ETV Bharat / state

ବେଳାଭୂମିରେ ଖୋଲିବନି ମଦ ଦୋକାନ: ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ବୁଦ୍ଧିଜୀବୀଙ୍କ ସ୍ବାଗତ - Odisha Govt Drops Plan Beach Shacks

author img

By ETV Bharat Odisha Team

Published : Sep 13, 2024, 5:15 PM IST

Updated : Sep 13, 2024, 9:02 PM IST

Odisha Govt Drops Plan Beach Shacks: ବିରୋଧ ପରେ ବଦଳିଲା ଅବକାରୀ ନୀତି । ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ । ସ୍ପଷ୍ଟ କଲେ ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Etv Bharat
Etv Bharat (Etv Bharat)

ଭୁବନେଶ୍ବର/ପୁରୀ: ବିରୋଧ ପରେ ବଦଳିଲା ସରକାରଙ୍କ ନିଷ୍ପତ୍ତି । ପୁରୀ ଓ ଧାର୍ମିକ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍ ବା ବିଚ୍ ସାକ୍ସ। ପୁରୁଣା ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ରାଜ୍ୟର ଅନ୍ୟ ଧର୍ମ ଅନୁଷ୍ଠାନ ଗୁଡିକ ପାଖରେ 5 କିମି ପରିଧିରେ ଖୋଲିବନି ମଦ ଦୋକାନ। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି ସରକାର। ଏନେଇ ସଂଶୋଧିତ ସ୍ବତନ୍ତ୍ର ବିଜ୍ଞପ୍ତି ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଛି । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଖୋଲିବନି ମଦ ଦୋକାନ (ETV Bharat Odisha)

ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ:

ପୁରୀ ବେଳାଭୂମି
ପୁରୀ ବେଳାଭୂମି (ETV Bharat Odisha)

ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ପୁରୀ ବେଳାଭୂମି ଯାହାକୁ ଆମେ ମହୋଦଧି ବୋଲି କହୁଛେ ତାର ଆଖପାଖ ଅଞ୍ଚଳରେ ଏପରିକି ପୁରୀ ମ୍ୟୁନିସିପାଲିଟି ତାର ପାଖ ଆଖି ଅଞ୍ଚଳରେ ବିଚ୍ ସାକ୍ସ ଖୋଲାଯିବ ନାହିଁ ସେ କଥାର ସ୍ପଷ୍ଟତା ଆଗରୁ ବି ଥିଲା ଯେହେତୁ କିଛି ଦ୍ବନ୍ଦ୍ବ ଆସିଲା ମାନସିକ ଦ୍ଵନ୍ଦ୍ବ ଉପୁଜିଲା ସେଥିପାଇଁ ସରକାର ମଧ୍ୟ ଗୋଟେ ଅର୍ଡର ମଧ୍ୟ କରିସାରିଛନ୍ତି ସେ ବାବଦରେ ଯେ କୌଣସି ଜାଗାରେ ବିଚ ସାକ୍ସ ଖୋଲାଯିବ ନାହିଁ ।’

ଏସବୁ ସ୍ଥାନରେ ଖୋଲିବନି ମଦ ଦୋକାନ:

