ETV Bharat / state

ମେୟରଙ୍କ 7ଶହ କୋଟି ବ୍ୟୟବରାଦ କଥା ମିଛ ! ବାରବାଟୀ ନବୀକରଣ ପାଇଁ କୌଣସି ଚୁକ୍ତି ହୋଇନଥିବା କହିଲା OCA - Barabati stadium issue

author img

By ETV Bharat Odisha Team

Published : Jul 28, 2024, 8:34 PM IST

ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ନବୀନ ସରକାର ଅମଳରେ ହୋଇନାହିଁ କୌଣସି ଚୁକ୍ତିନାମା । ପ୍ରେସମିଟ କରି ସ୍ପଷ୍ଟ କଲେ ‘ଓସିିିଏ’ ଓ ‘ଓଓଏ’ । ଗତକାଲି ମେୟର ସୁବାସ ସିଂ କହିଥିଲେ ନବୀକରଣ ପାଇଁ 7ଶହ କୋଟି ବ୍ୟବବରାଦକୁ ନବୀନ କ୍ୟାବିନେଟରେ ମିଳିଥିଲା ଅନୁମୋଦନ ।

ବାରବାଟୀ ନବୀକରଣ ପାଇଁ ହୋଇନି କୌଣସି ଚୁକ୍ତି, ମେୟର ମିଛ କହିଥିବା ‘ଓସିଏ’ର ଅଭିଯୋଗ
ବାରବାଟୀ ନବୀକରଣ ପାଇଁ ହୋଇନି କୌଣସି ଚୁକ୍ତି, ମେୟର ମିଛ କହିଥିବା ‘ଓସିଏ’ର ଅଭିଯୋଗ (ETV Bharat Odisha)

କଟକ: ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ କୌଣସି ଚୁକ୍ତିନାମା ସ୍ବାକ୍ଷରିତ ହୋଇନାହିଁ । ମେୟର ଗଣମାଧ୍ୟମରେ ଯେଉଁ 7ଶହ କୋଟି ଟଙ୍କାର ‘ଏମଓୟୁ’ ହୋଇଥିବା କଥା କହିଛନ୍ତି, ତାହା ମିଛ । ମେୟର ଏହି ଚୁକ୍ତି ସମ୍ପର୍କରେ ଗଣମାଧ୍ୟମରେ ଭୁଲ ମନ୍ତବ୍ୟ ଦେଇଛନ୍ତି । ବାରବାଟୀ ନବୀକରଣ ସମ୍ପର୍କରେ ଆଜି ପ୍ରେସମିଟ୍‌ କରି ଓଡିଶା ଅଲିମ୍ପିକ ସଙ୍ଘ (ଓଓଏ) ସମ୍ପାଦକ ଅଭିଜିତ ପାଲ ଏବଂ ଓଡିଶା କ୍ରିକେଟ ସଙ୍ଘ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ରଖିବା ସହ ମେୟରଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ।

ବାରବାଟୀ ନବୀକରଣ ପାଇଁ ହୋଇନି କୌଣସି ଚୁକ୍ତି, ମେୟର ମିଛ କହିଥିବା ‘ଓସିଏ’ର ଅଭିଯୋଗ (ETV Bharat odisha)

ମେୟରଙ୍କ ମନ୍ତବ୍ୟକୁ ମିଛ କହିଲେ ଓସିଏ ସମ୍ପାଦକ:-

ଆଜି ‘ଓସିଏ’ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ‘‘ମୁଁ ବିସିସିଆଇ, ରାଜ୍ୟ ସରକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓସିଏ, ଓଓଏ ସଦସ୍ୟଙ୍କ ସହ ଆଲୋଚନା କରିଛି । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଦିଗରେ ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ ପ୍ରଚେଷ୍ଟା ଚଳାଇଛନ୍ତି । ଆଗାମୀ ଦିନରେ ଉଭୟ କ୍ରୀଡା ସଙ୍ଘର କର୍ମକର୍ତ୍ତାମାନେ ଆଲୋଚନା କରି ବାରବାଟୀର ନବୀକରଣ ଦିଗରେ ପଦକ୍ଷେପ ନେବେ । ହେଲେ ବାରବାଟୀ ଷ୍ଟାଡିୟମର ବିକାଶ ପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନାହିଁ । କୌଣସି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇନାହିଁ । ମେୟର ଏହି ଦିଗରେ ଯେଉଁ ମତ ରଖିଛନ୍ତି ତାହା ଭୁଲ ।’’

