ETV Bharat / state

ଏଥର ଛାତ୍ରଛାତ୍ରୀ ଫେରିପାଇବେ ନାମଲେଖା ଫି, ଏମିତି ନିୟମ ଆଣିଲା UGC - Fee Refund Policy

Fee Refund Policy: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ନାମଲେଖା ଫି ଫେରସ୍ତ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତି। ଜାଣନ୍ତୁ କେଉଁ ନିୟମ ଆଣିଛି ୟୁଜିସି ।

Fee Refund Policy
Fee Refund Policy (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 5:30 PM IST

ଭୁବନେଶ୍ବର: ୟୁଜିସିର ନାମଲେଖା ଫି ଫେରସ୍ତ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତି। ସେପ୍ଟେମ୍ବର ୩୦ ପୂର୍ବରୁ ନାମଲେଖା ପ୍ରତ୍ୟାହାର କଲେ ଶତ ପ୍ରତିଶତ ଫି ଫେରସ୍ତ ହେବ । ୨୦୨୪-୨୫ ଶିକ୍ଷାବର୍ଷରେ ନାମ ଲେଖାଇବା ପରେ ଅନ୍ୟତ୍ର ସ୍ଥାନାନ୍ତର ବା ରଦ୍ଦ କଲେ ତୁରନ୍ତ ନାମଲେଖା ଫି ଫେରସ୍ତ କରାଯିବ । ଏନେଇ (ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ) ୟୁଜିସି ଏକ ସ୍ୱତନ୍ତ୍ର ନୀତି ଆଣିଛି । ପୂର୍ବରୁ ବାରମ୍ବାର ନାମଲେଖା ଫି କୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଫେରସ୍ତ କରିବା ପାଇଁ ମାତ୍ରାଧିକ ବିଳମ୍ବ କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଥିଲା । ଏହାକୁ ନେଇ ୟୁଜିସି ସ୍ୱତନ୍ତ୍ର ନୀତି ଆଣିଛି । ତେବେ ୟୁଜିସିର ସ୍ୱତନ୍ତ୍ର ନୀତି ହେଉଛି ଯେ, ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଦ ପାଇଁ ଆବେଦନ କଲେ ସେମାନଙ୍କୁ ଶତ ପ୍ରତିଶତ ଫି ଫେରସ୍ତ କରାଯିବ ।

ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଆବେଦନ କଲେ ପ୍ରୋସେସିଂ ଫି ବାବଦକୁ ସର୍ବାଧିକ ୧ ହଜାର ଟଙ୍କା କାଟି ଛାତ୍ରଛାତ୍ରୀମାନଙ୍କୁ ଫେରସ୍ତ କରାଯିବ । ତେବେ ଏହାଠାରୁ ଅଧିକ ଟଙ୍କା କାଟି ପାରିବେ ନାହିଁ ଉଚ୍ଚ ଶିକ୍ଷାନୁଷ୍ଠାନ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି UGC । ନାମଲେଖା ଶେଷ ତାରିଖ ୧୫ ଦିନରେ ବା ଏହାର ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଛାଡିଲେ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବ। ନାମଲେଖା ଅବଧି ସରିବା ୧୫ ଦିନରୁ କମ ଥିଲେ ୯୦ ପ୍ରତିଶତ ଫି ଫେରସ୍ତ କରାଯିବ। ଏହାସହ ନାମଲେଖା ଅବଧି ସରିବାର ୧୫ ଦିନ ମଧ୍ୟରେ ଆବେଦନ କଲେ ୮୦ ପ୍ରତିଶତ ଏବଂ ଅବଧି ସରିବାର ୧୫ରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ୫୦ ପ୍ରତିଶତ ଫି ଫେରସ୍ତ କରାଯିବ।

ଏହା ବି ପଢନ୍ତୁ...ଉଚ୍ଚଶିକ୍ଷାନଷ୍ଠାନରେ ହେବ ବର୍ଷକୁ ଦୁଇଥର ନାମଲେଖା, ଉପକୃତ ହେବେ ଛାତ୍ରଛାତ୍ରୀ - UGC Notification on Admissions

ଅନ୍ୟପଟେ ଏକ ମାସ ପରେ ଯଦି ଆବେଦନ କରାଯିବ ତେବେ କୌଣସି ଫି ଫେରସ୍ତ କରାଯିବ ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଛି। ଏନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ୟୁଜିସି ସ୍ୱତନ୍ତ୍ର ଫି ଫେରସ୍ତ ନୀତି ଆଣିବା ପରେ ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଯାହା ଫଳରେ ଗରିବ ବା ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅର୍ଥାଭାବରୁ ପାଠ ଅଧାରୁ ଛାଡ଼ିବେ ନାହିଁ। ଅନେକ ସମୟରେ ମଧ୍ୟ ନଜିର ରହିଛି ଯେ ମାସ ମାସ ଧରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଫି ଫେରସ୍ତ କରାଯାଏନାହିଁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.