ETV Bharat / state

କାଳିଆ ଦୁଆରେ ନୂଆ ଡିଜିପି; ମହାପ୍ରଭୁଙ୍କୁ ଦର୍ଶନ କଲେ ଖୁରାନିଆ, କହିଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଥମ ପ୍ରାଥମିକତା - DGP Khurania Visits Puri Temple - DGP KHURANIA VISITS PURI TEMPLE

New Odisha DGP YB Khurania Visits SriMandir: କାଳିଆ ଦୁଆରେ ନୂଆ ଡିଜିପି । ଶ୍ରୀମନ୍ଦିର ନିକଟରେ ସ୍ବାଗତ କଲେ ଏସ୍‌ପି ଏବଂ ଅଧିକାରୀ । ଦର୍ଶନ ପରେ କହିଲେ ଶ୍ରୀମନ୍ଦିରର ସୁରକ୍ଷା ସର୍ବୋପରି । ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଓଡ଼ିଶା ଫେରିଛି । ଅଧିକ ପଢନ୍ତୁ

DGP YB Khurania
DGP YB Khurania (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 12:55 PM IST

Updated : Aug 17, 2024, 4:43 PM IST

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି ୱାଇ.ବି ଖୁରାନିଆ । ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ସପତ୍ନୀକ ଦର୍ଶନ କଲେ ନୂଆ ପୋଲିସ ଡିଜିପି । ଶ୍ରୀମନ୍ଦିର ନିକଟରେ ସ୍ବାଗତ କଲେ ଏସ୍‌ପି ଓ ଅଧିକାରୀ । ଗତକାଲି ଡିଜିପି ଭାବେ ଦାୟିତ୍ବ ନେଇଥିଲେ ୱାଇ.ବି ଖୁରାନିଆ । ନୂଆ ପୋଲିସ ଡିଜି କହିଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଥମ ପ୍ରାଥମିକତା । ସେପଟେ ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୁରୀକୁ ଅପରାଧମୁକ୍ତ କରିବା ନେଇ ନୂଆ ଡିଜିପି ପଦକ୍ଷେପ ନେବାକୁ ଅନୁରୋଧ କଲେ ସେବାୟତ ଓ ଆଇନଜୀବୀ ।

ମହାପ୍ରଭୁଙ୍କୁ ଦର୍ଶନ କଲେ ଖୁରାନିଆ, କହିଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଥମ ପ୍ରାଥମିକତା (ETV Bharat Odisha)

'ଆଜି ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶା ଫେରିଛି'

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ପୋଲିସ ଡିଜି କହିଛନ୍ତି, "ମୁଁ ନିଜକୁ ଭାଗ୍ୟଶାଳୀ ଭାବୁଛି । ମୋତେ ଓଡ଼ିଶାବାସୀଙ୍କ ସେବା ପାଇଁ ଡିଜିପି ପଦ ମିଳିଛି । ଆଜି ଆମେ ଦୁଇ ଜଣ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲୁ । ମୁଁ ମହାପ୍ରଭୁଙ୍କ ଆଜି ପ୍ରାର୍ଥନା କଲି । ଆମ ଉପରେ ମହାପ୍ରଭୁ କୃପା ଓ ଆଶୀର୍ବାଦ ରହୁ ଯେଭଳି ମୁଁ ଜନସାଧାରଣଙ୍କୁ ଭଲ ସେବା ଯୋଗାଇ ପାରିବି । ସେଥିପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଆମେ ଲୋଡ଼ିଛୁ । ଯେତେବେଳେ ମୁଁ ଓଡ଼ିଶାରେ ନ ଥିଲି ଅଧିକାଂଶ ସମୟରେ ମୁଁ ମହାପ୍ରଭୁଙ୍କୁ ମନେପକାଉଥିଲି । ଆଜି ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶା ଫେରିଛି । ଏଣୁ ତାଙ୍କରି ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଛି ।

ପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଡିଜିପି
ପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଡିଜିପି (ETV Bharat Odisha)

'ଶ୍ରୀମନ୍ଦିରର ସୁରକ୍ଷା ସର୍ବୋପରି'

ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପି ଯୋଗେଶ କହିଛନ୍ତି, "ଏହା ପାଇଁ ଯାହା ପଦକ୍ଷେପ ନିଆଯିବ କଥା ତାହା ନିଶ୍ଚୟ କରାଯିବ ଏବେ କରାଯାଉଛି ମଧ୍ୟ । ବିଭିନ୍ନ ସମୟରେ ଏହାର ସମୀକ୍ଷା କରାଯାଉଛି । ମୁଁ ସବୁ ଜନସାଧାରଣଙ୍କୁ କହୁଛି ସମସ୍ତେ ଶ୍ରୀମନ୍ଦିର ଆସନ୍ତୁ । ସୁରକ୍ଷା ଦାୟିତ୍ଵ ମୋର । ଶ୍ରୀମନ୍ଦିରରେ କିଭଳି ମୋବାଇଲ ପ୍ରବେଶ କରିବ ନାହିଁ ତାହା ଆଗାମୀ ଦିନରେ ସମୀକ୍ଷା କରି ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ପାଇଁ ମଞ୍ଜୁର ହୋଇଥିବା ସ୍ଵତନ୍ତ୍ର ସୁରକ୍ଷା ବାଟାଲିୟନକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ପୁରୀ ସମୁଦ୍ର କୂଳର ସୁରକ୍ଷା ସହିତ ଯାହା ଅନ୍ୟ ସୁରକ୍ଷା ଆବଶ୍ୟକ ଖୁବଶୀଘ୍ର ସମୀକ୍ଷା କରି ସବୁ ପଦକ୍ଷେପ ନିଆଯିବ ।"

