ETV Bharat / state

ଝିଅ ବୋଲି ଅଲୋଡା...ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ନବଜାତ - Newborn Baby Rescued - NEWBORN BABY RESCUED

Newborn Baby Rescued: ବଲାଙ୍ଗୀର ଜିଲ୍ଲାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ଜଙ୍ଗଲରୁ ପ୍ଲାଷ୍ଟିକ ବ୍ୟାଗ ଭିତରୁ ଉଦ୍ଧାର ହେଲା ନବଜାତ । ଅଧିକ ପଢନ୍ତୁ

ପୁଣି ଅଲୋଡା ଶିଶୁ କନ୍ୟା
ପୁଣି ଅଲୋଡା ଶିଶୁ କନ୍ୟା (Etv Bharat Odisha)
author img

By ETV Bharat Odisha Team

Published : May 3, 2024, 4:10 PM IST

ଜଙ୍ଗଲରୁ ନବଜାତ ଉଦ୍ଧାର (Etv Bharat Odisha)

ବଲାଙ୍ଗୀର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖର୍ଲିକାନୀ ଗାଁ ଜଙ୍ଗଲରୁ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକୁ ଉଦ୍ଧାର କରିବା ପରେ ଗ୍ରାମବାସୀ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳୁ ଗାଁର ଜଣେ ମହିଳା ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଶିଶୁ କାନ୍ଦୁଥିବାର ଶୁଣିବାକୁ ପାଇଥିଲେ । ଏହା ପରେ ସେ ସେଠାରେ ଥିବା ଏକ ପ୍ଲାଷ୍ଟିକ ବ୍ୟାଗରୁ ଶିଶୁ କାନ୍ଦୁଥିବାର ଜାଣିବାକୁ ପାଇଥିଲେ । ସେ ଶିଶୁକୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଯାହା ପରେ ସଦର ପୋଲିସ୍ ଓ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ ତଥା ଚାଇଲ୍ଡ ଲାଇନ୍ ସଦସ୍ୟ ମାନେ ଯାଇ ଶିଶୁକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ଶିଶୁ ବିଭାଗର ଏସ ଏନସିୟୁରେ ଭର୍ତ୍ତି କରିଛନ୍ତି ।

ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ବେଳେ ନବଜାତ ଶିଶୁଟିକୁ ପ୍ଲାଷ୍ଟିକ ବ୍ୟାଗରେ କେହି ଫିଙ୍ଗି ଦେଇଥିବାର ଅନୁମାନ କରାଯାଉଛି । ସେପଟେ ପୋଲିସ୍ ଏହାର ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଏହି ନବଜାତ ଶିଶୁକୁ ଏଭଳି ଜଙ୍ଗଲରେ ଫୋପାଡି ଥିଲା ତାର ତଦନ୍ତ ହେଉ ଓ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଲୋଡା ଶିଶୁ, ଖଜୁରୀ ବୁଦାରୁ ମିଳିଲା କ୍ଷତବିକ୍ଷତ ମୃତଦେହ

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଜିଲ୍ଲାରେ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ପୂର୍ବରୁ ଦେଓଗାଁ ଅଞ୍ଚଳରୁ ଏଭଳି ଦୁଇଟି ନବଜାତ ଶିଶୁ ଉଦ୍ଧାର କରାଯାଇଥିଲା । ଏହା ପରେ ବଲାଙ୍ଗୀର ରେଳ ଷ୍ଟେସନ ଶୌଚାଳୟରୁ ବ୍ୟାଗ ମଧ୍ୟରୁ ଦୁଇଟି ନବଜାତ ଶିଶୁ ଉଦ୍ଧାର କରାଯାଇଥିଲା । ତେବେ ଏଭଳି ଅନେକ ମାମଲା ବାରମ୍ୱାର ସାମ୍ନାକୁ ଆସୁଥିବା ବେଳେ ପୋଲିସ ଏହି ମାମଲା ସବୁ କାଗଜ ପତ୍ର ତଳେ ଚାପି ହୋଇ ରଖିଦେଉଥିବା ଅଭିଯୋଗ ଆସିଛି । ଏଥିପାଇଁ ପ୍ରଶାସନ ଓ ପୋଲିସ ଏ ଦିଗରେ କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.