ETV Bharat / state

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି କଲବଲ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ, ନାହିଁ ସ୍ବତନ୍ତ୍ର ବ୍ୟବସ୍ଥା

No provision for Senior Citizens in Puri Jagannath Temple: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ । ଶାରିରୀକ ଅକ୍ଷମ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ମାର୍ଗ ପରିଦର୍ଶନ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବା ଦେଖାଯାଇଛି । ଅଧିକ ପଢ଼ନ୍ତୁ,

ଖରାରେ କଲବଲ ଭକ୍ତ
ଖରାରେ କଲବଲ ଭକ୍ତ
author img

By ETV Bharat Odisha Team

Published : Mar 10, 2024, 6:38 PM IST

କଲବଲ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ । ଶାରିରୀକ ଅକ୍ଷମ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ମାର୍ଗ ପରିଦର୍ଶନ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବା ଦେଖାଯାଇଛି । ଏହା ଶ୍ରୀମନ୍ଦିର ପ୍ରଶାସନର ଅବହେଳା ବୋଲି ଭକ୍ତ କହିବା ସହିତ କଡା ସମାଲୋଚନା ମଧ୍ୟ କରିଛନ୍ତି । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କରାଗଲା କିନ୍ତୁ ଶାରୀରିକ ଅକ୍ଷମ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତ ପାଇଁ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରିପାରିଲେ ନାହିଁ ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତା ସହିତ ରାଜ୍ୟର 147 ନିର୍ବାଚନ ମଣ୍ଡଳୀରୁ ଲୋକଙ୍କୁ ମାଗଣା ବସ ଯୋଗେ ପରିକ୍ରମା ମାର୍ଗ ବୁଲିବା ପାଇଁ ବ୍ୟବସ୍ଥା କରିଥିଲେ । ଏଥି ପାଇଁ ରାଜକୋଷରୁ ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାହା ସ୍ବାର୍ଥରେ ବୋଲି ଏଠି ଏବେ ଭକ୍ତ ପ୍ରଶ୍ନ କରିଛନ୍ତି । କଲିକତାରୁ ଆସିଥିବା ପ୍ରଣତି ବିଶ୍ବାସ ଦେ କହିଛନ୍ତି ‘‘ବୃଦ୍ଧ ବାପା ମା’ଙ୍କୁ ଆଣି ପୁରୀ ଆସିଥିଲି ତାଙ୍କୁ ଜଗନ୍ନାଥ ଦର୍ଶନ କରାଇ ଶ୍ରୀମନ୍ଦିର ପରିକ୍ରମା କରାଇବା ପାଇଁ । ତେବେ ଏହା ସମ୍ଭବ ହେଲା ନାହିଁ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରକୁ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ତାଙ୍କ ବାପା ମା’ଙ୍କୁ ନେଇ ଜଗନ୍ନାଥ ଦର୍ଶନ କରାଇ ପାରିଲେ ନାହିଁ।’’

ଏହା ମଧ୍ୟ ପଢ଼ନ୍ତୁ..... ଶ୍ରୀମନ୍ଦିରରେ ଅଘଟଣ, ବେଢ଼ାକାଳୀ ମନ୍ଦିରରେ ଲାଗିଲା ନିଆଁ

ଭାବିଥିଲେ ଜଗନ୍ନାଥ ଦର୍ଶନ ନହେଲା ନାହିଁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲାଇ ତାଙ୍କ ବାପା ମା’ଙ୍କୁ ଟିକେ ଖୁସି ପ୍ରଦାନ କରିଥାନ୍ତେ । ହେଲେ ଦୁର୍ଭାଗ୍ୟର ବିଷୟ ପରିକ୍ରମା ମାର୍ଗରେ ବୁଲିବା ପାଇଁ ଶାରିରୀକ ଅକ୍ଷମ, ବରିଷ୍ଠ ନାଗରିକଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା ନାହିଁ କିମ୍ବା ବ୍ୟାଟେରୀ ଗାଡି ମଧ୍ୟ ନାହିଁ । ଅନେକ ସ୍ବଚ୍ଛଳ ଭକ୍ତ ଏଥି ପାଇଁ ଦେୟ ଦେବା ପାଇଁ ପ୍ରସ୍ତୁତ ଥିବା ବେଳେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ହୁଇଲ ଚେୟାର ଅବା ବ୍ୟାଟେରୀ ଗାଡ଼ି ବ୍ୟବସ୍ଥା କରିବା ଉଚିତ୍ ବୋଲି ଅନେକ ଭକ୍ତ କହିଛନ୍ତି ।

ସେପଟେ ମାର୍ଚ୍ଚ ମାସ ଆରମ୍ଭରୁ ମୁଣ୍ଡ ଫଟା ଖରା ଆରମ୍ଭ ହୋଇ ଗଲାଣି । ଶ୍ରୀମନ୍ଦିରକୁ ଥିବା ବାରିକେଡ ଉପରେ ସେଡ ନଥିବାରୁ ପ୍ରଚଣ୍ଡ ଖରା ଲୋକେ କଲବଲ ହେଉଥବା ଦେଖିବାକୁ ମିଳିଛି । ସେହିପରି ପାଦ ଚଲା ରାସ୍ତା ସିମେଣ୍ଟରେ ହୋଇ ଥିବାରୁ ଏହା ଖରାରେ ତାତି ଯାଉଥିବାରୁ ଭକ୍ତମାନଙ୍କୁ ଖାଲି ପାଦରେ ଚାଲିକି ଯିବାରେ କଷ୍ଟ ହେଉଛି । ଭକ୍ତଙ୍କୁ ଖରା ଦାଉରୁ ରକ୍ଷା ଦେବା ପାଇଁ ସିଂହଦ୍ଵାର ବାରିକେଡ ଉପରେ କପଡା ସେଡ ସହ ପାଦ ଚଲା ରାସ୍ତାରେ କତାର ମ୍ୟାଟ ପକାଇବା ସହ ପାଣି ସିଞ୍ଚନ କରିବାକୁ ଭକ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.