ETV Bharat / state

ପଦାରେ ପଡିଲା ସରକାରଙ୍କ ଫମ୍ପା ଦମ୍ଭୋକ୍ତି; କ୍ୟାପିଟାଲ ହସ୍ପିଟାଲରେ ନାହିଁ ବର୍ଣ୍ଣ ସେଣ୍ଟର - NO BURN CENTRE

author img

By ETV Bharat Odisha Team

Published : May 30, 2024, 8:57 PM IST

No Burn Centre In Capital Hospital: ପୁରୀ ବାଣ ବିସ୍ଫୋରଣ ପରେ ପଦାରେ ପଡିଛି ସରକାରୀ ହସ୍ପିଟାଲର ରୂପାନ୍ତୀକରଣର ଅସଲ ଚିତ୍ର । ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ନାହିଁ ବର୍ଣ୍ଣ ସେଣ୍ଟର । ଅଧିକ ପଢନ୍ତୁ

No Burn Centre In Capital Hospital
No Burn Centre In Capital Hospital (ETV Bharat Odisha)

ଭୁବନେଶ୍ବର: ଅଗ୍ନିକାଣ୍ଡ ଭଳି ସାଂଘାତିକ ଅଘଟଣ ପାଇଁ ହସ୍ପିଟାଲ ନାହିଁ ବର୍ଣ୍ଣ ସେଣ୍ଟର । ଏହା ରାଜ୍ୟରେ କୌଣସି ଅପନ୍ତରିଆ ଅଞ୍ଚଳ କି ଛୋଟ ସହରର ଘଟଣା ନୁହଁ ରାଜଧାନୀର ଛାତି ଉପରେ ଥିବା କ୍ୟାପିଟାଲ ହସ୍ପିଟାଲର ବ୍ୟବସ୍ଥା । ନିଆଁରେ ପଡିଯିବା ଜଳିଯିବା ଭଳି ଗୁରୁତର ଅବସ୍ଥାରେ ରୋଗୀଟିଏ ହସ୍ପିଟାଲକୁ ଆସିଲେ ପାଇପାରୁନାହିଁ ଚିକିତ୍ସା ସୁବିଧା । କେବଳ ପ୍ରାଥମିକ ଚିକିତ୍ସା ଦେଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରୁଛନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ଯଦି ରୋଗୀ ଜଣଙ୍କ ୨୦ ରୁ ୩୦ ପ୍ରତିଶତ ପୋଡିଥିଲେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ... ପୁରୀ ବାଣ ବିସ୍ଫୋରଣ ଘଟଣା: SCBରେ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର - Sambit Meets Injured

ଅଧିକ ପୋଡ଼ା ଘଟଣାର ଚିକିତ୍ସା କରାଯାଇ ପାରିବ ନାହିଁ । ଏହି ହସ୍ପିଟାଲ ହେଉଛି ରାଜଧାନୀର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ । ଯେଉଁଠାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ବଡ଼ ବଡ଼ ଯୋଜନା କରାଯାଉଥିବା ବେଳେ ବର୍ଣ୍ଣ ୱାର୍ଡ ନଥିବା ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ହଜାର ହଜାର ଲୋକମାନେ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ଏପଟେ ଖୁବ ଶୀଘ୍ର ଆଗାମୀ ଦିନରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ଗଠନ ହେବ ବୋଲି ମତ ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ । ହସ୍ପିଟାଲ ପାଇଁ କରାଯାଇଛି ନୂତନ ମାଷ୍ଟର ପ୍ଲାନ । ସେଥିରେ ରହିବ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ସ୍ବାସ୍ଥ୍ୟକୁ ନେଇ ଅନେକ ପଦକ୍ଷେପ ସହିତ ବିଭିନ୍ନ ଉଚ୍ଚ ମାନର ଯୋଜନା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ସମସ୍ତ ଛୋଟ ହସ୍ପିଟାଲ ଠାରୁ ଆରମ୍ଭ କରି ବଡ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ରୂପାନ୍ତରଣ କରାଯାଉଛି । କିଭଳି ଭାବରେ ରୋଗୀମାନଙ୍କୁ ଭଲ ଭାବରେ ସ୍ବାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯାଉଛି । ହେଲେ ଏପଟେ ମଧ୍ୟ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଅନେକ ଉନ୍ନତି ଘଟିଛି । ନୂଆ ନୂଆ ବିଭାଗ ଖୋଲାଯାଇଛି । ଉଚ୍ଚ କୋଟିର ଅପରେସନ କରାଯାଉଛି । ନୂଆ ନୂଆ ଅତ୍ୟାଧୁନିକ ସରଞ୍ଜାମ ରହିଛି ।

ଏପରିକି ଅପରେସନ ପାଇଁ ମଡୁଲାର ଓଟି ଆରମ୍ଭ ହୋଇଛି । ହେଲେ ବର୍ଣ୍ଣ ୟୁନିଟରେ ସଠିକ ଭାବରେ ଚିକିତ୍ସା ଯୋଗାଇ ପାରୁନାହାଁନ୍ତି ସରକାର ଯାହା ଫଳରେ ରୋଗୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲ ଉପରେ ଦୈନିକ ୪ ରୁ ୫ ହଜାର ରୋଗୀ ନିର୍ଭର କରୁଛନ୍ତି । ତେବେ ଅନେକ ସମୟରେ ସଠିକ ଭାବରେ ଚିକିତ୍ସା ନପାଇ ଫେରିଯାଉଛନ୍ତି । କେବଳ ବର୍ଣ୍ଣ ୟୁନିଟ ନୁହେଁ ଏପରିକି ପରୀକ୍ଷା କରିବା ପାଇଁ ରୋଗୀ ମାନଙ୍କୁ ଅନେକ ସ୍ଥାନ ବୁଲିବାକୁ ପଡୁଛି ଓ ଅନେକ ସମୟରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.