ପୁରୀ ସମୁଦ୍ର
ପୁରୀ ସମୁଦ୍ର (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି, ‘ବିଚ ସାକ୍ସ ଥିଲା ଯେଉଁଠି ଇକୋ ରିଟ୍ରିଟ ବ୍ୟବସ୍ଥା ହେଉଥିଲା ସେଠି ବିଚ୍ ସାକ୍ସ ବ୍ୟବସ୍ଥା ଅନୁମତି ଦିଆଯାଉଥିଲା । ଏବେ ଏକଥାର ସ୍ପଷ୍ଟତା ଅଛି ଯେ, ପୁରୀ ମ୍ୟୁନିସିପାଲଟି ଓ ତାର ଆଖପାଖରେ ଅଞ୍ଚଳରେ ବିଚ୍ ସାକ୍ସ ହେବ ନାହିଁ । ଏପରିକି ଯେଉଁ ଜାଗା ଇକୋ ରିଟ୍ରିଟ ହେଉଥିଲା କି ନଦୀ କୂଳ ବା ସମୁଦ୍ର କୂଳ ବା ଅନ୍ୟ ଅଞ୍ଚଳ ମାନଙ୍କରେ ଯେଉଁଠି ସାମାଜିକ ଧାର୍ମିକ ଅନୁଷ୍ଠାନ ସହ ଜଡିତ ଥିବା ବା ସଂଶ୍ଳିଷ୍ଟ ଥିବା ସେ ସ୍ଥାନ ଓ ତାର ୫କିମି ବ୍ୟାସାର୍ଦ୍ଧ ପରିସୀମା ପର୍ଯ୍ୟନ୍ତ ବିଚ୍ ସାକ୍ସ ଅନୁମତି ଦିଆଯିବନାହିଁ ।’

ବିଚ୍‌ ସାକ୍ସକୁ ନେଇ ପଢନ୍ତୁ ତଳେ ଦିଆଯାଇଥିବା ଲିଙ୍କ୍‌ରେ

ବେଳାଭୂମିରେ ବିଚ ସାକ୍ସ, ଶଙ୍କରାଚାର୍ଯ୍ୟ କହିଲେ ମହୋଦଧି କୂଳରେ ମଦ ଦୋକାନ ନିନ୍ଦନୀୟ

ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର -

ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ବିୟର ମଜା, ପ୍ରକଳ୍ପ ବାତିଲ ନକଲେ ଆନ୍ଦୋଳନ ଚେତାବନୀ

ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ:

ବିଜ୍ଞପ୍ତି
ବିଜ୍ଞପ୍ତି (ETV Bharat Odisha)

ମନ୍ତ୍ରୀ କହିଛନ୍ତି, ‘ଆଗରୁ ସେ ବାବଦରେ ନିଷ୍ପତ୍ତି ଥିଲା ସେ ବାବଦରେ ସ୍ପଷ୍ଟତା ଆଣିବା ପାଇଁ ଏକ ସ୍ବତନ୍ତ୍ର ଅର୍ଡର ଆମେ କରିଛୁ । ଏ ବାବଦରେ ଲୋକଙ୍କ ପାଇଁ ଏକ ପ୍ରକାର ସ୍ପଷ୍ଟତା ଆଣିବା ପାଇଁ ଏନେଇ ଦ୍ବନ୍ଦ୍ବ ଉପରେ ସ୍ପଷ୍ଟତା ରଖିଛନ୍ତି । ଏନେଇ ପୂର୍ବରୁ ନୂଆ ଅବକାରୀ ନୀତି ଆସିବା ପରେ ଏଭଳି ଧାର୍ମିକ ସ୍ଥଳିରେ ବିଚ୍ ସାକ୍ସ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଯାହାକୁ ନେଇ ପଲିସିରେ ପରିବର୍ତ୍ତନ ଆଣିବା ପାଇଁ ଅବକାରୀ କମିଶନଙ୍କ ପକ୍ଷରୁ ଏନେଇ ଏକ ଡ୍ରାଫ୍ଟ ରିପୋର୍ଟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।’

ଲୋକଙ୍କ ଭାବାବେଗ ଆଘାତ ନହେଉ:

ଶ୍ରୀମନ୍ଦିର
ଶ୍ରୀମନ୍ଦିର (ETV Bharat Odisha)

