ETV Bharat / state

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ମନମୋହନଙ୍କ କଥା ଦୋହରାଇଲେ ତୋମାର, ମୁନା କହିଲେ ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବମାନ୍ୟ

author img

By ETV Bharat Odisha Team

Published : Mar 9, 2024, 2:13 PM IST

Updated : Mar 9, 2024, 5:07 PM IST

Vijaypal Singh Tomar Reaction Over Alliance: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ଦିଲ୍ଲୀରେ ହୋଇଥିବା ବୈଠକରେ କୌଣସି ଆଲୋଚନା ହୋଇନଥିବା କହିଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର । ସେପଟେ ବିଜେଡି ସାଂସଦ କହିଛନ୍ତି ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ମାନିବୁ । ଅଧିକ ପଢନ୍ତୁ

BJD BJP Alliance
BJD BJP Alliance
BJD BJP Alliance

ଭୁବନେଶ୍ୱର: ରାଜ୍ୟରେ ସରଗରମ ରହିଛି ରାଜନୈତିକ ପାରା । ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଦିଲ୍ଲୀରେ ବସୁଛି ଘନ ଘନ ବୈଠକ । ଛିଡୁନି ଅଙ୍କ, ବାହିରି ପାରୁନି ନିଷ୍କର୍ଷ । ଦୁଇ ଦଳ ଆସନ୍ତା ନିର୍ବାଚନରେ ମେଣ୍ଟ କରିବେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିନ୍ନ ମତ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ଓ ନିର୍ବାଚନ ପ୍ରଭାରୀ । "ମୋ ଜାଣିବାରେ ମେଣ୍ଟ ନେଇ ବୈଠକରେ କୌଣସି ଆଲୋଚନା ହୋଇନାହିଁ, ଯିଏ ମେଣ୍ଟ ନେଇ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ପଚାରନ୍ତୁ" ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ।

ଏହା ମଧ୍ୟ ପଢନ୍ତୁ- ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ମନା କଲେ ମନମୋହନ, ରାଜ୍ୟରେ ଏକାକୀ ଲଢିବ ବିଜେପି

ବିଜୟପାଲ ସିଂହ ତୋମାର କହିଛନ୍ତି, "ଲୋକସଭା ଓ ବିଧାନସଭା ନିର୍ବାଚନରେ ସବୁ ସିଟରେ କେମିତି ଲଢେଇ ହେବ ସେ ନେଇ ଆଲୋଚନା ହୋଇଛି । ମୋ ଜାଣିବାରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 80ରୁ ଅଧିକ ବିଧାୟକ ଏବଂ 16ରୁ ଅଧିକ ସାଂସଦ ଜିତିବା ଲାଗି ବିଜେପି ଟାର୍ଗେଟ ରଖିଛି । ଯିଏ ମେଣ୍ଟ ନେଇ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ପଚାରନ୍ତୁ । ନିର୍ବାଚନ ପାଇଁ ନିରନ୍ତର ପ୍ରସ୍ତୁତି ଚାଲିଛି । ସବୁ ସିଟରେ ଲଢ଼ିବାକୁ ପ୍ରସ୍ତୁତ ହେଉଛି ଦଳ । ପୁରୀ ଓ ଭୁବନେଶ୍ଵର ପାଇଁ ଆମର ପ୍ରାର୍ଥୀ ଅଛନ୍ତି । ପୁରୀ ପାଇଁ ସମ୍ବିତ ପାତ୍ର ପ୍ରାର୍ଥୀ ଅଛନ୍ତି ଏବଂ ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀ ସାଂସଦ ଅଛନ୍ତି । ତେବେ କେବଳ ଏହି ଦୁଇ ସିଟ ନୁହେଁ, ସବୁ ସିଟରେ ଦଳ ଏକାକୀ ଲଢିବ ।"

ଏହା ମଧ୍ୟ ପଢନ୍ତୁ- ଲୋକସଭା ନିର୍ବାଚନ: ଫର୍ମୁଲା ରିପିଟ୍ କରିବ ବିଜେଡି, 'ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦିଆଯିବ'

ନିର୍ବାଚନ ପ୍ରସ୍ତୁତିକୁ ନେଇ ଦିଲ୍ଲୀରେ ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା ଚାଲିଛି । ଶନିବାର ଦିଲ୍ଲୀରୁ ଫେରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେଡି-ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ମନଗଢା କାହାଣୀ ବୋଲି କହିଥିଲେ ସେ । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଥିଲେ । ଏପରିକି ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ ବିଜେଡି ସହ ମେଣ୍ଟ ନେଇ ଆଲୋଚନା ହୋଇଥିବା ସ୍ବୀକାର କରିଥିଲେ । ହେଲେ ଦିଲ୍ଲୀ ବୈଠକ ପରେ ସମ୍ଭାବ୍ୟ ଚର୍ଚ୍ଚାକୁ ଖଣ୍ଡନ କରିନଥିଲେ କୌଣସି ବିଜେଡି ନେତା । ସାଂସଦ ମୁନା ଖାନ କହିଛନ୍ତି, "ଏ ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ। ଆମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ଆମେ ସମସ୍ତେ ତାକୁ ମାନିବୁ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 9, 2024, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.