ETV Bharat / state

ଜୁଲାଇରୁ ନୂଆ ଆଇନ: ରହିବନି ଅଯଥା ଥାନା କଚେରୀ ଟେନସନ, ମିଳିବ ଏହି ସୁବିଧା - New Criminal Laws

author img

By ETV Bharat Odisha Team

Published : Jun 28, 2024, 8:23 PM IST

New Criminal Laws: ଆସନ୍ତା ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ଅପରାଧିକ ଆଇନ । ଏହି ଆଇନରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଛୋଟ ଛୋଟ ଅପରାଧ ପାଇଁ ଏଣିକି ଅଭିଯୁକ୍ତକୁ ଆଉ ହଇରାଣ ହରକତ କରିପାରିବନି ପୋଲିସ । ଶିଶୁ ଓ ମହିଳା ବିରୋଧି ହିଂସା ପାଇଁ ମିଳିବ ଏଭଳି କଠୋର ଦଣ୍ଡ । ଅଧିକ ପଢନ୍ତୁ

ଜୁଲାଇରୁ ଲାଗୁ ହେବ ନୂଆ ଆଇନ; ରହିବନି ଅଯଥା ଥାନା କଚେରୀ ଟେନସନ, ମିଳିବ ଏହି ସୁବିଧା
ଜୁଲାଇରୁ ଲାଗୁ ହେବ ନୂଆ ଆଇନ; ରହିବନି ଅଯଥା ଥାନା କଚେରୀ ଟେନସନ, ମିଳିବ ଏହି ସୁବିଧା (ETV Bharat Odisha)

ଭୁବନେଶ୍ବର: ଜୁଲାଇ ପହିଲାରୁ ହଟିବ ବ୍ରିଟିଶ ଆଇନ । ସାରା ଦେଶରେ ଲାଗୁ ହେବ ନୂଆ ଆଇନ । ଦୋଷ ଥିଲେ ହେବ କଠୋର ଦଣ୍ଡ, ବିନା ଦୋଷରେ ଏସବୁ ଧାଁ ଧପଡରୁ ମିଳିବ ମୁକ୍ତି । ଅର୍ଥାତ୍ ଅଯଥା ପୋଲିସ କେସ ଓ ଗିରଫଦାରୀ ଭଳି ସ୍ଥିତିରୁ କ୍ଷାନ୍ତ ମିଳିବ । କାହାରିକୁ ବିନା ଦୋଷରେ ପୋଲିସ କରିପାରିବନି ହଇରାଣ ହରକତ । କାରଣ ନୂଆ ଆଇନରେ ଏଭଳି କିଛି ପରିବର୍ତ୍ତନ ଆଣିଛନ୍ତି ସରକାର, ଯାହା ଆସନ୍ତା ମାସ ପହିଲାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ।

ଜୁଲାଇରୁ ଲାଗୁ ହେବ ନୂଆ ଆଇନ (ETV Bharat Odisha)
ନୂଆ ଅପରାଧିକ ଆଇନ ସମ୍ପର୍କିତ ଏକ କର୍ମାଶାଳାରେ ଅଗ୍ନିଶମ ଡିଜି ତଥା ପୂର୍ବତନ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ଯୋଗଦେଇ କହିଛନ୍ତି ଯେ, ବ୍ରିଟିଶ ଆଇନକୁ ଭଙ୍ଗାଯାଇ ଆମ ଅସ୍ମିତା ଢାଞ୍ଚାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷୀ ଅଧିନିୟମ ଭଳି ଆଇନ ଲାଗୁ ହୋଇ ପୁରୁଣା ଆଇନରେ ଆସିଛି ପରିବର୍ତ୍ତନ । ତେବେ ନୂଆ ଆଇନରେ ଲୋକଙ୍କ ପାଇଁ କ'ଣ ରହିଛି ଆଇନର ଦିଗ, ଜାଣନ୍ତୁନ୍ୟାୟ ପାଇଁ ଦୀର୍ଘ ଦିନ ଅନେଇବାକୁ ପଡିବନି ଆଉ ମିଳିବନି ତାରିଖ ପରେ ତାରିଖ । ୪୫ ଦିନ ମଧ୍ୟରେ ଆପଣଙ୍କ କେସର ଶୁଣାଣି ସରିବ । ୩ ବର୍ଷରେ ଆପଣଙ୍କ ସମସ୍ୟାର ନ୍ୟାୟ ମିଳିଯିବ । ଏଥିପାଇଁ ସବୁ ସ୍ତରରେ ଏହାକୁ ବ୍ୟବସ୍ଥିତ କରାଯାଇଛି । ଅଭିଯୋଗ କରିବାର ତିନି ଦିନରେ FIR ରୁଜୁ ହେବ । ଦୁଷ୍କର୍ମ ବା ଅସଦାଚରଣ ଭଳି ଘଟଣାର ୭ ଦିନ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ ହେବ ।ଅନଲାଇନରେ ଆସିବ ଇ-ସମନ