ନୂଆ ଡିଜିପିକୁ ଆଇନଜୀବିଙ୍କ ଅନୁରୋଧ:-

ସେପଟେ ନୂଆ ଡିଜିପି ଭାବେ ୱାଇ.ବି ଖୁରାନିଆ ଯୋଗଦେବା ପରେ ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ପୁରୀକୁ ଅପରାଧମୁକ୍ତ କରିବା ପାଇଁ ନୂଆ ଡିଜିପି କାର୍ଯ୍ୟ କରିବାକୁ ବରିଷ୍ଠ ଆଇନଜୀବି ଅନୁରୋଧ କରିଛନ୍ତି । ପୁରୀର ବରିଷ୍ଠ ଆଇନଜୀବି ଶରତ ରାୟଗୁରୁ କହିଛନ୍ତି, "ପୁରୀରେ ମୁଖ୍ୟତଃ ଶ୍ରୀମନ୍ଦିର, ବେଳାଭୂମି ଓ ପୁରୀ ନିକଟରେ ଥିବା ଜଙ୍ଗଲ ଗୁଡ଼ିକରେ ଅପରାଧମୁକ୍ତ କରାଯିବ, ଶ୍ରୀମନ୍ଦିର କିଭଳି ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ କରାଯିବ ତାହା ନୂଆ ଡିଜିପିଙ୍କ ପାଇଁ ଚ୍ୟାଲେଞ୍ଜ । ତେବେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପରେ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସ୍ଵତନ୍ତ୍ର SOP, ବ୍ଲୁ ପ୍ରିଣ୍ଟ କରାଯାଉ ।"

ଏହା ବି ପଢନ୍ତୁ- କାର୍ଯ୍ୟରେ ଯୋଗଦେଲେ ନୂଆ ଡିଜିପି; ଫୋକସରେ ସାଇବର ଅପରାଧ ନିୟନ୍ତ୍ରଣ, ସମ୍ପୂର୍ଣ୍ଣ ଦମନ ହେବେ ମାଓବାଦୀ

'ପୁରୀରେ କରାଯାଉ ସିସିଟିଭି ବ୍ୟବସ୍ଥା'

ସେହିପରି ପୁରୀ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ଅପରାଧ ବଢୁଥିବା ବେଳେ ଅନେକ ସ୍ଥାନରେ ସିସିଟିଭି ନାହିଁ । ଏହା ଫଳରେ ବିଭିନ୍ନ ଅପରାଧ କ୍ଷେତ୍ରରେ ପୋଲିସକୁ ତଦନ୍ତ କରିବାରେ ବେଶ ଅସୁବିଧା ସୃଷ୍ଟି ହେଉଛି । ଏଣୁ ଅପରାଧକୁ କାବୁ କରିବା ପାଇଁ ପୁରୀ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ପୋଲିସ ଡିଜି ପଦକ୍ଷେପ ନିଅନ୍ତୁ । ପୁରୀ ସମୁଦ୍ର କୂଳ ଖୋଲମେଲା ଥିବା ବେଳେ ଏହାକୁ ଜଗିବା ପାଇଁ ସାମୁଦ୍ରିକ ଥାନା କର୍ମଚାରୀ ନାହାନ୍ତି । ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବାବେଳେ ଜଳପଥକୁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୂର୍ବ ସରକାର ଘୋଷଣା କରିଥିବା ସ୍ଵତନ୍ତ୍ର ପୋଲିସ ବାଟାଲିୟନକୁ ତୁରନ୍ତ ପୋଲିସ ଡିଜି କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚାନା କରନ୍ତୁ ।

'ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଅନ୍ତୁ ନୂଆ ଡିଜିପି'

ସେପଟେ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ନୂଆ ଡିଜିପି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିବାରୁ ଆମେ ସ୍ବାଗତ କରୁଛୁ । ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ନୂଆ ପୋଲିସ ଡିଜି ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଅନ୍ତୁ । କାରଣ ଶ୍ରୀମନ୍ଦିର ଉଗ୍ରପନ୍ଥୀଙ୍କ ଟାର୍ଗେଟରେ ରହିଛି । ଦିନକୁ ଦିନ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବଢ଼ିବାରେ ଲାଗିଛି । ଏଣୁ ଭକ୍ତ କିଭଳି ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବେ ସେ ଦିଗରେ ନୂଆ ପୋଲିସ ଡିଜି ଧ୍ୟାନ ଦେବା ସହ ଭକ୍ତଙ୍କୁ ଭଲ ବ୍ୟବହାର ଦେଖାଇ ଏକ ସେବା ମନୋଭାବ ନେଇ ପୋଲିସ କର୍ମଚାରୀ କାର୍ଯ୍ୟ କରିବାକୁ ପୋଲିସ ଡିଜି ପଦକ୍ଷେପ ନିଅନ୍ତୁ ।"

ଇଟିଭି ଭାରତ, ପୁରୀ

Last Updated : Aug 17, 2024, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.