ETV Bharat / state

‘ମୋଦି ଶାସନରେ କୌଣସି ରାଜ୍ୟକୁ ଅବହେଳା ନାହିଁ, ନୀତି ଆୟୋଗ ବୈଠକରେ ହେବ ଖଣି ରୟାଲ୍ଟି ନିଷ୍ପତ୍ତି’ - Union minister satish Dubey in BBSR

author img

By ETV Bharat Odisha Team

Published : Jul 27, 2024, 2:00 PM IST

Union minister satish chandra Dubey in Bhubaneswer: ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ‘ନାଲକୋ’ ଗସ୍ତ କରି କରିବେ ସ୍ଥିତି ଅନୁଧ୍ୟାନ । ଖଣି ରୟାଲ୍ଟି ଉପରେ ଏମିତି କହିଲେ । ଅଧିକ ପଢନ୍ତୁ

‘ମୋଦି ଶାସନରେ କୌଣସି ରାଜ୍ୟକୁ ଅବହେଳା ନାହିଁ, ଖଣି ରୟାଲ୍ଟି ନିଷ୍ପତ୍ତି ନୀତି ଆୟୋଗ ବୈଠକରେ ହେବ’
‘ମୋଦି ଶାସନରେ କୌଣସି ରାଜ୍ୟକୁ ଅବହେଳା ନାହିଁ, ଖଣି ରୟାଲ୍ଟି ନିଷ୍ପତ୍ତି ନୀତି ଆୟୋଗ ବୈଠକରେ ହେବ’ (ETV Bharat Odisha)

ଭୁବନେଶ୍ବର: ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ଭୁବନେଶ୍ୱର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ଆଜି ପ୍ରଥମେ ଭୁବନେଶ୍ୱର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗଦେବା ପରେ ଅନୁଗୁଳ ଗସ୍ତ କରିବେ । ଅନୁଗୋଳରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ । ସେଠାରୁ ସମ୍ବଲପୁର ବୁର୍ଲାସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ କେନ୍ଦ୍ରମନ୍ତ୍ରୀ । ସେହିପରି ଆସନ୍ତାକାଲି (28 ତାରିଖ) ସେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ମୋଦି ଶାସନରେ କୌଣସି ରାଜ୍ୟକୁ ଅବହେଳା ନାହିଁ :-

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘‘ଓଡିଶା ଭାରତର ଅଭିନ୍ନ ଅଙ୍ଗ । ମୋଦିଜୀଙ୍କ ସରକାରରେ କୌଣସି ରାଜ୍ୟକୁ ଅବହେଳା କରାଯିବ ନାହିଁ । ଯାହାର ଯେତିକି ହକ୍‌, ତାକୁ ସେତିକି ମିଳିବ । ରାଜ୍ୟରେ ଡ଼ବଲ ଇଞ୍ଜିନ ସରକାର ଅଛି । ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସବୁ କିଛି କରିବେ ।’’

କେନ୍ଦ୍ର-ରାଜ୍ୟ ଖଣି ରୟାଲ୍ଟି ନିଷ୍ପତ୍ତି କେମିତି ହେବ:-
ସେହିପରି କୋଇଲା ଖଣିର ରୟାଲ୍ଟି ଉପରେ କାହାକୁ କେତେ ଯିବ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ‘‘ନୀତି ଆୟୋଗ ସହ ବିଭିନ୍ନ ବିଷୟରେ ବୈଠକ ହେବ । ତାହା ଉପରେ ନିଷ୍ପତ୍ତି ନିଆଯିବ । ମୁଁ ଆଜି ନାଲକୋ ଯାଇ ସମୀକ୍ଷା କରିବି । ସେଠାରେ ଶ୍ରମିକମାନଙ୍କର କ'ଣ ଅସୁବିଧା ଅଛି, ତାହା ଉପରେ ମଧ୍ୟ ଆଲୋଚନା କରିବି । ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ‘ନାଲୋକ’ ଧ୍ୟାନ ଦେଉଛି କି ନାହିଁ ତାହା ଉପରେ ନଜର ଦେବି । ସବୁ ଜାଗାକୁ ବିଜେପି ଫୋକସ କରୁଛି । ଯେଉଁ ଖଣିଜ ପଦାର୍ଥ ଭାରତରେ ନାହିଁ, ବିଦେଶରୁ ଆମଦାନୀ ହେଉଛି, ସେଭଳି ମହତ୍ତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଉପରେ ଆମର ଖୋଜ ଜାରି ରହିଛି । ଏବେ ସର୍ଭେ ଚାଲିଛି । ଯେଉଁଠି ଏଭଳି ଖଣି ବାହାରିବ ସେ ଦିଗରେ କାର୍ଯ୍ୟ କରାଯିବ । ବହୁତ କାମ ହୋଇଛି । ପୂର୍ବ ସରକାର ଏବଂ ଏବେ ସରକାର ଭିତରେ ବହୁତ ଫରକ ଅଛି । ବିଜେପି ସରକାରରେ ବହୁତ କାମ ହୋଇଛି ।’’

