ETV Bharat / state

ଏମିତି ଏକ ଗାଁ, ସନ୍ଧ୍ୟା ପରେ ପ୍ରବେଶ ମନା !

author img

By ETV Bharat Odisha Team

Published : Mar 2, 2024, 1:22 PM IST

Elephant Terror In Angul: ରାତି ହେଲେ ବଢ଼ୁଛି ହାତୀର ଭୟ । ଗାଁ ଆରମ୍ଭରୁ ଲାଗିଛି ବୋର୍ଡ । ଆଉ ଲେଖା ହୋଇଛି ସାବଧାନ ! ହାତୀ ଉପଦ୍ରବ ହେତୁ ଫସଲ ହାନି ଘଟୁଛି । ସନ୍ଧ୍ୟା 7ଟା ପରେ ଗ୍ରାମକୁ ପ୍ରବେଶ ନିଷେଧ । ଅଧିକ ପଢ଼ନ୍ତୁ

ସନ୍ଧ୍ୟା ୭ ପରେ ଗାଁକୁ ପ୍ରବେଶ ମନା
ସନ୍ଧ୍ୟା ୭ ପରେ ଗାଁକୁ ପ୍ରବେଶ ମନା
କୁଲାଙ୍ଗୀ ଗାଁକୁ ରାତି ହେଲେ ମନା

ଅନୁଗୋଳ: "ସାବଧାନ! ହାତୀ ଉପଦ୍ରବ ହେତୁ ଫସଲ ହାନି ଘଟୁଛି । ତେଣୁ ସନ୍ଧ୍ୟା 7ଟା ପରେ ଗ୍ରାମକୁ ପ୍ରବେଶ ନିଷେଧ।" ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଗାଁ ଭିତରକୁ ପ୍ରବେଶ ବାଟରେ ଏକ ବାଉଁଶ ଫାଟକରେ ଏଭଳି କିଛି ଲେଖା ହୋଇଛି । ଗାଁ ଚାରିପଟେ ସୋଲାର ତାରବାଡ଼ ଲାଗିଛି । ହେଲେ ଗାଁର ପ୍ରବେଶ ବାଟ ଦେଇ ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷତି କରୁଥିବାରୁ ଏଭଳି ଫାଟକ ପକାଇଛନ୍ତି ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମବାସୀ ।

ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ କୁଲାଙ୍ଗୀ ଗାଁ । ଚାରିଆଡେ ଘଞ୍ଚ ଜଙ୍ଗଲ ଓ ପାହାଡ଼ । ମଝିରେ ଏହି ଗାଁଟି ଅବସ୍ଥିତ । ଗାଁରେ ପ୍ରାୟ ୨ ଶହରୁ ଅଧିକ ପରିବାର ବସବାସ କରନ୍ତି । କେବଳ ଚାଷବାସ ହିଁ ସେମାନଙ୍କର ମୁଖ୍ୟ ଜୀବିକା । ହେଲେ ବଣୁଆ ହାତୀପଲ ଫସଲର ପ୍ରଧାନ ଶତ୍ରୁ । ଦିନରାତି ହାତୀପଲ ଗାଁ ନିକଟରେ ବିଚରଣ କରୁଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । କେବଳ ସେତିକି ନହେଁ ସନ୍ଧ୍ୟା ହେଲେ ଗାଁ ଭିତରେ ପସିଯାଉଛନ୍ତି ହାତୀପଲ । ତେଣୁ ଲୋକେ ଭୟ ଓ ଆତଙ୍କରେ ରହୁଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରିବା ପରେ ବନ ବିଭାଗ ଗାଁ ଚାରିପଟେ ସୋଲାର ତାର ବାଡ଼ ଲଗାଇଛି । ହେଲେ ଯେତିକି ତାରବାଡ଼ ଲଗା ଯାଇଛି ତାହା ଯଥେଷ୍ଟ ହେଉନାହିଁ ।