ପର୍ଯ୍ୟଟନ ବିଭାଗର ତଥ୍ୟ ଆଧାରରେ କିଛି ବିଚରେ ବିଚ୍ ସାକ୍ସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଭଳି ଜଗନ୍ନାଥ ଧାମ ଓ ଭଳି ଅନେକ ଧାର୍ମିକ ଅନୁଷ୍ଠାନ ସଂଶ୍ଳିଷ୍ଟ ନଦୀର ପଠା ବିଚ୍ ଓ ଆଖପାଖ ୫ କିମି ପର୍ଯ୍ୟନ୍ତ ପରିସୀମାରେ ବିଚ୍ ସାକ୍ସ ଅନୁମତି ଦେଲେ ତାହା ଲୋକଙ୍କ ଉପରେ ଧାର୍ମିକ ଭାବାବେଗ ଉପରେ ଏକ ବିପରୀତ ଆଘାତ ହେବ ଦୃଷ୍ଟିରୁ ଏନେଇ ପଲିସିରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅବକାରି କମିଶନଙ୍କ ପକ୍ଷରୁ ଗତ ୨ସେପ୍ଟେମ୍ବରରେ ଏନେଇ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ବିଚାର ବିମର୍ଶ କରି ବିଭାଗ ପକ୍ଷରୁ ଏଭଳି ନୂଆ ନିଷ୍ପତ୍ତି ନିଆଯାଇଛି ।

ବୁଦ୍ଧିଜୀବୀଙ୍କ ସ୍ବାଗତ (ETV Bharat Odisha)

ସରକାରଙ୍କ ନିଷ୍ପତ୍ତିକୁ ପୁରୀରେ ସ୍ବାଗତ:

ପୁରୀର ବୁଦ୍ଧିଜୀବୀ ମନୋଜ ରଥ କହିଛନ୍ତି, ଦୁଇ ଦିନ ତଳେ ପୁରୀର 50ରୁ ଅଧିକ ସଂଗଠନ, ବୁଦ୍ଧିଜୀବି, ମଠାଧୀଶ ମାନେ ଏକାଠି ହୋଇ ପୁରୀ ବେଳାଭୂମି ରେ ମଦ କୁଡିଆ ଖୋଲିବାକୁ ନେଇ ତୀବ୍ର ବିରୋଧ କରିଥିଲେ। ସରକାରଙ୍କ ଏକ ଅବାଞ୍ଛିତ ନିଷ୍ପତ୍ତି ବିରୋଧ ଏହି ଆନ୍ଦୋଳନ ହୋଇଥଲା। ପୁରୀ ସମୁଦ୍ରକୁ ଆମେ ତୀର୍ଥ ରାଜ୍ ମହୋଦଧି ଭାବେ ଆମେ ବିବେଚନା କରୁଛି। କିନ୍ତୁ ଦୁଃଖ ର ବିଷୟ ରାଜ୍ୟ ସରକାର ଏହି ଠାରେ ମଦ କୁଡିଆ ଖୋଲି ରାଜସ୍ବ ପାଇଁ ଯୋଜନା କରିଥିଲେ। ତେଣୁ ତାହା ବିରୋଧ ଯେଉଁ ସତ୍ତ୍ବେ ତୀବ୍ରତର ହେଲା ତାହା ସରକାରଙ୍କ ପାଖରେ ପହଞ୍ଚିଲା। ସରକାର ଏନେଇ ନୋଟିସ କରି ଏହା ବନ୍ଦ କରିଛନ୍ତି। ଯେଉଁ ଅଞ୍ଚଳରେ ଧାର୍ମିକ ପୀଠ ରହିଛି ତାହାର 5 କିଲୋମିଟର ପରିଧିରେ ଥିବା ବେଳାଭୂମି, ନଦୀ କୂଳରେ ମଦ କୁଡିଆ ଖୋଲିବନି। ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଆଗାମୀ ଦିନରେ ଶ୍ରୀକ୍ଷେତ୍ରକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଲଢେଇ ଜାରି ରହିବ।

ଜଗନ୍ନାଥ ପ୍ରେମୀଙ୍କ ବିରୋଧ
ଜଗନ୍ନାଥ ପ୍ରେମୀଙ୍କ ବିରୋଧ (ETV Bharat Odisha)

‘ପୁରୀରେ ସମ୍ପୂର୍ଣ୍ଣ ବନ୍ଦ ହେଉ ମଦ’