ନୂଆ ଆଇନରେ ଏଥର ଇ-ସମନକୁ ଗୁରୁତ୍ବ ଦିଆଯାଇଛି । ଅର୍ଥାତ୍ ଅନଲାଇନରେ ଇମେଲ ବା ହ୍ବାଟ୍ସଆପ ଯୋଗେ ଏଥର ଆସିବ ସମନ ବା କୋର୍ଟ କଚେରୀରୁ ଚିଠି । ଏହି ପ୍ରକ୍ରିୟାରେ ଆଉ ଡାକ ଜରିଆରେ ବିଳମ୍ବରେ ସମନ ପହଞ୍ଚିବା ସମସ୍ୟା ରହିବ ନାହିଁ । ଯେକୌଣସି ବ୍ୟକ୍ତି ସହଜରେ କିଛି କେସ ବା ସେ ସଂକ୍ରାନ୍ତୀୟ ସମସ୍ୟା ଥିଲେ ଫୋନ ଯୋଗେ ଅବା ଅନଲାଇନ ଜରିଆରେ ଜାଣିପାରିବେ ।

ମହିଳା ଓ ଶିଶୁଙ୍କ ପାଇଁ କଡ଼ା ଆଇନ
ନୂଆ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି । ପ୍ରତାରଣା କରିବା, ପରିଚୟ ଲୁଚାଇ ମହିଳା ଓ ଶିଶୁଙ୍କୁ ଠକିବା ଭଳି କାର୍ଯ୍ୟକୁ ଧର୍ତ୍ତବ୍ୟ ଅପରାଧ ଭାବେ ନିଆଯାଇଛି । ଏଥିରେ ନାବାଳିକାକୁ ପ୍ରେମରେ ଫସାଇବା ଓ ବିବାହ କରିବା ଭଳି ଘଟଣାକୁ ଗୁରୁତର ସହକାରେ ଗ୍ରହଣ କରାଯାଇଛି । ଏପରିକି ମହିଳାଙ୍କୁ ଅନିଚ୍ଛା ସତ୍ତ୍ବେ ଥାନାକୁ ଡ଼କାଯାଇ ପାରିବ ନାହିଁ । ଏପରି ସ୍ଥିତିରେ ପୋଲିସ ତାଙ୍କ ପାଖକୁ ଯାଇ ତଦନ୍ତ କରିବ ।

