ETV Bharat / state

New Excise Policy; ସେପ୍ଟେମ୍ବର ପହିଲାରୁ ନୂଆ ଅବକାରୀ ନୀତି; ବେଆଇନ ମଦ କାରବାରକୁ ହେବ ସଚେତନତା, ଖୋଲିବନି ନୂଆ ମଦ ଦୋକାନ, ବାରରେ ଡ୍ୟାନ୍ସ ମନା - New Excise Policy in odisha

author img

By ETV Bharat Odisha Team

Published : Aug 31, 2024, 7:21 AM IST

Updated : Aug 31, 2024, 7:35 AM IST

No new liquor OFF shops to be sanctioned in Odisha dance performance banned: ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ

New Excise Policy
New Excise Policy (ETV Bharat Odisha)

ଭୁବନେଶ୍ବର: ଆସିଲା ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି । ବେଆଇନ ମଦ କାରବାରକୁ ରୋକିବାକୁ ହେବ ବ୍ୟାପକ ସଚେତନତା । ସେପ୍ଟେମ୍ବର ପହିଲାରୁ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି ମୋହନ ସରକାର । ବେଆଇନ ମଦ କାରବାରକୁ ରୋକିବାକୁ ହେବ ସଚେତନତା । ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି। ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ IMFL OFF shop / CL shop /OS shop ଖୋଲାଯିବା ନାହିଁ । ଗ୍ରାମାଞ୍ଚଳ ରେ କେବଳ 3-star ଏବଂ ତଦୁର୍ଦ୍ଧ category ର ହୋଟେଲ ବ୍ୟତୀତ କୌଣସି ନୂଆ ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।

ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । Bar ଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ । ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ନିୟମ ।

ଏହା ବି ପଢନ୍ତୁ- ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ନୂଆ ମଦ ନୀତି, ବେଆଇନ ମଦ କାରବାରରେ ଲାଗିବ ରୋକ୍, ବନ୍ଦ ହେବ ଡ୍ୟାନ୍ସ ବାର - New Excise Policy Of Odisha

ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି ।

New Excise Policy
New Excise Policy (ETV Bharat Odisha)
  • ଆସିଲା ନୂଆ ଅବକାରୀ ନୀତି
  • ସେପ୍ଟେମ୍ବର ପହିଲାରୁ ନୂଆ ଅବକାରୀ ନୀତି
  • ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର
  • ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନୀତି
  • ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ
  • କେବଳ ଥ୍ରୀ-ଷ୍ଟାର ହୋଟେଲକୁ ମିଳିବ ନୂଆ ବାର ଲାଇସେନ୍ସ
  • Bar ଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ
  • କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ
  • ଭାଙ୍ଗ, ତାଡି ପୋଚ ପାଇଁ ବି ନିୟମ ଲାଗୁ

ରାଜ୍ୟରେ ଡ୍ୟାନ୍ସ ବାର ବନ୍ଦ-

ରାଜ୍ୟରେ ନୂଆ ଅବକାରୀ ନୀତି ଆସିବା ପୂର୍ବରୁ ଡ୍ୟାନ୍ସ ବାର ବନ୍ଦ ହେବା ନେଇ ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ରାଜ୍ୟରେ ଆଉ ଡ୍ୟାନ୍ସବାର ଚାଲିପାରିବ ନାହିଁ । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ପୂର୍ବରୁ କହିଥିଲେ ମନ୍ତ୍ରୀ । ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, "ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ବିଜେପି ସରକାର ରାଜ୍ୟରେ ଏହି ଚୋରା ମଦକାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଦେବା ପାଇଁ ବଦ୍ଧ ପରିକର ।"

ଏହା ବି ପଢନ୍ତୁ- ଡ୍ୟାନ୍ସ ବାର ବନ୍ଦ ପ୍ରସଙ୍ଗ; ନିଷ୍ପତ୍ତିର ପୁନର୍ବିଚାର ଦାବି କଲା ମାଲିକ ସଂଘ - Dance Bar Association

କାହିଁକି ବନ୍ଦ ହେବ କହିଲେ ମନ୍ତ୍ରୀ-

ଡ୍ୟାନ୍ସ ବାରରେ ଚାଲୁଥିବା କାର୍ଯ୍ୟକ୍ରମ ଆମ ସଂସ୍କୃତି ନୁହେଁ । ତେଣୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର ବୋଲି ପୂର୍ବରୁ କହିଥିଲେ । ଖୁବ ଶୀଘ୍ର ରାଜ୍ୟରେ ଚାଲୁଥିବା ସମସ୍ତ ଡ୍ୟାନ୍ସ ବାର ଗୁଡିକ ବନ୍ଦ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଚିନ୍ତାରେ ଡ୍ୟାନ୍ସ ବାର ମାଲିକ-