ଜଗନ୍ନାଥ ପ୍ରେମୀ ସୂର୍ଯ୍ୟ ରଥ କହିଛନ୍ତି, ପୂରୀ ବେଳାଭୁମି ମଦ କୁଡିଆ ଯୋଜନା ଏକ ଭୁଲ ନିଷ୍ପତ୍ତି ଥିଲା । ତାହା ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏହା ଫଳରେ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବାରୁ ଏଭଳି ନିଷ୍ପତ୍ତିରୁ ସରକାର ଓହରିଛନ୍ତି । ତେବେ ଏହା କେବଳ କଲେ ହେବ ନାହିଁ । ପୁରୀକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମଦ ମୁକ୍ତ କରନ୍ତୁ । ଆଗାମୀ ଦିନ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ ଆମେ କରିବୁ ।

ଆମିଷ ମୁକ୍ତ ହେଉ ପୁରୀ:

ପୁରୀ ଜିଲ୍ଲା କଂଗ୍ରେସର ଜିଲ୍ଲା ମୁଖପାତ୍ର ସ୍ଵାଧୀନ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ବିଚ୍ ସାକ୍ସ ଖୋଲିବା ନିଷ୍ପତ୍ତିରେ ଯେଉଁ ପରିବର୍ତ୍ତନ କରିଛନ୍ତି ତାହା ସ୍ବାଗତଯୋଗ୍ୟ । ଲୋକଙ୍କ ପ୍ରବଳ ପ୍ରତିବାଦ ଯୋଗୁଁ ବାଧ୍ୟ ହେଲେ ରାଜ୍ୟ ସରକାର ପୁରୀ ବେଳାଭୂମିରେ ମଦ କୁଡିଆ ଖୋଲିବାକୁ ନେଇ ନିଷ୍ପତ୍ତି ପ୍ରତ୍ୟାହାର କଲେ । ତେବେ ପୁରୀ ହେଉଚି ଏକ ତୀର୍ଥକ୍ଷେତ୍ର । ଅନେକ ଭକ୍ତ ଧାର୍ମିକ ମନୋଭାବ ନେଇ ଆସୁଛନ୍ତି । ହେଲେ ବଡ ଦାଣ୍ଡରେ ଯେଭଳି ଆମିଷ ବିକ୍ରି ହେଉଛି ତାହା ଶ୍ରୀକ୍ଷେତ୍ରର ପବିତ୍ରତା ନଷ୍ଟ କରୁଛି । ସେହିପରି ବିଭିନ୍ନ ହୋଟେଲ୍, ଲଜ୍ ରେ ଯେଭଳି ମଦ କାରବାର ଚାଲିଛି ତାହା ଧାର୍ମିକ ବ୍ୟବସ୍ଥାକୁ କୁଠାରଘାତ କରୁଛି । ତେବେ ଆଗାମୀ ଦିନରେ ବଡଦାଣ୍ଡ କିଭଳି ଆମିଷ ମୁକ୍ତ ହେବ ଏବଂ ପୁରୀ ସମ୍ପୂର୍ଣ୍ଣ ମଦ ମୁକ୍ତ ହେବ ସେ ନେଇ ଖୁବ୍ ଶୀଘ୍ର ଆମେ ଅଭିଯାନ ଆରମ୍ଭ କରିବୁ ।

ବିଚ୍‌ ସାକ୍ସ କଣ ?

ବେଳାଭୂମିରେ ଛୋଟ ଛୋଟ ଷ୍ଟଲ ନିର୍ମାଣ କରି ମଦ ଲୋକଙ୍କୁ ପରସିବା । ଏଥିରେ ଲୋକଙ୍କୁ ଖାଦ୍ୟ ମଧ୍ୟ ପରସା ଯାଇଥାଏ ଯାହାକୁ ବିଚ୍‌ ସାକ୍ସ କୁହାଯାଏ । ଗୋଆ ଓ ଥାଇଲାଣ୍ଡରେ ଏଭଳି ବ୍ୟବସ୍ଥା ଅଛି । ବେଳାଭୂମିରେ ଅସ୍ଥାୟୀ ଭାବେ କୁଡିଆ କରି ମଦ ବାର୍‌ ଓ ରେସ୍ତୋରାଁ କରାଯାଏ । ସେଠାରେ ପର୍ଯ୍ୟଟକଙ୍କୁ ଖାଦ୍ୟ ସହ ମଦ ମଧ୍ୟ ପରିବେଷଣ କରାଯାଏ । ମୁଖ୍ୟତଃ ଏହା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ଲକ୍ଷ୍ୟ କରାଯାଏ ।