ସହଜରେ ହେବନି ଗିରଫଦାରୀ
ଧର୍ତ୍ତବ୍ୟ ଅପରାଧ କରିନଥିଲେ ବା ୩ ବର୍ଷରୁ ଊର୍ଦ୍ଧ୍ବ ସଜା ଥିବା ଅପରାଧ କରିନଥିଲେ ସହଜରେ ଗିରଫ କରିପାରିବନି ପୋଲିସ । ଛୋଟ ଛୋଟ ଅପରାଧ ମାମଲାରେ ପୋଲିସ ଅଭିଯୁକ୍ତକୁ ନିର୍ଯାତନା ଦେଇପାରବ ନାହିଁ । କାରଣ ଏ କ୍ଷେତ୍ରରେ ପୋଲିସର କ୍ଷମତାକୁ ସଙ୍କୁଚିତ କରାଯାଇଛି । କେହି ଅଭିଯୋଗ ଆଣିଲେ‌ ପୋଲିସ ହଠାତ୍ ମାମଲା ରୁଜୁ କରିପାରିବ ନାହିଁ । ଘଟଣାର ସତ୍ୟତା ଯାଞ୍ଚ ପାଇଁ ୧୪ ଦିନ ସମୟ ନେବ । ତଦନ୍ତ କରି ପରେ ଉପରିସ୍ଥ ଅଧିକାରୀଙ୍କ ଅନୁମତି କ୍ରମେ ଆକ୍ସନ ନିଆଯିବ । ଗିରଫ ସମୟରେ ପୋଲିସ କାରଣ ଜଣାଇବ । କେବେଠୁ ଗିରଫ ହେଲେ, ଗିରଫ ସମ୍ପର୍କିତ ସମସ୍ତ ସୂଚନା ସବୁକିଛି ଉପରିସ୍ଥ ଅଧିକାରୀ ଜାଣିବେ । ହତ୍ୟା ଓ ଦୁଷ୍କର୍ମ ଓ ଆତଙ୍କବାଦ ଭଳି ଜଘନ୍ୟ ଅପରାଧ କରିନଥିଲେ ସହଜରେ ହାତକଡି ପିନ୍ଧାଇ ପାରିବନି ପୋଲିସ ।

ଜବତ ସମୟରେ ଭିଡିଓ ବାଧ୍ୟତାମୂଳକ

ନୂଆ ଆଇନରେ କୌଣସି ଜିନିଷ ଜବତ ବେଳେ ଭିଡିଓ ପ୍ରମାଣ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ କିଛି ଜବତ ହେଲେ ତାହାର ପ୍ରମାଣ ତଥ୍ୟ କେବଳ କାଗଜପତ୍ରରେ ରହୁଥିଲା । ଏଣିକି ଏବେ ଯେକୌଣସି ଜିନିଷ ଜବତ ବେଳେ ତାହା କେଉଁ ସ୍ଥାନରୁ କେଉଁ ସମୟରେ କାହା ଉପସ୍ଥିତିରେ ଜବତ ହେଲା ସେସବୁର ଭିଡିଓ ରେକର୍ଡ ହେବ । ଗୋଟିଏ ସ୍ଥାନରୁ ଜବତ କରି ଅନ୍ୟ ସ୍ଥାନରୁ ଦେଖାଇ ପାରିବେ ନାହିଁ ପୋଲିସ କର୍ମଚାରୀ ।

ଇଡି ଭଳି ପୋଲିସ କ୍ଷମତା
କୌଣସି ଅପରାଧ ଜରିଆରେ ଠୁଳ କରାଯାଇଥିବା ବେଆଇନ ସମ୍ପତ୍ତିକୁ ପୋଲିସ ବ୍ୟାଜାପ୍ତ କରିପାରିବ । ପୋଲିସକୁ ଏହି କ୍ଷମତା ଦିଆଯାଇଛି । ଅର୍ଥାତ୍ କୌଣସି ଜିନିଷକୁ ଯେପରି ଇଡି ବ୍ୟାଜାପ୍ତ କରୁଥିଲା ସେଭଳି ପୋଲିସ ମଧ୍ୟ ଠାବ କରି ତାକୁ ବ୍ୟାଜାପ୍ତ ପାଇଁ ଜବତ କରି ସିଜ କରିପାରିବ ।

ନୂଆ ଆଇନରେ ପୋଲିସ ବିରୋଧରେ ବି ଅଭିଯୋଗ କରିହେବ । ଆଉ ଥାନା ବାବୁ ନ ଶୁଣିଲେ କୋର୍ଟର ଦ୍ବାରସ୍ଥ ହେବା ବଦଳରେ ଏହି ଆଇନରେ ଅନେକ ସୁବିଧା କରାଯାଇଛି । ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ବରିଷ୍ଠ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବାର ସୁଯୋଗ ରହିବ । ଏହାର ରିପୋର୍ଟ ଦେଲେ ତା'ର ଅଭିଯୋଗକୁ ତ୍ୱରିତ ଭିତ୍ତିରେ ଶୁଣି ଆବଶ୍ୟକ ପଡ଼ିଲେ ସେହି ଅଫିସର‌ ବିରୋଧରେ ମାମଲା ରୁଜୁ ହୋଇପାରିବ ।

