ETV Bharat / state

ବଲାଙ୍ଗୀରରୁ ନବଜାତ ନିଖୋଜ, ବୌଦ୍ଧରୁ ଉଦ୍ଧାର - Bhima Bhoi Medical College

NewBorn Baby Missing: ଭୀମ ଭୋଇ ମେଡିକାଲ୍ କଲେଜରୁ ଏକ ନବଜାତ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ମେଡିକାଲରେ ହୋହାଲ୍ଲା କରିଥିଲେ ପରିବାର ଲୋକେ । ପରେ ଶିଶୁଟିକୁ ବୌଦ୍ଧରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ବଲାଙ୍ଗୀରରୁ ନବଜାତ ନିଖୋଜ , ବୌଦ୍ଧରୁ ଉଦ୍ଧାର
ବଲାଙ୍ଗୀରରୁ ନବଜାତ ନିଖୋଜ , ବୌଦ୍ଧରୁ ଉଦ୍ଧାର
author img

By ETV Bharat Odisha Team

Published : Feb 16, 2024, 10:07 PM IST

ବଲାଙ୍ଗୀରରୁ ନବଜାତ ନିଖୋଜ , ବୌଦ୍ଧରୁ ଉଦ୍ଧାର

ବଲାଙ୍ଗୀର: ପୁଣି ଡ଼ାକ୍ତରଖାନାରୁ ନବଜାତ ନିଖୋଜ ଘଟଣା । ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ନିଖୋଜ ହୋଇଥିବ ନବଜାତ ବୌଦ୍ଧରୁ ଉଦ୍ଧାର ହୋଇଛି । ତେବେ ଆଜି ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ନିଖୋଜ ଅଭିଯୋଗ ଆସିଥିଲା । ଏହା ପରେ ପରିବାର ଲୋକେ ଦୀର୍ଘ ସମୟ ଧରି ହସ୍ପିଟାଲ୍ ଆଗରେ ପ୍ରତିବାଦ କରିଥିଲେ । ଏହାସହ ତାଙ୍କ ଶିଶୁ ଉଦ୍ଧାର କରିବା ପାଇଁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଆଜି ଭୀମ ଭୋଇ ମେଡିକାଲ୍ କଲେଜର ମାତୃ ଶିଶୁ ବିଭାଗରୁ ନବଜାତ ନିଖୋଜ ହୋଇଥିଲା । ବଲାଙ୍ଗୀର ବରଦି ଗ୍ରାମର କନ୍ତଲା ସ୍ୱାଇଁ ଓ ସୁଶିଲ ସ୍ୱାଇଁଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ଆଣିଥିଲେ । ଗତକାଲି(ଗୁରୁବାର) କନ୍ତଲା ପ୍ରସୂତି ପାଇଁ ଏହି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ଓଜନ କମ୍ ଥିବାରୁ ତାଙ୍କୁ ଏସଏନଏସ୍ୟୁରେ ଭର୍ତ୍ତି କରିବା ପାଇଁ ଡାକ୍ତର କହିଥିଲେ । ଏହାପରେ ପରିବାରର ଜଣେ ସମ୍ପର୍କୀୟ ଶିଶୁକୁ ନେଇ ଏସଏନଏସ୍ୟୁରେ ଭର୍ତ୍ତି କରିଥିଲେ ।

ହେଲେ ପରବର୍ତ୍ତୀ ସମୟରେ ଶିଶୁଟି ସେଠି ନଥିବାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏସଏନଏସ୍ୟୁ କର୍ତ୍ତୃପକ୍ଷ କହିଥିଲେ ଆମକୁ କୌଣସି ଶିଶୁ ଏହି ନାମରେ ଦିଆଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଶିଶୁକୁ ଫେରାଇବା ଦାବିରେ ପ୍ରତିବାଦ କରିଥିଲେ ପରିବାର ଲୋକେ । ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ବୌଦ୍ଧ ଜିଲ୍ଲାରୁ ଶିଶୁଟି ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ଏହା ଧଧ୍ୟ ପଢନ୍ତୁ .....ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ

ଏହା ମଧ୍ୟ ପଢନ୍ତୁ ....ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ମୃତଦେହକୁ ରାସ୍ତାରେ ଛାଡ଼ି ପଳାଇଲା ମହାପ୍ରୟାଣ ଗାଡ଼ି

ରାଜ୍ୟରେ ବାରମ୍ବାର ଏଭଳି ଶିଶୁ ଚୋରି କିମ୍ବା ଅଦଳବଦଳ ଘଟଣା ସାମ୍ନାକୁ ଆସୁଛି । ଯାହା ସ୍ବାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଜି ବଲାଙ୍ଗୀର ଏତେ ବଡ଼ ଘଟଣା ଘଟି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ଯାହାକୁ ନେଇ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିବୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.