ସେପଟେ ଆବଶ୍ୟକ ଠାରୁ କମ ବ୍ୟାଟେରୀ ଲଗାଯାଇଥିବାରୁ ହାତୀ ପାଇଁ କୌଣସି ଅସୁବିଧା ହେଉନାହିଁ । ତେଣୁ ସୋଲାର ତାରବାଡ଼ ଲଗାଇବା ପରେ ମଧ୍ୟ ଲୋକେ ସୁଫଳ ପାଇ ପାରୁନାହାନ୍ତି । ଏହାପରେ ଗ୍ରାମବାସୀ ନିଜେ ଏକାଠି ହୋଇ ପରିଶ୍ରମ କରି ସୋଲାର ତାରବାଡ଼ ଲଗାଇଛନ୍ତି । ଗାଁରୁ ସଂଗ୍ରହ କରି ନିଜ ପାଣ୍ଠିରୁ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଣି ଥରେ ସୋଲାର ତାରବାଡ଼ ଲଗାଇଛନ୍ତି । ଫଳରେ ଏବେ କିଛି ଦିନ ହେବ ଗାଁ ଭିତରକୁ ହାତୀ ପଶି ପାରୁନାହାନ୍ତି । କିନ୍ତୁ ଗାଁକୁ ପ୍ରବେଶ ରାସ୍ତାରେ ଗ୍ରାମବାସୀ ନିଜେ ଏକ ଫାଟକ ତିଆରି କରିଛନ୍ତି । ସେହି ଫାଟକ ଖୋଲା ରହିଲେ ହାତୀ ଫାଟକ ଦେଇ ଗାଁ ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ତେଣୁ ଗ୍ରାମବାସୀ ସନ୍ଧ୍ୟା ହେଲେ ଫାଟକ ବନ୍ଦ କରି ତାଲା ପକାଇ ଦେଉଛନ୍ତି ।

ଗାଁକୁ ସନ୍ଧ୍ୟା ପୂର୍ବରୁ କୌଣସି ଅତିଥି ଆସିଲେ ପୂର୍ବରୁ ଲୋକଙ୍କୁ ସୂଚନା ଦେବାକୁ ପଡେ । ଫଳରେ ନିର୍ଦ୍ଧାରିତ ସମୟରେ ଗାଁର କିଛି ଲୋକ ଫାଟକ ପାଖକୁ ଆସନ୍ତି । ଫାଟକ ତାଲା ଖୋଲି ସେମାନଙ୍କୁ ସୁରକ୍ଷିତ ଭାବେ ଗାଁ ଭିତରକୁ ନିଅନ୍ତି । ଏହାଛଡା ଗାଁରେ ଯଦି କୌଣସି ଗୁରୁତର ରୋଗୀଙ୍କୁ ବାହାରକୁ ନେବାକୁ ହୁଏ ତେବେ ଲୋକେ ଦଳଦଳ ହୋଇ ରୋଗୀ ସହିତ ଆସନ୍ତି । ଫାଟକ ଖୋଲି ରୋଗୀଙ୍କୁ ରାସ୍ତା ପାର କରାନ୍ତି । ଏଭଳି ଚାଲିଛି ଗାଁର ନିୟମ । ସେହି ନିୟମକୁ ମାନି ମାସ ମାସ ଧରି ଚାଲୁଛନ୍ତି ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ...ହାତୀ ଶରୀରରେ ପ୍ରଥମ କରି ଲାଗିଲା 'ରେଡ଼ିଓ କଲାର'

ଜଙ୍ଗଲ ଭିତରେ ଜଙ୍ଗଲୀ ଜୀବନ ବିତାଉଥିବା ଗ୍ରାମବାସୀଙ୍କ ଏଭଳି ନିଆରା ପ୍ରୟାସ ବଣୁଆ ହାତୀ ଦାଉରୁ ବହୁ ଲୋକଙ୍କ ଜୀବନ ବଞ୍ଚି ଯାଉଛି । ଫସଲ ସୁରକ୍ଷିତ ରହିପାରୁଛି । ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବଣୁଆ ହାତୀ ଓ ଅନ୍ୟ ଜଙ୍ଗଲୀ ଜନ୍ତୁ ପ୍ରାଦୁର୍ଭାବ ନୀତି ଦିନିଆ ଘଟଣା । ସେମାନଙ୍କୁ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ । କିନ୍ତୁ କୁଲାଙ୍ଗୀ ଗ୍ରାମବାସୀ ବନ ବିଭାଗ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରି ନିଜେ ନିଜକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.