନ ମୁଖ୍ୟ ଅନୁପ କୁମାର ନାୟକ କହିଛନ୍ତି,"ଅନେକ ସମୟରେ ଓଡିଶା ଜଙ୍ଗଲରେ ବାଘ ଦେଖିବାକୁ ମିଳିଥାଏ । ଓଡିଶାରେ ଜଙ୍ଗଲ ବାଘମାନଙ୍କ ପାଇଁ ଏକ ଭଲ ଏବଂ ଉପଯୁକ୍ତ ଜଙ୍ଗଲ ରହିଛି । ବାଘଙ୍କ ପାଇଁ ଭଲ ବ୍ୟବସ୍ଥା ମଧ୍ୟ ରହିଛି । ଯେତେବେଳେ ଏକ ବାଘଟିଏ ଜଙ୍ଗଲ ଛାଡି ଅନ୍ୟ ଏକ ଜଙ୍ଗଲ ଅନୁସନ୍ଧାନ କରିଥାଏ , ତେବେ ସେ ହଜାର ହଜାର କିଲୋମିଟର ଧରି ବୁଲିଥାଏ । ବିଶେଷ ଭାବରେ ଦେଶରେ କେନ୍ଦ୍ରୀୟ ଜଙ୍ଗଲରେ ଅଧିକ ବାଘ ରହିଛନ୍ତି । ଭଲ ଜଙ୍ଗଲ ମଧ୍ୟ ରହିଛି । କିନ୍ତୁ ନିଜର ଏକ ଉପଯୁକ୍ତ ସ୍ଥାନ ସନ୍ଧାନରେ ବାଘ ଓଡ଼ିଶା ଆସିଥାନ୍ତି । ଓଡିଶାରେ ବହୁଳ ଭାବରେ ଜଙ୍ଗଲ ରହିଛି କିନ୍ତୁ ଓଡିଶା ଜଙ୍ଗଲରେ ବାଘ ନାହାନ୍ତି ।"

ଯମୁନାର ଗତିବିଧି ଉପରେ ରଖାଯାଇଛି ନଜର:
ଯମୁନା ବାଘ ଓଡିଶା ଆସିବା ପ୍ରସଙ୍ଗରେ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି," ଯମୁନା ବାଘ ୨ଟି ଶିକାର କରିଛି । ଯଦି ଆଉ ଏକ ଶିକାର କରିକି ଖାଇବା ପରେ ତାକୁ ନେଚୁରାଲ ଜଙ୍ଗଲକୁ ଛଡାଯିବ । ଯମୁନାର ଗତିବିଧି ଉପରେ ନଜର ରଖାଯାଇଛି । ମହାରାଷ୍ଟ୍ରରୁ ଅନ୍ୟ ବାଘ ଆସିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି । ବାଘକୁ ଟ୍ରାଙ୍କୁଲାଇଜ କରିବାର ଏକ ସ୍ୱତନ୍ତ୍ର ଏସଓପି ରହିଛି । କଳା ବାଘ ସଫାରୀ କାଯ୍ୟ ମଧ୍ୟ ଆଗକୁ ବଢୁଛି । ସ୍ଥାନ ନିରୂପଣ ହୋଇସାରିଛି । ସୁପ୍ରିମକୋର୍ଟର ଏକ ଅନୁମୋଦନ ନେବାର ଅଛି । ଏବେ ଆମେ ସେହି ଅନୁମୋଦନକୁ ଅପେକ୍ଷା କରିଛୁ । "

ବାଘୁଣୀ ଯମୁନା ଖୁଆଡ଼ରେ ସ୍ୱତନ୍ତ୍ର ସିସି କ୍ୟାମେରା:
ସେ ଆହୁରି ମଧ୍ୟ କହିଛନ୍ତି," ଶିମିଳିପାଳ ଅଭୟାରଣ୍ୟର ସ୍ବତନ୍ତ୍ର ଖୁଆଡ଼ରେ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି । ୨ ବର୍ଷ ୭ ମାସ ବୟସର ବାଘୁଣୀଟି ଏବେ ସୁସ୍ଥ ତଥା ଶାନ୍ତ ରହିଥିବା ସହିତ ଠିକ୍‌‌ ବିଶ୍ରାମ ନେଉଥିବା ଜଣାପଡିଛି । ଖୁଆଡ଼ରେ ସ୍ୱତନ୍ତ୍ର ସିସି କ୍ୟାମେରା ଲଗାଯାଇ ତାର ଗତିବିଧି ଉପରେ ନୀରିକ୍ଷଣ କରାଯାଉଛି ।ଖୁଆଡ଼ରେ ଅନ୍ୟ କାହାରି ପ୍ରବେଶକୁ ନିଷେଧ କରାଯାଇଛି । ସ୍ୱାଭାବିକ ଭାବେ ଯେପରି ବାଘୁଣୀଟି ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଚଳପ୍ରଚଳ କରିପାରିବ ସେନେଇ ବନ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।"