ବିଚ୍‌ ସାକ୍ସଙ୍କୁ ନିନ୍ଦା କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ:

ପୁରୀ ବେଳାଭୂମିରେ ବିଚସାକ୍ସକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଥିଲେ, ବେଳାଭୂମିରେ ମଦ ବିକ୍ରି ଆଦୌ ଗ୍ରହଣୀୟ ନୁହେଁ । କାରଣ ପୁରୀ ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧି । ସେଠାରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଥାଏ । ମହୋଦଧିରେ ଲୋକେ ସ୍ଥାନ କରି ନିଜକୁ ପବିତ୍ର ମନେ କରନ୍ତି । ହେଲେ ମହୋଦଧି କୂଳରେ ପର୍ଯ୍ୟଟକଙ୍କୁ ଅପ୍ୟାୟିତ କରିବା ପାଇଁ ମଦ ଦୋକାନ ଖୋଲାଗଲେ ବ୍ୟାପକ ଅରାଜକତା ସୃଷ୍ଟି ହେବ । ତେଣୁ ଏଠାରେ ମଦ ଦୋକାନ ଖୋଲିବା ନିନ୍ଦନୀୟ ।

ପ୍ରତିବାଦ
ପ୍ରତିବାଦ (ETV Bharat Odisha)

ବିଚ ସାକ୍ସକୁ ବିରୋଧ କରିଥିଲେ ଜଗନ୍ନାଥ ପ୍ରେମୀ:

ସେବାୟତଙ୍କ ଠାରୁ ଆରମ୍ଭ କରି ଆଇନଜୀବୀ, ବୁଦ୍ଧିଜୀବୀ ସରକାରଙ୍କ ଏପରି ନିଷ୍ପତ୍ତିକୁ ପୂର୍ବରୁ କଡା ବିରୋଧ କରିଥିଲେ । ଆଗକୁ ଆନ୍ଦୋଳନ କରିବା ନେଇ ମଧ୍ୟ ଚେତାବନୀ ଦେଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଚ୍‌ ସାକ୍ସକୁ ଡବଲ୍‌ ଝଟ୍‌କା:

ଏହା ପ୍ରଥମ ବିରୋଧାଭାସ ନୁହେଁ, ପୂର୍ବତନ ବିଜେଡି ସରକାର ବିଚ ସାକ୍ସ ନିଷ୍ପତ୍ତି ନେଇ ବିରୋଧର ସାମ୍ନା କରିଥିଲେ । ଚାରିଆଡୁ ଜୋରଦାର ପ୍ରତିବାଦ କରାଯାଇଥିଲା । ପୁରୀ ଶଙ୍କରାଚାର୍ଯ୍ୟ ବି କଡା ନିନ୍ଦା କରିଥିଲେ । ଶେଷରେ ତତ୍କାଳୀନ ସରକାର ଏହି ନିଷ୍ପତ୍ତିରୁ ଓହରିଥିଲେ । ହେଲେ ରାଜ୍ୟରେ ସରକାର ବଦଳିବା ପରେ ନୂଆ ବିଜେପି ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଅବକାରୀ ନୀତିରେ ଯେଉଁଥିରେ ବିଚ୍‌ ସାକ୍ସକୁ ଅନୁମତି ମିଳିଥିଲା । ହେଲେ ଏହାକୁ ମଧ୍ୟ ବିରୋଧ କରାଯିବା ପରେ ଶେଷରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ ।

ଇଟିଭି ଭାରତ, ଭୁବନେଶ୍ବର ଓ ପୁରୀ

Last Updated : Sep 13, 2024, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.