ଏହା ମଧ୍ୟ ପଢନ୍ତୁ:- ସୁପ୍ରିମକୋର୍ଟଙ୍କ ବଡ ରାୟ: ଖଣିଜ ସମ୍ପଦ ଉପରେ ଟିକସ୍‌ ଆଦାୟ କରିପାରିବେ ରାଜ୍ୟ ସରକାର, ନିଷ୍ପତ୍ତିରେ ଓଡିଶାକୁ ମିଳିବ ଲାଭ, ପୂର୍ବରୁ କୋଇଲା ରୟାଲ୍ଟି ଦାବି ହୋଇଥିଲା - Mineral Royalty case in SC

ନିକଟରେ ସୁପ୍ରିମକୋର୍ଟ କ’ଣ ଦେଇଥିଲେ ରାୟ:-

ଗୁରୁବାର ସୁପ୍ରିମକୋର୍ଟ ଖଣି ରୟାଲ୍ଟି ପ୍ରସଙ୍ଗରେ ରାଜ୍ୟମାନଙ୍କ ସପକ୍ଷରେ ବଡ ରାୟ ପ୍ରଦାନ କରିଛନ୍ତି । ରାଜ୍ୟରେ ଥିବା ଖଣି ଉପରେ ରାଜ୍ୟ ସରକାର ଟିକସ ଆଦାୟ କରିପାରିବେ । ଏହା ସେମାନଙ୍କର ଅଧିକାର କ୍ଷେତ୍ର । କେନ୍ଦ୍ର ସରକାର ଏହି ଅଧିକାରରୁ ରାଜ୍ୟମାନଙ୍କୁ ବଞ୍ଚିତ କରିପାରିବ ନାହିଁ । ରୟାଲ୍ଟି କୌଣସି ଟିକସ୍‌ ନୁହେଁ ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ । ଏହି ନିଷ୍ପତ୍ତିରେ ଏକାଧିକ ପୂର୍ବ-ଭାରତୀୟ ରାଜ୍ୟ ଓ ବିଶେଷ ଭାବେ ଓଡ଼ିଶା ଲାଭବାନ ହେବାକୁ ଯାଉଛି । ଓଡିଶାରେ ବକ୍ସାଇଟ୍‌, କୋଇଲା, ଲୁହାପଥର ଓ ମାଙ୍ଗାନିଜ୍‌ ପରି ଖଣିଜ ସମ୍ପଦ ଯଥେଷ୍ଟ ପରିମାଣରେ ରହିଛି । ଓଡିଶା ପ୍ରାକୃତିକ ସମ୍ପଦରେ ଭରପୂର ରାଜ୍ୟ । ତେଣୁ ଏହି ରାୟ ଓଡିଶାର ଅର୍ଥନୀତିକୁ ମଧ୍ୟ ବେଶ ପ୍ରଭାବିତ କରିବାକୁ ଯାଉଛି । ତେବେ ରାଜ୍ୟ ସରକାର କେମିତି ଟିକସ୍‌ ନିର୍ଦ୍ଧାରିତ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.