କେଉଁ ଜଙ୍ଗଲରେ କେତେ କଲରାପତରଆ ବାଘ:
ରାଜ୍ୟରେ ୪୭ଟି ଡିଭିଜନରେ କରାଯାଇଥିଲା ଗଣନା ।ମୟୂରଭଞ୍ଜ ଏବଂ କେନ୍ଦୁଝର ଡିଭିଜନରେ ପାଖାପାଖି ୨୦୦ରୁ ଅଧିକ କଲରାପତରିଆ ବାଘ ଚିହ୍ନଟ କରାଯାଇଥିବା ବେଳେ ଅନୁଗୋଳର ସାତକୋଶିଆ,ଦକ୍ଷିଣରେ ମହାନଦୀ ବନଖଣ୍ଡ, ଆଠ ମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ କଲରାପତରିଆ ବାଘ ଚିହ୍ନଟ କରାଯାଇଛି । ସେହିପରି ଦେବ୍ରିଗଡ ନିକଟରେ ୫୦ରୁ ଅଧିକ ବାଘ ଚିହ୍ନଟ କରାଯାଇଥିବାବେଳେ ୫୦ରୁ ଅଧିକ ରେଢ଼ାଖୋଲ ସମ୍ବଲପୁର ଆଦି ସ୍ଥାନରେ ଚିହ୍ନଟ ହୋଇଛି । ୫୦ରୁ ଅଧିକ ଖଇରିଆ ସୁନାବେଢ଼ା ଆଦି ସ୍ଥାନରେ ମଧ୍ୟ ଚିହ୍ନଟ ହୋଇଛି କଲରାପତରିଆ ବାଘ । ସେହିପରି ୨୦ରୁ ଅଧିକ ଢେଙ୍କାନାଳ କପିଳାସ ଆଦି ଆଖାପାଖ ସ୍ଥାନ ଗୁଡିକରେ କଲରାପତରିଆ ବାଘ ଚିହ୍ନଟ କରାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଶିମିଳିପାଳରେ ନୂଆ ଅତିଥି, ମହାରାଷ୍ଟ୍ରରୁ ଆସିଲା ବାଘୁଣୀ

ଏହା ମଧ୍ୟ ପଢନ୍ତୁ ...ସାତକୋଶିଆରେ ପଇଁତରା ମାରିବ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ; ଖୁବ ଶୀଘ୍ର ଆସିବେ ମହାବଳ ବାଘ

ଏହା ମଧ୍ୟ ପଢନ୍ତୁ ...ବଢିଲା ବାଘ ସଂଖ୍ୟା, ଓଡ଼ିଶାରେ ୬୯୬ କଲରାପତରିଆ - Leopard Census Report

ସାତକୋଶିଆ ବାଘ ଶୂନ୍ୟ:
ଏନଟିସିଏର ତଥ୍ୟ ଅନୁଯାୟୀ, ୨୦୦୬ ମସିହାରେ ସାତକୋଶିଆରେ ଥିଲେ ୬ ଟି ମହାବଳ ବାଘ । ୨୦୧୦ ମସିହାରେ ସଂଖ୍ୟା ୮ କୁ ବଢ଼ିଥିଲା । ହେଲେ ୨୦୧୪ ମସିହାରେ ସେମାନଙ୍କ ସଂଖ୍ୟା ହଠାତ୍ ୩ କୁ ଖସିବା ସହ ୨୦୧୮ ମସିହାରେ ୧ ହୋଇଗଲା। ଏହାକୁ ନଜରକୁ ରଖି ୨୦୧୮ ମସିହାରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଓ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ୨ ଟି ବାଘ ଆଣି ସାତକୋଶିଆରେ ବଂଶ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥିଲା କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଫେଲ ମାରିଥିଲା ।

ରାଜ୍ୟରେ କେଉଁ ବନଖଣ୍ଡରେ କେତେ ବାଘ ସଂଖ୍ୟା:
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ,ରାଜ୍ୟରେ ବର୍ତ୍ତମାନ ୩୦ ମହାବଳ ବାଘ ରହିଥିବା ବେଳେ ଶିମିଳିପାଳରେ ସର୍ବାଧିକ ମହାବଳ ରହିଛନ୍ତି । ଏହା ସହ ୮ ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଛି । ଏହାରି ମଧ୍ୟରେ ୧୪ ଟି ବାଘୁଣୀ ରହିଛି । ରାଜ୍ୟରେ ଶିମିଳିପାଳରେ ସର୍ବାଧିକ ବାଘ ଚିହ୍ନଟ ହୋଇଛି । ଶିମିଳିପାଳରେ ୨୭ ଟି ମହାବଳ ବାଘ ସହ ୮ ଶାବକ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ଗୋଟିଏ ବାଘ ରହିଛି । ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଛନ୍ତି । ଏହା ସହ କଳା ବାଘ ୪୦ ପ୍ରତିଶତ ରହିଛନ୍ତି ରାଜ୍ୟର ବିଭିନ୍ନ ଜଙ୍ଗଲରେ । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ ଟି ବାଘୁଣୀ ଓ ୬ ଟି ବାଘ ରହିଥିବା ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 3, 2024, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.