ନିଶ୍ଚିତ ହେବ ବାରବାଟୀ ନବୀକରଣ:-

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ‘‘ଓସିଏ ତରଫରୁ ଏକ ବିଦେଶୀ କମ୍ପାନୀକୁ ‘ଡିପିଆର’ ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦିଆଯାଇଛି । ୩ ପ୍ରକାରର ପ୍ରସ୍ତାବ ଆସିବା ପରେ ‘ଓସିଏ’ ତରଫରୁ ତାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବାରବାଟୀର ନବୀକରଣ ବାଟ ଫିଟିବ ।’’ ତେବେ ବାରବାଟୀକୁ ନେଇ ପୂର୍ବରୁ ବିଭିନ୍ନ ଲୋକ ଭିନ୍ନ ମତ ଦେଇଛନ୍ତି । ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି ‘ଓସିଏ’ ସମ୍ପାଦକ । ଅପରପକ୍ଷରେ ବାରବାଟୀର ମର୍ଯ୍ୟାଦା ଓ ମାନ୍ୟତା ବଜାୟ ରଖିବା ଦିଗରେ ‘ଓଓଏ’ ଏବଂ ‘ଓସିଏ’ ଜାରି ରଖିବ ବୋଲି ଭରସା ଦେଇଛନ୍ତି ଓଡିଶା ଅଲିମ୍ପିକ୍ସ ସଂଘ ସମ୍ପାଦକ ଅଭିଜିତ ପାଲ । ବାରବାଟୀର ନବୀକରଣ ନିଶ୍ଚିତ ଭାବରେ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ପ୍ୟାରିସରୁ ଆସିଲା ପ୍ରଥମ ମେଡାଲ; ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ଜିତିଲେ ମନୁ ଭାକର - Paris Olympics 2024

ଗତକାଲି ମେୟର କହିଥିଲେ 7ଶହ କୋଟି ବ୍ୟୟବରାଦ କଥା:-

ଗତକାଲି ବଜେଟରେ ବାରବାଟୀର ଉନ୍ନତି ସମ୍ପର୍କରେ କୌଣସି ଉଲ୍ଲେଖ ନଥିବାରୁ ମେୟର ସୁବାସ ସିଂ ସରକାରଙ୍କୁ ସମାଲୋଚନା କରିଥିଲେ । କହିଥିଲେ, ବାରବାଟୀର କଳେବର ବୃଦ୍ଧି କରି ଏହାକୁ ଏକ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପରିଣତ କରିଵା ପାଇଁ ପୂର୍ବରୁ ନବୀନ ସରକାର କ୍ୟାବିନେଟ ଅନୁମୋଦନ ସହ 7ଶହ କୋଟିର ବ୍ୟୟବରାଦ ମଧ୍ୟ କରିଥିଲେ । ବାରବାଟୀକୁ ସମସ୍ତ ଅନ୍ତର୍ଜାତୀୟ ଭିତ୍ତିଭୂମି ସହ ବିକାଶ କରିବାକୁ ସେଥିରେ ଯୋଜନା ରହିଥିଲା । ଷ୍ଟାଡିୟମ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହୋଇ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ସେତେବେଳେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ବାରବାଟୀକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ସୃଷ୍ଟ ଚିତ୍ର ରଖାଯାଇନାହିଁ । ଗତକାଲି ଏହାକୁ ପ୍ରସଙ୍ଗ କରି ମେୟର ସୁବାଷ ସିଂ ନୂଆ ସରକାରକୁ ଘେରିଥିବା ବେଳେ ଆଜି ମିଳିତ ପ୍ରେସମିଟରେ ରାଜ୍ୟ ଅଲିମ୍ପିକ ସଂଘ ଓ କ୍ରିକେଟ ସଂଘ ମେୟରଙ୍କ ବ୍ୟୟବରାଦ ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.