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଇନ କଡାକଡା କରାଯାଇଛି । ଆତଙ୍କୀ ଗତିବିଧି ବା ସେଥିରେ ସମ୍ପୃକ୍ତ ଥିଲେ‌ କଠୋର ଦଣ୍ଡ ମିଳିବ । ସେହିପରି ଛିନତାଇକୁ ହାଲୁକା ଭାବେ ନନେଇ ଏକ ଅପରାଧ ଭାବେ ବିଚାର କରାଯାଇଛି । କଙ୍ଗାରୁ କୋର୍ଟ ଭଳି ବିନା ଆଇନରେ ଅନ୍ୟକୁ ଦଣ୍ଡ ଦେବା ବା ଅତ୍ୟାଚାର କରିବା ଭଳି ଘଟଣାକୁ ଗୁରୁତର ସହ ନିଆଯାଇଛି । ଜାତିଭିତ୍ତିକ ଅତ୍ୟାଚାର, ଘୃଣା ଓ ଭେଦଭାବକୁ ଜନିତ ଅପରାଧ ପାଇଁ ୭ରୁ ୧୦ବର୍ଷ ପର୍ଯନ୍ତ ଦଣ୍ଡ ବିଧାନ ରହିଛି । ନକଲି ନୋଟ କାରବାର, ଧୋକାଧାଡି ଠକେଇ, ଅପହରଣ, ମାନବ ଚାଲାଣ ଭଳି ଡକାୟତି ଓ ଦେହ ବ୍ୟବସାୟ ଭଳି ଅପରାଧକୁ ଗୁରୁତର ଅପରାଧ ଭାବେ ନିଆଯାଇଛି । ଏନେଇ କଠୋର ଦଣ୍ଡ ବିଧାନ ସହ କଡ଼ା ନିୟମ ହୋଇଛି ।

ସାକ୍ଷୀ ଓ ଦୋଷ ସ୍ବୀକାରକୁ ଗୁରୁତ୍ବ

ସାକ୍ଷୀମାନଙ୍କର ସୁରକ୍ଷା ପାଇଁ ନୂଆ ଆଇନରେ WpS ବ୍ୟବସ୍ଥା ହୋଇଛି । ରାଜ୍ୟ ଓ ଜିଲ୍ଲାସ୍ତରରେ ସାକ୍ଷୀମାନଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା ଓ ଏଥିପାଇଁ ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି ।ଏଥିସହ ୭ ବର୍ଷରୁ କମ ଦଣ୍ଡ ଥିବା କୌଣସି ଦୋଷ କରିଥିଲେ ଏବଂ ଏହାର ସ୍ବୀକାର କଲେ ସେନେଇ ଆଇନରେ କୋହଳ ବ୍ୟବସ୍ଥା ରହିଛି ।

ଜେଲ ଓ କଏଦୀଙ୍କ ପାଇଁ ସୁବିଧା
ଆର୍ଥିକ ଅସ୍ବଚ୍ଛଳ କଏଦୀଙ୍କ ଆଇନଗତ ଲଢେଇ ପାଇଁ ବ୍ୟବସ୍ଥା ରହିଛି । ଦୀର୍ଘ ଦିନ‌ ଧରି ଜେଲରେ ଥିବା ଲୋକ ପାଇଁ ସୁବିଧାରେ ମୁକୁଳିବାର ବ୍ୟବସ୍ଥା ରହିବ । ଛୋଟ ଛୋଟ ଅପରାଧ କରିଥିଲେ ଜେଲ ନୁହେଁ ଅଲଗା ବ୍ୟବସ୍ଥା ରହିଛି । ନୂଆ ଆଇନରେ ଏଭଳି କିଛି ଆଖିଦୃଶିଆ ପରିବର୍ତ୍ତନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.