ଏହି ଖବର ପାଇବା ପରେ କୋଟି କୋଟି ଟଙ୍କା ନିବେଶ କରି ବିଗତ ୧୦ବର୍ଷ ଧରି ଡ୍ୟାନ୍ସ ବାର ଚଳାଉଥିବା ମାଲିକ ଓ ସେଠାରେ କାମ କରୁଥିବା ବାର ଗାଲ୍‌ ଚିନ୍ତାରେ ପଡିଯାଇଛନ୍ତି । ଡ୍ୟାନ୍ସ ବାର ଓନର ରାଜା ମହାପାତ୍ର କହିଥିଲେ, "ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ 4 ହଜାହର ପରିବାର ଜୀବିକା ହରାଇବେ । ଯାତ୍ରା, ମେଲୋଡିରେ କୌଣସି ନିୟମ କାନୁନ ନାହିଁ । ଆମର ନିୟମକାନୁନ ରହିଛି । ଆବକାରୀ ବିଭାଗ ଅନୁୟାୟୀ ଆମେ ଚାଲିବୁ । ମନ ଇଚ୍ଛା ଆମେ କୌଣସି କାମ କରିପାରିବୁ ନାହିଁ । ଅବକାରୀ ନିୟମର 44(5)ର 17ଟି ସର୍ତ୍ତାବଳୀ ରହିଛି। ଯଦି ୧୭ଟି ସର୍ତ୍ତାବଳି ମାନିଲୁ ସେମାନେ ଆମକୁ ଅନୁମତି ଦିଅନ୍ତି।ଏଭଳି ବିଗତ ୫ବର୍ଷ ଧରି ଚାଲୁଛି । ତେଣୁ ସରକାର ଏଇ ସବୁ ମହିଳା କର୍ମଚାରୀଙ୍କ ନିୟୋଜନକୁ ଯଦି ଭାବୁଛନ୍ତି ବେଆଇନ ତେବେ ସେମାନେ ଜୀବିକା ହରାଇବେ। ଏନେଇ ସରକାର ପୁନର୍ବିଚାର କରନ୍ତୁ । ''

ପୂର୍ବରୁ ସୂଚନା ଦେଇଥଲେ ଅବକାରୀ ମନ୍ତ୍ରୀ-

ରାଜ୍ୟରେ ଖୁବ ଶୀଘ୍ର ଆସିବ ନୂଆ ଏକସାଇଜ୍ ପଲିସି ବା ନୂଆ ମଦ ନୀତି । ଆଜି ବିଧାନସଭାରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲା ଚିକିଟି ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟଣା ପରେ, ବିଧାନସଭାରେ ତୁମ୍ବି ତୁଫାନ କରିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ । ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ପରେ, ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମଦ କାରବାର ଏବଂ ଡ୍ୟାନ୍ସ ବାରକୁ ନେଇ ଗ୍ରହଣ କରିଛନ୍ତି ବଡ଼ ପଦକ୍ଷେପ ।

ଚିକିଟି ମଦ ମୃତ୍ୟୁ-

ଗଞ୍ଜାମ ଜିଲ୍ଲା ଚିକିଟି ମଦମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ । ଅଭିଯୁକ୍ତମାନେଙ୍କୁ ଗିରଫ ସହ ପୋଲିସ ଜାରି ରଖିଛି ଦେଶୀ ମଦ ଧରପଗଡ ଅଭିଯାନ । ବର୍ତ୍ତମାନ ସୁଦ୍ଧା 11 ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଆଖପାଖ ଅଞ୍ଚଳରେ ଚାଲିଛି ଘନ ଘନ ଚଢ଼ାଉ । ମଦ ପ୍ରସ୍ତୁତି ବେଳେ ଅଜଣା ଗଛର ଚେର ମିଶିବା କଥା ଶୁଣିବାକୁ ମିଳିଛି । ଯାହାର ଛାନଭିନ ଚଳାଇଛି ପୋଲିସ ଟିମ୍ । ଚିକିଟି ମଦମୃତ୍ୟୁ ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେବି ଦୁଇ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ 9 ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

Last Updated : Aug 31, 2024, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.