ETV Bharat / state

ଜରାଜୀର୍ଣ୍ଣ ଅବସ୍ଥାରେ ସଂଗ୍ରାମୀ ପୀଠ ଶହୀଦ ସ୍ମୃତି ସଂସଦ, ଜବାହାରଲାଲ ନେହେରୁ କରିଥିଲେ ଶିଳାନ୍ୟାସ - Restoration of Sahid Smruti Sansad

author img

By ETV Bharat Odisha Team

Published : Aug 12, 2024, 1:43 PM IST

Updated : Aug 13, 2024, 11:45 AM IST

Sahid Smruti Sansad : ମାଟିରେ ମିଶିବାକୁ ବସିଲାଣି ନିମାପଡା ଶହୀଦ ସ୍ମୃତି ସଂସଦ । ଫନି ବାତ୍ୟା ପରେ ଅଣ୍ଟା ସଳଖି ଛିଡା ହୋଇପାରୁନି । ସ୍ବାଧିନତା ସଂଗ୍ରାମୀଙ୍କ ଏହା ହେଉଛି ମୁଖସାଖି । ଏହାର ପୁନରଉଦ୍ଧାର ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
Sahid Smruti Sansad (ETV BHARAT ODISHA)

ନିମାପଡା: ନିମାପଡା ଇତିହାସ ସହ ଜଡିତ ଶହୀଦ ସ୍ମୃତି ସଂସଦ । ଇଂରେଜକୁ ଦେଶରୁ ବିତାଡିତ କରିବା ପାଇଁ ଏଠାରେ ଅହରହ ଚାଲୁଥିଲା ଗୁପ୍ତ ମନ୍ତ୍ରଣା । ଅନେକ ସ୍ବାଧିନତା ସଂଗ୍ରାମୀ ରାତିର ନିସାର୍ଦ୍ଧରେ ଏକାଠି ହୋଇ ସ୍ୱାଧୀନ ଭାରତର ସ୍ବପ୍ନ ଦେଖୁଥିଲେ। ସଂଗ୍ରାମୀଙ୍କ କର୍ମସ୍ଥଳ ଥିଲା ଏହି ପୀଠ । ବର୍ତ୍ତମାନ କିନ୍ତୁ ଜରାଜିର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି ସ୍ବାଧିନତା ସଂଗ୍ରାମୀଙ୍କ ମୁକସାକ୍ଷୀ ପାଲଟିଥିବା ଏହି ଶହୀଦ ସ୍ମୃତି ସଂସଦ । ଏହାର ପୁନରଉଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି । ସ୍ବର୍ଗତ ପଦ୍ମଚରଣ ସାମନ୍ତସିଂହାର, ଘନଶ୍ୟାମ ଦାଶ, ମୋହନ ଦାଶ, ଶହୀଦ ଉଚ୍ଚବ ମଲ୍ଲିକ, ଲୋକନାଥ ସେନାପତି ଓ ବୈକୁଣ୍ଠ ନାଥ ସେନାପତିଙ୍କ ଭଳି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ କର୍ମସ୍ଥଳୀ ଥିଲା ଏହି ପୀଠ ।

Sahid Smruti Sansad
Sahid Smruti Sansad (ETV BHARAT ODISHA)

ସ୍ମୃତି ସଂସଦ ଶିଳାନ୍ୟାନ କରିଥିଲେ ଜବାହାରଲାଲ ନେହେରୁ: 1948ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼କ୍ଟର ହରେକୃଷ୍ଣ ମହତାବ ଏହାର ମୂଳଦୂଆ ପକାଇଥିଲେ । 1951 ମସିହାରେ ଶହୀଦ ସ୍ମୃତି ସଂସଦଙ୍କୁ ଉଦଘାଟନ କରାଯାଇଥିଲା । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଇନ୍ଦିରା ଗାନ୍ଧୀ, ମାଉଣ୍ଟ ବାଟେନ ଏଠାକୁ ଆସି ଏହାର ଉଦଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଶହୀଦ ସ୍ମୃତି ସଂସଦ ନାମରେ ନାମିତ ହୋଇଥିଲା ।

Sahid Smruti Sansad
Sahid Smruti Sansad (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କାମରେ ଆସୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର, ପାଣିରେ ପଡ଼ୁଛି କୋଟି କୋଟି ଟଙ୍କା - swachh bharat mission fail

ଫନି ବାତ୍ୟା ଭାଙ୍ଗିଦେଲେ ସ୍ମୃତି ସଂସଦର ଅଣ୍ଟା: 2019 ମସିହା ଫନି ବାତ୍ୟା ଭାଙ୍ଗି ଦେଇଥିଲା ସ୍ମୃତି ସଂସଦର ଅଣ୍ଟା । ଫଳରେ ସେବେ ଠାରୁ ଏହା ଆଉ ଅଣ୍ଟା ସଳଖି ଛିଡା ହେବାକୁ ସକ୍ଷମ ହୋଇପାରିନାହିଁ । ଘର ଗୁଡିକର ଆଜିବେଷ୍ଟ ଉଡିଯାଇଥିବା ବେଳେ ଝରକା ଗୁଡିକ ଭାଙ୍ଗିଯାଇଛି । ଏମିତି କାନ୍ଥରେ ଅନାବନା ଗଛଲତା ମାଡି ଯାଇଛି । ରକ୍ଷଣବେକ୍ଷଣ ଅଭାବରୁ ଏହା ଏବେ ଭୂତକୋଠିରେ ପରିଣତ ହେବା ସହ ମାଟିରେ ମିଶିବାକୁ ବସିଲାଣି । ଫଳରେ ନିଜର ଅସ୍ତିତ୍ବ ଖୋଜୁଛି ଶହୀଦ ସଂସଦ ଭବନ । ଗତ ତିନିବର୍ଷ ତଳେ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ନାମରେ ଏଠାରେ ଏକ ପାଠାଗାର ପାଇଁ ଶିଳାନ୍ୟାସ କରିଥିଲେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ।

Sahid Smruti Sansad
Sahid Smruti Sansad (ETV BHARAT ODISHA)

ଶହୀଦ ସ୍ମୃତି ସଂସଦର ସଂପାଦକ ବେଣୁଧର ସେନାପତି କହିଛନ୍ତି, ''ନିମାପଡ଼ାର ଗୌରବ ହେଉଛି ଶହୀଦ ସଂସଦ ଭବନ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼କ୍ଟର ହରେକୃଷ୍ଣ ମହତାବ ଏହାର ମୂଳଦୁଆ ପକାଇଥିବା ବେଳେ 1951ରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଇନ୍ଦିରା ଗାନ୍ଧୀ, ମାଉଣ୍ଟ ବାଟେନ ଏହାର ଉଦଘାଟନ କରିଥିଲେ । 2019 ଫନି ବାତ୍ୟାରେ ଏହା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି । ଏହାକୁ ପୁନରଉଦ୍ଧାର କରିବାକୁ ଆମେ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ । ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ସେତେବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 10 ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର 5 ବର୍ଷ ପରେ ମଧ୍ୟ କାମ ହୋଇ ନାହିଁ । ଖୁବ୍ ଶୀଘ୍ର କାମ ହେବ ବୋଲି ଆଶାବାଦୀ ଅଛୁ । ''

ଇଟିଭି ଭାରତ, ନିମାପଡା

Last Updated : Aug 13, 2024, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.